Kantamal BDO Suspended: କଣ୍ଟାମାଳ ବିଡିଓ ନିଲମ୍ବିତ, ରାଜସ୍ୱ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

Nov 07, 2026 - 11:28
Kantamal BDO Suspended: କଣ୍ଟାମାଳ ବିଡିଓ ନିଲମ୍ବିତ, ରାଜସ୍ୱ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ବୌଦ୍ଧ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ନିଲମ୍ବିତ କରିଛି ବିଭାଗ।

ନିଲମ୍ବନ ସମୟରେ ସେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟରେ ହାଜର ହେବେ ଓ ହେଡ କ୍ବାର୍ଟର ଛାଡି କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି l Advertisment ଏଡିଇଓ ସରୋଜ କୁମାର ମହାକୁଡ଼ ନିଲମ୍ବିତ ସୂଚନାଯୋଗ୍ୟ, କିଛି ଦିନ ତଳେ ଖଟଖଟିଆ ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ସରୋଜ କୁମାର ମହାକୁଡ଼ ସରକାରୀ କାର୍ଯ୍ୟରେ ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ଅନିୟମିତତା ତଥା ପୁରୁଣା ଘରର ଫଟୋ ଅପଲୋଡ଼ କରି ଜନୈକା ଆବାସ ହିତାଧିକାରୀ ଯାଜ୍ଞସେନୀ ବାଙ୍କଙ୍କ ଦ୍ଵିତୀୟ କିସ୍ତି ଟଙ୍କା ଉଠାଣ ପାଇଁ ଉଦ୍ୟମ କରୁଥିବା ଆଦି ଅନିୟମିତତା ଯୋଗୁ ବୌଦ୍ଧ ଜିଲ୍ଲାପାଳ ନିଲମ୍ବିତ କରିଥିଲେ ଏବଂ ଏହି ସମୟରେ ପ୍ରତ୍ୟହ କଣ୍ଟାମାଳ ତହସିଲ କାର୍ଯ୍ଯାଳୟରେ ହାଜର ହେବେ ଓ କଣ୍ଟାମାଳ ଛାଡି କୌଣସି ସ୍ଥାନକୁ ଯାଇ ପାରିବେ ନାହିଁ ବୋଲି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ l Police Raid: ଭୁବନରେ ବେଆଇନ ବାଣ ଦୋକାନ ଉପରେ ପୁଲିସ ଚଢ଼ାଉ: ୩୩ ପ୍ରକାର ବାଣ ଜବତ; ୪ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।