Kapil Sibal: ଚୀନ୍ ବ୍ରିକ୍ସ ସମ୍ମିଳନୀରୁ ଅଧିକ ଲାଭାନ୍ବିତ ହୋଇଛି, ଭାରତ ମତଭେଦ ଦୂର କରିଛି: କପିଲ ସିବଲ
"ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ସୋମବାର କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଚୀନ ଅଧିକ ଲାଭାନ୍ବିତ ହୋଇଛି।
ବ୍ରିକ୍ସ ଦେଶ ସମୂହ ଏକ ବିଚିତ୍ର ଗୋଷ୍ଠୀ ହୋଇଥିବାରୁ ଏହି ସମ୍ମିଳନୀରୁ କୌଣସି ନିର୍ଣ୍ଣାୟକ ସମାଧାନ ବାହାରିବା କଷ୍ଟକର ଥିଲା।
ଏକ ସାମ୍ବାଦିକ ସମ୍ମିଳନୀରେ ସିବଲ କହିଛନ୍ତି, ଭାରତକୁ ଅଧ୍ୟକ୍ଷ ଦେଶ ଭାବରେ ଏକ ଯୁଗ୍ମ ଘୋଷଣାପତ୍ର ଜାରି କରିବାକୁ ସଦସ୍ୟ ଦେଶମାନଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ ପଡ଼ିଥିଲା।
ଆମ ପାଇଁ ଏହା ହର୍ମୁଜ ଦେଇ ଜାହାଜ ପରିଚାଳନା କରିବା ପରି ଥିଲା।
ଚୀନ୍ ଓ ରୁଷ୍ ବ୍ରିକ୍ସକୁ ଏକ ପାଶ୍ଚାତ୍ୟ ବିରୋଧୀ ବିକଳ୍ପ ମେଣ୍ଟ କରିବାକୁ ଚାହୁଥିଲେ।Advertisment ଆହୁରି ପଢନ୍ତୁ: Forcibly Collecting Puja Donations କଟକରେ ଧମକଦେଇ ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଆର୍ଆଇସି (ରୁଷ୍, ଭାରତ ଓ ଚୀନ୍) ବର୍ତ୍ତମାନ ରୁଷ୍, ଇରାନ ଓ ଚୀନ୍ରେ ପରିଣତ ହୋଇଛି।
ଆମେ ଚାହୁନୁ କି ବ୍ରିକ୍ସ ପ୍ରକୃତରେ ପାଶ୍ଚାତ୍ୟ ବିରୋଧୀ ଗୋଷ୍ଠୀ ହେଉ।
ସିବଲ କହିଛନ୍ତି ଯେ, ନୂଆଦିଲ୍ଲୀ ଘୋଷଣାପତ୍ରରେ ବିକଳ୍ପ ମୁଦ୍ରା କିମ୍ବା ବିମୁଦ୍ରୀକରଣ ପାଇଁ ଆହ୍ୱାନ କରାଯାଇ ନାହିଁ, ଏହାକୁ ଭାରତ ପାଇଁ ଏକ ସଫଳତା ବୋଲି ସିବଲ ବର୍ଣ୍ଣନା କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଉପରେ ଗୋଷ୍ଠୀର ସ୍ଥିତି ପରିବର୍ତ୍ତିତ ବିଶ୍ୱ ଭୂରାଜନୈତିକ ପରିସ୍ଥିତିକୁ ପ୍ରତିଫଳିତ କରୁଛି।
ସୂଚନାଯୋଗ୍ୟ, ବ୍ରିକ୍ସ ସମ୍ମିଳନୀ ରବିବାର ନୂଆଦିଲ୍ଲୀଠାରେ ଶେଷ ହୋଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।