Karn Sharma Announces Retirement: କ୍ରିକେଟକୁ ଅଲବିଦା କହିଲେ ଷ୍ଟାର ସ୍ପିନର, ଲଗାତାର ଜିତିଛନ୍ତି ତିନି ଆଇପିଏଲ ଟ୍ରଫି
ଭାରତୀୟ ଲେଗ୍ ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ କର୍ଣ୍ଣ ଶନିବାର ରାତିରେ ଏହି ଘୋଷଣା କରିଥିବା ବେଳେ ଅଗଷ୍ଟ ୨୫ରେ ନିଜ ଦଳର ଶେଷ ଲକ୍ଷ୍ନୌ ଲେଗ୍ ମ୍ୟାଚ୍ରେ ଶେଷଥର ପାଇଁ ମଇଦାନକୁ ଓହ୍ଲାଇବେ।
ଭାରତ ପାଇଁ କର୍ଣ୍ଣ ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଓ ଗୋଟିଏ T20 ଖେଳିଛନ୍ତି। ୨୦୧୪ରେ ଟେଷ୍ଟ ପଦାର୍ପଣ କରି ଆଡିଲେଡ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଇନିଂସରେ ମୋଟ ୪ଟି ୱିକେଟ୍ ନେଇଥିଲେ। T20 ଅନ୍ତର୍ଜାତୀୟରେ ତାଙ୍କର ଏକମାତ୍ର ୱିକେଟ୍ ଥିଲା ଜୋ ରୁଟ୍ଙ୍କର।
ଘରୋଇ କ୍ରିକେଟ ଓ IPLରେ କର୍ଣ୍ଣଙ୍କ ପ୍ରଦର୍ଶନ ବେଶ ଉଲ୍ଲେଖନୀୟ। ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ, ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗସ ସହ ଲଗାତାର ତିନିଟି IPL ଟାଇଟଲ୍ ଜିତି ସେ ଏକ ବିଶେଷ ରେକର୍ଡ କରିଥିଲେ।
୯୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ କର୍ଣ୍ଣଙ୍କ ନାମରେ ୨୭୦ ୱିକେଟ୍ ରହିଛି। ୧୨୩ଟି ପ୍ରଥମଶ୍ରେଣୀ ମ୍ୟାଚ୍ରେ ସେ ୧୫୩ଟି ୱିକେଟ୍ ନେଇଥିବା ବେଳେ ୧୯୧ T20 ମ୍ୟାଚ୍ରେ ତାଙ୍କ ଖାତାରେ ରହିଛି ୧୬୮ ୱିକେଟ୍। IPLରେ ୯୦ ମ୍ୟାଚ୍ରୁ ସେ ୮୩ଟି ୱିକେଟ୍ ନେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।