Karnataka: କର୍ଣ୍ଣାଟକରେ ୧୬,୯୫୧ ସ୍ଥାନରେ ଚଢ଼ଉ, ଉଦ୍ଧାର ହେଲେ ୮୦୦ ଶିଶୁ ଶ୍ରମିକ

Sep 13, 2026 - 20:57
Karnataka: କର୍ଣ୍ଣାଟକରେ ୧୬,୯୫୧ ସ୍ଥାନରେ ଚଢ଼ଉ, ଉଦ୍ଧାର ହେଲେ ୮୦୦ ଶିଶୁ ଶ୍ରମିକ

"ବେଙ୍ଗାଲୁରୁ : କର୍ଣ୍ଣାଟକରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଶନିବାର ବ୍ୟାପକ ଅଭିଯାନ ଚଳାଇଛି ପୁଲିସ।

ରାଜ୍ୟର ୧୬,୯୫୧ଟି ସ୍ଥାନରେ ଯାଞ୍ଚ କରାଯାଇ ୮୦୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏହି ଅଭିଯାନ ଶେଷ ହୋଇଥିଲା।

ଶନିବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୯୬୨ଟି ଥାନା ଅଞ୍ଚଳରେ ପୁଲିସ ଓ ଶ୍ରମ ବିଭାଗ ଅଧିକାରୀମାନେ ମିଳିତ ଭାବେ ଯାଞ୍ଚ କରିଥିଲେ।Advertisment ବେଙ୍ଗାଲୁରୁରେ ସର୍ବାଧିକ ୫୦୩ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।

ସହରର ୧୮୮ଟି ଥାନା ଅଧୀନରେ ୫,୮୯୭ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା।

ବିଜୟପୁରରୁ ୭୨, ତୁମକୁରୁରୁ ୩୩, କୋପ୍ପାଳରୁ ୨୭, କଳବୁର୍ଗିରୁ ୨୨, ବଲ୍ଲାରିରୁ ୧୫ ଏବଂ ମହୀଶୂରରୁ ୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଏହି ଅଭିଯାନ ପଛରେ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସେପ୍ଟେମ୍ବର ୮ର ଅଚାନକ ଗସ୍ତ ରହିଛି।

ସେଦିନ ସେ ଯଶୱନ୍ତପୁର ଏପିଏମ୍‌ସି ବଜାରକୁ ଯାଇଥିବା ବେଳେ ସେଠାରେ ଶିଶୁମାନେ କାମ କରୁଥିବା ଦେଖିଥିଲେ।

ଆହୁରି ପଢନ୍ତୁ: Chile fire: ଚିଲିର ନର୍ସିଂ ହୋମ୍‌ରେ ଅଗ୍ନିକାଣ୍ଡ, ୧୬ ବୃଦ୍ଧଙ୍କ ମୃତ୍ୟୁ  ଏହାପରେ ଶିଶୁ ଶ୍ରମିକ ନିୟୋଜିତ କରୁଥିବା ପ୍ରତିଷ୍ଠାନ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ପୁଲିସ ଓ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ବେଙ୍ଗାଲୁରୁର ଉତ୍ତର ଡିଭିଜନ୍‌ ପୁଲିସ ୫ଟି ସ୍ବତନ୍ତ୍ର ଦଳ ଗଠନ କରି ଏପିଏମ୍‌ସି ବଜାରରେ ଯାଞ୍ଚ କରିଥିଲା।

ସେଠାରୁ ଅନ୍ୟ ରାଜ୍ୟର ଶିଶୁଙ୍କ ସମେତ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ସଦ୍ୟ ଅଭିଯାନରେ ଦୋକାନ, କାରଖାନା, ଗ୍ୟାରେଜ୍‌, ନିର୍ମାଣସ୍ଥଳ, ହୋଟେଲ, ପେଟ୍ରୋଲ ପମ୍ପ, ବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଯାଞ୍ଚ ହୋଇଥିଲା।

ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗରେ ୧୮ଟି ମାମଲା ରୁଜୁ ହୋଇଛି।

ଉଦ୍ଧାର ଶିଶୁମାନଙ୍କୁ ଶିଶୁ କଲ୍ୟାଣ କମିଟି ନିକଟରେ ହସ୍ତାନ୍ତର କରାଯାଇଛି।

ସେମାନଙ୍କ ପୁନର୍ବାସ ପ୍ରକ୍ରିୟା ଆରମ୍ଭ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।