Karnataka: ‘ତାଙ୍କୁ ଅନ୍ନା ବୋଲି ଡାକନ୍ତୁ ନାହିଁ, ଚପଲରେ ପିଟନ୍ତୁ’: କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ

Sep 09, 2026 - 21:54
Karnataka: ‘ତାଙ୍କୁ ଅନ୍ନା ବୋଲି ଡାକନ୍ତୁ ନାହିଁ, ଚପଲରେ ପିଟନ୍ତୁ’: କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ

"ବେଙ୍ଗାଲୁରୁ: କର୍ଣ୍ଣାଟକର ଉଦ୍ୟାନ କୃଷି ମନ୍ତ୍ରୀ ଏସ୍‌.ଏସ୍‌.

ମଲ୍ଲିକାର୍ଜୁନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

ଏଥିରେ ସେ ବିଜେପିର ହରିହର ବିଧାୟକ ବି.ପି.

ହରୀଶଙ୍କ ବିରୋଧରେ ଅଶାଳୀନ ଓ ଅସଂସଦୀୟ ଭାଷା ବ୍ୟବହାର କରୁଥିବା ଏବଂ ତାଙ୍କୁ ଚପଲରେ ପିଟିବାକୁ କହୁଥିବା ଶୁଣାଯାଉଛି।

ଭିଡିଓ ପ୍ରକାଶ ପାଇବା ପରେ ଏହାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ବିବାଦ ତୀବ୍ର ହୋଇଛି।Advertisment ଘଟଣାଟି ହରିହରରେ ଭଦ୍ରା ଜଳଭଣ୍ଡାରରୁ ଜଳସେଚନ ପାଇଁ ପାଣି ଛାଡ଼ିବା ଦାବିକୁ ନେଇ ଚାଷୀମାନଙ୍କ ସହ ଆଲୋଚନା ସମୟରେ ଘଟିଥିବା ଜଣାପଡ଼ିଛି।

ହରିହର ଅଞ୍ଚଳର କିଛି ଚାଷୀ ଦାବି ନେଇ ଦାବଣଗେରେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ମଲ୍ଲିକାର୍ଜୁନଙ୍କୁ ଭେଟିଥିଲେ।

ଚାଷୀମାନେ କହିଥିଲେ ଯେ ବିଧାୟକ ହରୀଶଙ୍କ ପରାମର୍ଶରେ ସେମାନେ ମନ୍ତ୍ରୀଙ୍କ ନିକଟକୁ ଆସିଛନ୍ତି।

ପିଇବା ପାଣି ଓ ଗୋରୁଙ୍କ ପାଇଁ ମଧ୍ୟ ପାଣି ନ ଥିବାରୁ ଭଦ୍ରା ଜଳ ଛାଡ଼ିବାକୁ ସେମାନେ ଦାବି କରିଥିଲେ।

ଚାଷୀମାନେ ହରୀଶଙ୍କୁ "ଅନ୍ନା" (ବଡ଼ଭାଇ) ବୋଲି ଉଲ୍ଲେଖ କରିବା ପରେ ମନ୍ତ୍ରୀ ରାଗିଯାଇଥିବା ଭିଡିଓରୁ ଜଣାପଡ଼ୁଛି।

ସେ ହରୀଶଙ୍କୁ "ଅନ୍ନା" ବୋଲି ଡାକିବାକୁ ବାରଣ କରିବା ସହ ତାଙ୍କୁ ଚପଲରେ ପିଟିବାକୁ କହିଥିବା ଅଭିଯୋଗ ହୋଇଛି।

ଏହାସହ ମନ୍ତ୍ରୀ ହରୀଶଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ମଧ୍ୟ ଭିଡିଓରେ ଶୁଣାଯାଉଛି।

ଆହୁରି ପଢନ୍ତୁ: UP: ୟୁପିରେ ବିଜେପିର ୧୨୫ରୁ ୧୨୮ ବିଧାୟକଙ୍କ ଟିକଟ କଟିପାରେ, ଦଳୀୟ ସର୍ଭେ ରିପୋର୍ଟରେ ବଢ଼ିଲା ଚିନ୍ତା ମନ୍ତ୍ରୀଙ୍କ ମନ୍ତବ୍ୟକୁ ହରୀଶ ତୀବ୍ର ବିରୋଧ କରିଛନ୍ତି।

ଚାଷୀମାନଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ମନ୍ତ୍ରୀ ତାଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ସେ କହିଛନ୍ତି।

ଏହି ଘଟଣାରେ ଦଳୀୟ ରାଜ୍ୟ ଓ ଜିଲ୍ଲା ନେତୃତ୍ବ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ହରୀଶ କହିଛନ୍ତି।

କର୍ଣ୍ଣାଟକ ବିଜେପି ସଭାପତି ବି.ୱାଇ.

ବିଜୟେନ୍ଦ୍ର ମଧ୍ୟ ମଲ୍ଲିକାର୍ଜୁନଙ୍କ ଭାଷାକୁ ନିନ୍ଦା କରିଛନ୍ତି।

ସେ କହିଛନ୍ତି, ମନ୍ତ୍ରୀ ହରୀଶଙ୍କ ବିରୋଧରେ ଅସଂସଦୀୟ ଭାଷା ବ୍ୟବହାର କରିବା ସହ ତାଙ୍କ ବାପା-ମାଆଙ୍କୁ ମଧ୍ୟ ଅପମାନିତ କରିଛନ୍ତି।

ଏହା କେବଳ ହରୀଶ ନୁହେଁ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ପ୍ରତି ମଧ୍ୟ ଅପମାନ ବୋଲି ବିଜୟେନ୍ଦ୍ର କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।