Karnataka: ଦୁର୍ନୀତି ଅଭିଯୋଗ ପାଇଁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

Aug 28, 2026 - 23:03
Karnataka: ଦୁର୍ନୀତି ଅଭିଯୋଗ ପାଇଁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର

"ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ବି.

ନାଗେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ଡିକେ ଶିବକୁମାରଙ୍କ ମନ୍ତ୍ରିମଣ୍ଡଳରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି।

ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାର ୨୫ ଦିନ ମଧ୍ୟରେ ଆଜି ସେ ତାଙ୍କ ଇସ୍ତଫା ‌ଘୋଷଣା କରିବା ସମୟରେ କାନ୍ଦି ପକାଇଛନ୍ତି।

ଦୁର୍ନୀତି ଅଭିଯୋଗ ମଧ୍ୟରେ ବିଜେପିର ପ୍ରବଳ ଚାପ ପାଇଁ ନାଗେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି।

Advertisment ତେବେ ନାଗେନ୍ଦ୍ର ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦ୍ବିତୀୟ ଥର ପାଇଁ ଇସ୍ତଫା ଦେଇଛନ୍ତି।

୨୦୨୪ ଜୁନ୍‌ରେ ମଧ୍ୟ ସେ ସିଦ୍ଦରମୈୟା ସରକାରରେ ଇସ୍ତଫା ଦେଇଥିଲେ।

ବାଲ୍ମୀକି ନିଗମରୁ ଅନଧିକୃତ ଭାବେ ପାଣ୍ଠି ଅନ୍ୟତ୍ର ପଠାଇବା ଅଭିଯୋଗ ହେବାପରେ ସେ ଇସ୍ତଫା ଦେଇଥିଲେ।

ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବାପରେ ନାଗେନ୍ଦ୍ର ଅଗଷ୍ଟ ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳକୁ ଫେରିଥିଲେ।

Union Cabinet: ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ପୁନର୍ଗଠନ: ସଙ୍ଗଠନକୁ ଫେରିବେ ବିଜେପିର ପ୍ରମୁଖ ଚେହେରା ଭାବପ୍ରବଣ ନାଗେନ୍ଦ୍ର କହିଛନ୍ତି, ଆଜି ମୁଁ ସ୍ବେଚ୍ଛାକୃତ ଭାବେ ମନ୍ତ୍ରିପଦରୁ ଇସ୍ତଫା ଦେଉଛି।

ସେ ଜଣେ ଦଳିତ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ନାଗେନ୍ଦ୍ର କହିଛନ୍ତି, ମନୁବାଦୀମାନେ ଦେଶରେ ଜଣେ ଆଦିବାସୀଙ୍କୁ ଆଗକୁ ବଢ଼ିବା ପାଇଁ ଚାହୁନଥିବାରୁ ସେମାନେ ମତେ ଟାର୍ଗେଟ୍‌ କରିଛନ୍ତି।

ସେ କହିଛନ୍ତି, ବାଲ୍ମୀକି କାରବାରରେ କେଉଁଠି ମୋର ନାଁ ନାହିଁ।

ତଥାପି ମତେ ଟାର୍ଗେଟ୍‌ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।