Kashatandi: କାଶତଣ୍ଡୀ କହେ ଶରତ ଆସିଲା ଫେରି...
"ଧଳା ଶାଢ଼ି ପିନ୍ଧି ସଜେଇ ହୋଇଛି ପ୍ରକୃତି ରାଣୀ।
କିଛି ମାସର ବର୍ଷଣ ପରେ ବିଦାୟ ନେଇଛି ବର୍ଷା।
ଆମ ପରିବେଶକୁ ସ୍ପର୍ଶ କରିବାକୁ ଯାଉଛି ଶୀତ।
ଆଉ ଏହି ଦୁଇ ଋତୁ ବର୍ଷା ଓ ଶୀତର ମଝିରେ ପୃଥିବୀକୁ ଛୁଇଁ ଛୁଇଁ ଯାଉଛି ଶରତ ଋତୁ।
ଏଥିପାଇଁ ନିଜକୁ ସଜେଇଥିବା ବର୍ଷା ଧରାପୃଷ୍ଟ ସତେ ଯେମିତି ଦିଶୁଛୁ ଧଳା ଶାଢ଼ୀ ପିନ୍ଧିଥିବା କାମିନୀ ନାରୀଟିଏ।
ଶାଢ଼ିର ଧଡ଼ି ହେବା ପାଇଁ ଶରତ ନିଜ ସାଙ୍ଗରେ ନେଇ ଆସିଛି କାଶତଣ୍ଡୀ ଫୁଲ।
ଏବେ ସାରା ପରିବେଶରେ କାଶତଣ୍ଡୀ ଫୁଲର ରାଜୁତି।
ନଈପଠା ହେଉ କି ଶସ୍ୟକ୍ଷେତ୍ର, ବିଲ ହେଉ କି ପଡ଼ିଆ ସବୁଠି ମାଳମାଳ ହୋଇ ଫୁଟି ସେ ଖିଲି ଖିଲି ହୋଇ ହସୁଛି।
ଶରତର ସୁଲୁ ସୁଲିଆ ପବନ ବି କାଶତଣ୍ଡୀକୁ ଦେଖି ଟିକେ ବେଶୀ ଚଗଲା ହେଉଛି।
ମଝିରେ ମଝିରେ ତା ସହ ମାତିଯାଉଛି ନାନା ଖେଳରେ।
ପବନରେ ହଲି ହଲି ଦୋହଲୁଥିବା କାଶତଣ୍ଡୀ ତା ସୁନ୍ଦର ରୂପକୁ ଦେଖେଇ ସଂସାରକୁ କହିଯାଉଛି, ଆରେ ଜାଣିଛ କି, ମୁଁ ଆସିଲିଣି ମାନେ ଜାଣ ଆଉମାତ୍ର କିଛିଦିନ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମାଆ ମହାମାୟୀ।
ଯିଏ ମହିଷାସୁରର ପାପରୁ ପୃଥିବୀକୁ ରକ୍ଷା କରିଥିଲେ।
ଅଶାନ୍ତ ପୃଥିବୀକୁ ଶାନ୍ତ କରିଥିଲେ।
ଆଉ ସେ ଯେତେବେଳେ ଆସୁଛନ୍ତି ଶାନ୍ତିର ବାର୍ତ୍ତା ସ୍ୱରୂପ କାଶତଣ୍ଡୀ ବି ହଲି ହଲି ନିଜ ଧଳା ଚାମରକୁ ହଲାଇ ତାଙ୍କୁ ସ୍ୱାଗତ କରୁଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।