Keerthy Suresh: କୀର୍ତ୍ତି ସୁରେଶଙ୍କ ୩୪ତମ ଜନ୍ମଦିନ: ୮ ବର୍ଷ ବୟସରୁ ଆରମ୍ଭ କରିଥିଲେ ଅଭିନୟ
"ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଅଭିନେତ୍ରୀ କୀର୍ତ୍ତି ସୁରେଶ।
ଅକ୍ଟୋବର ୧୭ ତାରିଖରେ ସେ ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି।
ମାତ୍ର ୮ ବର୍ଷ ବୟସରୁ ଅଭିନୟ ଜଗତରେ ପାଦ ଥାପିଥିବା କୀର୍ତ୍ତି ଆଜି ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ।Advertisment ୧୯୯୨ ଅକ୍ଟୋବର ୧୭ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା କୀର୍ତ୍ତି ଜଣେ ଚଳଚ୍ଚିତ୍ର ପରିବାରରୁ ଆସିଛନ୍ତି।
ତାଙ୍କ ବାପା ଜି.
ସୁରେଶ କୁମାର ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ମା" ମେନକା ଜଣେ ଅଭିନେତ୍ରୀ।
୨୦୦୦ ମସିହାରେ ମାଲାୟଲମ୍ ଫିଲ୍ମ "ପାଇଲଟ୍ସ" ଜରିଆରେ ସେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ।
ସାଉଥ୍ରୁ ବଲିଉଡ୍ ଯାଏଁ ଚର୍ଚ୍ଚା ୨୦୧୩ରେ ମାଲାୟଲମ୍ ଫିଲ୍ମ "ଗୀତାଞ୍ଜଳି"ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର ଆସିଥିଲେ।
ଏହା ପରେ "ରଜନୀମୁରୁଗନ୍", "ରେମୋ", "ନେନୁ ଲୋକାଲ୍", "ସରକାର", "ସରକାରୁ ଭାରି ପାଟା" ଓ "ଦଶରା" ଭଳି ଫିଲ୍ମ ତାଙ୍କୁ ଲୋକପ୍ରିୟତା ଦେଇଥିଲା।
୨୦୧୮ରେ ମୁକ୍ତିଲାଭ କରିଥିବା ବାୟୋପିକ୍ ଫିଲ୍ମ "ମହାନତୀ"ରେ ଅଭିନେତ୍ରୀ ସାବିତ୍ରୀଙ୍କ ଭୂମିକାରେ ଅଭିନୟ କରି କୀର୍ତ୍ତି ବେଶ୍ ପ୍ରଶଂସା ସାଉଁଟିଥିଲେ।
ଏହି ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ।
ଏହା ତାଙ୍କ କ୍ୟାରିୟରର ଏକ ବଡ଼ ସଫଳତା ଭାବେ ଗଣାଯାଏ।
ସାଉଥ୍ ସିନେମାରେ ସଫଳତା ପରେ ୨୦୨୪ରେ "ବେବି ଜନ୍" ଫିଲ୍ମ ମାଧ୍ୟମରେ ସେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ।
ଏଥିରେ ସେ ଅଭିନେତା ବରୁଣ ଧାୱନଙ୍କ ସହ ଅଭିନୟ କରିଥିଲେ।
ଏହା ସହ ତାଙ୍କ ଅଭିନୟ ଯାତ୍ରା ଆଞ୍ଚଳିକ ସିନେମାରୁ ଜାତୀୟ ସ୍ତରକୁ ବିସ୍ତାର ହୋଇଛି।
ଏବେ କୀର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
Giorgia Andriani : ହିନ୍ଦୀ ଥ୍ରିଲର୍ ୱେବ୍ ସିରିଜ୍ "ଡାଇସ୍"ରେ ନଜର ଆସିବେ ଜର୍ଜିଆ ଆଣ୍ଡ୍ରିଆନି, ନଭେମ୍ବରରୁ ଆରମ୍ଭ ହେବ ସୁଟିଂ ଏବିପି ଲାଇଭ୍ର ରିପୋର୍ଟ ଅନୁସାରେ, କୋଇମୋଇର ଏକ ରିପୋର୍ଟକୁ ଆଧାର କରି ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୧ କୋଟି ଟଙ୍କା ଆକଳନ କରାଯାଇଛି।
ଗୋଟିଏ ଫିଲ୍ମ ପାଇଁ ସେ ପ୍ରାୟ ୪ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ଏହି ସମ୍ପତ୍ତି ଓ ପାରିଶ୍ରମିକ ସମ୍ପର୍କିତ ତଥ୍ୟ ସରକାରୀ ଭାବେ ନିଶ୍ଚିତ ନୁହେଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।