Ketan Agarwal Murder: ସିୟାର ଭାଇ ସାହିଲକୁ ୧୦ ଘଣ୍ଟା ଜେରା, କ୍ରିକେଟ ଯୋଡ଼ିଥିଲା ସିୟା-ଚେତନଙ୍କ ସମ୍ପର୍କ
"ପୁଣେ: ରିୟଲ ଇଷ୍ଟେଟ ବ୍ୟବସାୟୀ ୨୫-ବର୍ଷୀୟ କେତନ ଅଗ୍ରୱାଲଙ୍କୁ ହତ୍ୟାର କରାଯିବାର କିଛି ଦିନ ମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟଗୁଡ଼ିକ ସାମ୍ନାକୁ ଆସୁଛି।
କେତନ ଗଭୀର ଖାତକୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା।
ଉଦ୍ଧାରକାରୀ ଦଳ ବହୁ କଠିନ ଅପରେସନ ପରେ କେତନଙ୍କ ମୃତଦେହ ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଉଦ୍ଧାର କରିଥିଲେ।
ଏତେ ଉଚ୍ଚ ଦୁର୍ଗରୁ ଖସି ପଡ଼ିଥିବାରୁ କେତନଙ୍କ ମସ୍ତିଷ୍କ ସମ୍ପୂର୍ଣ୍ଣ ଚୁର୍ମାର୍ ହୋଇଯାଇଥିଲା ଓ ଶରୀରରେ ଅନେକ ଆଘାତ ଲାଗିଥିଲା।
Advertisment କେତନଙ୍କ ମୃତଦେହ ଉଦ୍ଧାର କରିଥିବା ଦଳର ସଦସ୍ୟ ସୁନିଲ ଗାଏକ୍ବାଡ ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି ଯେ, ଆମେ ଲୋହାଗଡ଼ ଦୁର୍ଗରେ ପହଞ୍ଚି କେତନଙ୍କ କ୍ଷତବିକ୍ଷତ ମୃତଦେହ ଦେଖିଥିଲୁ।
ମୃତଦେହ ଦେଖି ଅନେକ ଭୟଭୀତ ହୋଇଯାଇଥିଲେ।
ସେମାନଙ୍କ ଆଖିରେ ଲୁହ ଆସି ଯାଇଥିଲା କିନ୍ତୁ ସେହି ସମୟରେ ସେଠାରେ ଉପସ୍ଥିତ ଅଭିଯୁକ୍ତ ସିୟା ଗୋୟଲ ଶାନ୍ତ ଓ ଅବିଚଳିତ ଦେଖାଯାଉଥିଲା।
ଜୁନ୍ ୧୮ ତାରିଖରେ ସିୟା ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ କେତନଙ୍କୁ ଲୋହାଗଡ଼ ଦୁର୍ଗ ଉପରୁ ଧକ୍କା ଦେଇ ହତ୍ୟା କରିଥିଲେ।
କେତନଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିବା ଅଭିଯୋଗରେ ପୁଲିସ ଉଭୟଙ୍କୁ ଗିରଫ କରିଛି।
Ketan Agarwal:କେତନ ଅଗ୍ରୱାଲ ହତ୍ୟା ମାମଲା: ୩୩ ଡିଗ୍ରି ଗରମରେ ହୁଡ଼ି ପିନ୍ଧାରୁ ମିଳିଲା ହତ୍ୟାର ସୁରାକ ପୁଲିସ ସେମାନଙ୍କୁ ଜେରା କରୁଥିବାବେଳେ ସିୟାର ଭାଇଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ପଚରାଉଚରା କରିଛନ୍ତି।
ସିୟାର ଭାଇ ସାହିଲ ଓ ଚେତନ କ୍ରିକେଟ ଏକାସାଙ୍ଗରେ ଖେଳିଥିବାରୁ ଉଭୟ ପରସ୍ପରକୁ ଚିହ୍ନିଥିଲେ ଓ ଏହି ମାଧ୍ୟମରେ ସିୟା ସହିତ ଚେତନର ପରିଚୟ ହୋଇଥିଲା।
ଶୁକ୍ରବାର ପୁଲିସ ସାହିଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା।
ସିୟା ଓ ଚେତନ ମଧ୍ୟରେ ସମ୍ପର୍କ ଥିବା କଥା ସେ ପୂର୍ବରୁ ଜାଣିଥିଲେ ଓ କେତନଙ୍କ ସହିତ ନିର୍ବନ୍ଧ ପରେ ଚେତନ ସହିତ ସମ୍ପର୍କ ଭାଙ୍ଗି ଦେବାକୁ ସିୟାକୁ ମଧ୍ୟ କହିଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଛନ୍ତି।
ଏହି ମାମଲାର ତଦନ୍ତ କରୁଥିବା ପୁଲିସ ସିୟା ଓ ଚେତନ ଅପରାଧ ଘଟାଇବା ପୂର୍ବରୁ ଓ ପରେ ସେମାନଙ୍କର ସମ୍ପୂର୍ଣ୍ଣ ଫୋନ୍ ଚାଟ୍ ଇତିହାସ ଓ ରିସାଇକ୍ଲିଂ ବିନ୍ ନଷ୍ଟ (ଡିଲିଟ୍) କରିଦେଇଥିବା କହିଛନ୍ତି।
ପୁଲିସ ତଥ୍ୟ ଉଦ୍ଧାର କରିବାକୁ ଚେଷ୍ଟା କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।