02 SEPTEMBER 2026

Welcome!

Unlock your personalized experience.
Sign Up

Ketan Agrawal murder case: ପୁଣେ କାଫେରେ କେତନଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ସିୟା-ଚେତନ

Jun 25, 2026 - 16:49
Ketan Agrawal murder case: ପୁଣେ କାଫେରେ କେତନଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ସିୟା-ଚେତନ

ପୁଣେ: ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍‌ନାକୁ ଆସୁଛି। ଏହି ହତ୍ୟାକାଣ୍ଡର ଦିନକ ପୂର୍ବରୁ ପୁଣେର ଏକ କାଫେରେ ଅଭିଯୁକ୍ତ ସିଆ ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ପରସ୍ପରକୁ ଭେଟିଥିଲେ। କାଫେକୁ ପ୍ରବେଶ କରିବା ପରେ ପାଖାପାଖି ଘଣ୍ଟାଏ ଧରି ଦୁହେଁ କାଫେରେ ବସିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ପୁଲିସ ଅଭିଯୋଗ କରିଛି ଯେ, ଦୁହେଁ କାଫେରେ ଭେଟିବା ପରେ କେତନଙ୍କୁ କେମିତି ହତ୍ୟା କରାଯିବ ସେ ନେଇ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଷଡ଼ଯନ୍ତ୍ର କରିବା ପୂର୍ବରୁ ଲୋହାଗଡ ଦୁର୍ଗ ସମ୍ପର୍କରେ ଅଧ୍ୟୟନ ପାଇଁ ୟୁଟ୍ୟୁବ୍ ଭିଡିଓ ବ୍ୟବହାର କରିଥିଲେ। କେତନଙ୍କୁ ଦୁହେଁ ଏହାର ପରଦିନ ଦୁର୍ଗରୁ ଏକ ଖାତକୁ ଠେଲି ଦେଇଥିଲେ। କେତନଙ୍କର ଜୁନ୍‌ ୧୮ରେ ଖାତକୁ ଖସି ପଡ଼ି ମୃତ୍ୟୁ ହୋଇଥିଲା। କେତନ ସିୟାଙ୍କ ସହିତ ଦୁର୍ଗକୁ ବୁଲି ଯାଇଥିଲେ। ଫଟୋ ଉଠାଉଥିବା ସମୟରେ କେତନଙ୍କ ଗୋଡ଼ ଖସିଯିବାରୁ ସେ ଖାତକୁ ଖସିପଡ଼ିଥିଲେ ବୋଲି ସିୟା କହିଥିଲେ।

ଆହୁରି ପଢ଼ନ୍ତୁ: ଆମାଜନ ୪୮ ବିଲିଅନ ଡଲାର ନିବେଶ କରିବ, ମୋଦୀଙ୍କୁ ଭେଟିଲେ ଆଣ୍ଡି ଜାସି

ସିୟା ଓ କେତନଙ୍କର ଚଳିତ ବର୍ଷ ଫେବ୍ରୁଆରିରେ ନିର୍ବନ୍ଧ ସରିଥିଲା ଓ ଆସନ୍ତା ନଭେମ୍ବର ମାସରେ ସେମାନେ ବିବାହ କରିଥାନ୍ତେ। କିନ୍ତୁ ସିୟା ଚେତନଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ ଓ ଏହି ପ୍ରସ୍ତାବିତ ବିବାହରେ ଖୁସି ନଥିଲେ। ସିୟା ବାରମ୍ବାର ମନ୍ତବ୍ୟ ପରିବର୍ତ୍ତନ କରିବା ଓ କେତନଙ୍କ ମୋବାଇଲରେ ଉଭୟଙ୍କର କୌଣସି ଫଟୋ ନ ମିଳିବା ପୁଲିସର ସନ୍ଦେହକୁ ବଢ଼ାଇଥିଲା। ପରେ ସିସିଟିଭି ଯାଞ୍ଚରୁ ‘ହୁଡି’ ପିନ୍ଧିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେଇ ପୁଲିସର ସନ୍ଦେହ ବଢ଼ିଥିଲା।
ପୁଲିସ ଯାଞ୍ଚରୁ ଜାଣିବାକୁ ପାଇଛି ଯେ, କେତନଙ୍କୁ ହତ୍ୟା କରିବାକୁ ସିୟା ଓ ଚେତନ ବହୁ ସମୟ ଧରି ଷଡ଼ଯନ୍ତ୍ର କରୁଥିଲେ। ପୁଣେର ଏକ କାଫେର ମିଳିଥିବା ସିସିଟିଭି ଫୁଟେଜରୁ କେତନଙ୍କ ମୃତ୍ୟୁୁର ଦିନକ ପୂର୍ବରୁ ଦୁହେଁ ଅପରାହ୍ଣ ୪ଟା ୩୫ ମିନିଟରେ କାଫେ ଯାଇଥିବା ଓ ଏହାର ପାଖାପାଖି ଘଣ୍ଟାକ ପରେ ୫ଟା ୩୦ ମିନିଟରେ କାଫେରୁ ବାହାରିବାରେ ଦେଖିବାକୁ ମିଳିଥିଲା। କେତନଙ୍କୁ ହତ୍ୟା କରିବା ପୂର୍ବରୁ ସିୟା ଓ ଚେତନ ଲୋହାଗଡ଼ ଦୁର୍ଗକୁ ଦୁଇ ଥର ଯାଇ ହତ୍ୟାକାଣ୍ଡ ଘଟାଇବାକୁ ସବୁଠୁ ସୁରକ୍ଷିତ ସ୍ଥାନ ବାଛିଥିଲେ। ପୁଲିସ ଦୁର୍ଗ ଓ ଖାତ ନିକଟକୁ ଯାଇ ସିନ୍‌ ରିକ୍ରିଏଟ୍‌ କରୁଛି, ଯେପରିକି କେତନଙ୍କୁ କିଏ ଧକ୍କା ଦେଇଥିଲା, ସିୟା ନା ଚେତନ ଜାଣିପାରିବ। ତେବେ ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଜେରା କରୁଛି।

ଆହୁରି ପଢ଼ନ୍ତୁ: ଆହୁରି ଶସ୍ତା ହେଲା ସୁନା ଓ ରୁପା ଦର

ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।