Kevin Pietersen Joins England Coaching Staff: ପିଟରସନ୍ଙ୍କ ଧମାକାଦାର କମବ୍ୟାକ୍, ୨୦୨୭ ବିଶ୍ୱକପ୍ ପୂର୍ବରୁ ମିଳିଲା ବଡ଼ ଦାୟିତ୍ୱ
ଇଂଲଣ୍ଡ କ୍ରିକେଟ୍ରେ ଆସସଇଲା ବଡ଼ ପରିବର୍ତ୍ତନ। ପୁଣି ଥରେ ଇଂଲଣ୍ଡ ଦଳ ସହ ଯୋଡ଼ିହେବେ ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍। ୨୦୧୪ରେ ଶେଷ ଥର ପାଇଁ ଇଂଲଣ୍ଡ ପାଇଁ ଖେଳିଥିବା ପିଟରସନ୍ଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଦଳର ସ୍ପେଶାଲିଷ୍ଟ ହ୍ୱାଇଟ୍-ବଲ୍ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି।
ଆସନ୍ତା ୧୨ ମାସ ଧରି ସେ ବ୍ରେଣ୍ଡନ୍ ମ୍ୟାକକୁଲମ୍ଙ୍କ କୋଚିଂ ଷ୍ଟାଫ୍ର ଅଂଶ ହୋଇ ଇଂଲଣ୍ଡର ଧଳା ବଲ୍ ଦଳ ସହ କାମ କରିବେ। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ୨୦୨୭ ବିଶ୍ୱକପ୍ ପାଇଁ ଦଳକୁ ପ୍ରସ୍ତୁତ କରିବାରେ ପିଟରସନଙ୍କ ଅଭିଜ୍ଞତା ଉପଯୋଗ ହେବ।
ପିଟରସନ୍ କହିଛନ୍ତି, ପୁଣି ଥରେ ଇଂଲଣ୍ଡର ପୋଷାକ ପିନ୍ଧିବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଭାବପ୍ରବଣ ମୁହୂର୍ତ୍ତ। ଦଳର ପ୍ରତିଭାବାନ ଖେଳାଳିଙ୍କ ସହ କାମ କରି ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଯୋଗଦାନ କରିବାକୁ ସେ ଉତ୍ସାହିତ ଥିବା କହିଛନ୍ତି।
ପିଟରସନଙ୍କ ନିଯୁକ୍ତିକୁ ମ୍ୟାକକୁଲମ୍ ମଧ୍ୟ ସ୍ୱାଗତ କରିଛନ୍ତି। ବିଶେଷ କରି ଇଂଲଣ୍ଡର ବ୍ୟାଟରମାନେ ତାଙ୍କ ଅଭିଜ୍ଞତା ଓ ଜ୍ଞାନରୁ ବହୁତ ଲାଭ ପାଇବେ ବୋଲି ମ୍ୟାକକୁଲମ୍ କହିଛନ୍ତି। ପିଟରସନଙ୍କ ପ୍ରଥମ ଦାୟିତ୍ୱ ହେବ ଅଷ୍ଟ୍ରେଲିଆ ଗସ୍ତ। ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତ ସହ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ମଧ୍ୟ ସେ ଦଳ ସହ ରହିବେ।
ଖେଳାଳି ଭାବେ ଇଂଲଣ୍ଡ ସହ ତାଙ୍କର ସମ୍ପର୍କ ୨୦୧୪ରେ ବିବାଦୀୟ ଭାବେ ଶେଷ ହୋଇଥିଲା। ଏବେ ପ୍ରାୟ ୧୨ ବର୍ଷ ପରେ ପୁଣି ଇଂଲଣ୍ଡ ଦଳକୁ ଫେରି ପିଟରସନ୍ ନୂଆ ଭୂମିକାରେ ନିଜ ଅଭିଜ୍ଞତା ବାଣ୍ଟିବେ।
Welcome, @KP24! 👋
— England Cricket (@englandcricket) September 7, 2026
Full story: https://t.co/qVtdHoXsY3pic.twitter.com/0sKUuqBw0i
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।