Khadge: ରାଜ୍ୟସଭାରେ ଖଡ଼ଗେଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଲା ବିଜେପି

Jun 18, 2026 - 02:11
Khadge: ରାଜ୍ୟସଭାରେ ଖଡ଼ଗେଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଲା ବିଜେପି

"ନୂଆଦିଲ୍ଲୀ : ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ଆଜି ବି‌‌ଜେପିର ୬ ଜଣ ସାଂସଦ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ୬ ବିଜେପି ସାଂସଦ ରାଜ୍ୟସଭାରେ ଖଡ଼ଗେଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ ଆଣିଥିବାବେଳେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରୀଷ୍ଣନ ଏହାକୁ ପରୀକ୍ଷା ପାଇଁ ସ୍ବାଧୀକାର କମିଟିକୁ ପଠାଇ ରିପୋର୍ଟ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ ସରକାର ନିଟ୍‌ ୟୁଜି ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍‌ ନିଷିଦ୍ଧ କରିବାରୁ ଖଡ଼ଗେ ଏନେଇ ସରକାରଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ।Advertisment ଆହୁରି ପଢନ୍ତୁ: TMC: ଟିଏମ୍‌ସି କାର୍ଯ୍ୟାଳୟ ପାଇଁ ସଙ୍କଟ: ୨ ମାସ ମଧ୍ୟରେ ଘର ଛାଡ଼ିବାକୁ କହିଲେ ମାଲିକ ଖଡ଼ଗେ କହିଥିଲେ ଯେ ସରକାର ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେବାର ମୂଳ କାରଣକୁ ନଖୋଜି ‌କେବଳ କ୍ଷତି ନିୟନ୍ତ୍ରଣ ଉପରେ ଫୋକସ୍‌ କରୁଛନ୍ତି।

ବାୟୁସେନା ମୁତୟନ ହେଉ କି ଟେଲିଗ୍ରାମ ବନ୍ଦ କରାଯାଉ କିମ୍ବା ପେପର୍‌ ଲିକ୍‌ ମାଫିଆକୁ ସୁରକ୍ଷା ଦେବାପାଇଁ ଛୋଟ ମାଛ ଧରିବା ହେଉ ମୋଦୀ ସରକାରଙ୍କୁ ଏସବୁ କରିବାର ଥିଲା।

କାରଣ ଗତ ୧୦ ବର୍ଷ ମଧ୍ୟରେ ୯୦ ପ୍ରଶ୍ନପତ୍ର ପ୍ରଘଟ ହୋଇଛି ଏବଂ ଏହି ଜାଲିଆତି ପାଇଁ ୯ କୋଟି ଯୁବଗୋଷ୍ଠୀ କ୍ଷତି ସହିଛନ୍ତି।

ସରକାର କେତେଦିନ ଆଉ ନିଜର ବିଫଳତାକୁ ଲୁଚାଇବେ।

ତେବେ ବିଜେପି ସାଂସଦମାନେ ଖଡ଼ଗେଙ୍କ ଟିପ୍ପଣୀକୁ ବିରୋଧ କରିବା ସହ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏକ ଅପମାନ ବୋଲି ଅଭିଯୋଗ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।