Khalikote Police ASI ମାମଲା ରଫାଦଫା କରିବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଖଲିକୋଟ ଏଏସ୍ଆଇ
"ଭୁବନେଶ୍ବର: ଥାନାରେ ରୁଜୁ ହୋଇଥିବା ଏକ ଅପରାଧିକ ମାମଲାକୁ ରଫାଦଫା କରିବା ନିମନ୍ତେ ଅଭିଯୁକ୍ତ/ଅଭିଯୋଗକାରୀଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଇ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାର ଏଏସ୍ଆଇ ସୁଜିତ ପାଣିଗ୍ରାହୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି।
Advertisment Odisha Vigilance ଲାଞ୍ଚୁଆ ଉଠା ଜଳସେଚନ ଜେଇଙ୍କ ଠାରେ ୧୨୩% ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଥାନାରେ ଏକ ଅପରାଧିକ ମାମଲାର ତଦନ୍ତ ଅଧିକାରୀ ଏଏସ୍ଆଇ ସୁଜିତ ପାଣିଗ୍ରାହୀ ଥିଲେ।
ମାମଲାର ଅଭିଯୁକ୍ତ ଏନେଇ ଥାନାରେ ଉକ୍ତ ଏଏସ୍ଆଇଙ୍କୁ ଭେଟିଥିଲେ।
ଧରାପଡ଼ିଥିବା ଏଏସ୍ଆଇ ସୁଜିତ ପାଣିଗ୍ରାହୀ ମାମଲା ରଫାଦଫା କରିବା ନିମନ୍ତେ ୧୫ହଜାରଟଙ୍କା ଲାଞ୍ଚ ମାଗିଥିଲେ।
ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
Odisha Vigilance Trap ୬ହଜାର ଟଙ୍କା ଲାଞ୍ଚ ନେଇ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ଗିରଫ ଏନେଇ ଭିଜିଲାନ୍ସ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧରା ୭ରେ ୯/୧୧-୯-୨୦୨୬ରେ ଏକ ମାମଲା ରୁଜୁ କରିଥିଲା।
ଆଜି ଯୋଜନାବଦ୍ଧ ଭାବେ ଉକ୍ତ ଲାଞ୍ଚଟଙ୍କା ଗ୍ରହଣ କରିବା ବେଳେ ଛପି ରହିଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ।
ଏଏସ୍ଆଇଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ।
Odisha Vigilance ୩୫ ହଜାର ଟଙ୍କା ଲାଞ୍ଚ ନେଇ ରଙ୍ଗେହାତ ଧରାପଡ଼ିଲେ ସିଉଳା ଆର୍ଆଇ ଓ ଏଆର୍ଆଇ ଏହାପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବାସଭବନ ଓ କାର୍ଯ୍ୟାଳୟ ଆଦି ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।
ତଦନ୍ତ ଜାରି ରହିଛି, ଅଟକଳ ପରେ ସମ୍ପତ୍ତି ଠୁଳର ବିବରଣୀ ଦିଆଯିବ ବୋଲି ଭିଜିଲାନ୍ସ ବିଭାଗ ଏକ ପ୍ରେସ୍ ବାର୍ତ୍ତାରେ କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।