Khimji Dayabhai Celebrates 90 Years: ୯୦ ବର୍ଷର ବିଶ୍ୱାସ, ସ୍ୱଚ୍ଛତା ଓ କାରିଗରୀ ସହ ଆଗକୁ ବଢୁଛି ଖିମଜୀ ଦୟାଭାଇ
ଓଡ଼ିଶାର ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଦୟାଭାଇ କୋ. ଗ୍ରୁପ୍ ୯୦ ବର୍ଷର ଗୌରବମୟ ଯାତ୍ରା ପୂରଣ କରିଛି। ୧୯୩୬ ମସିହାରେ ବାରିପଦାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଆଜି ଚାରି ପିଢ଼ି ଧରି ଏକ ବହୁ-ବ୍ରାଣ୍ଡ ଅଳଙ୍କାର ଗ୍ରୁପ୍ରେ ପରିଣତ ହୋଇଛି। ସଠିକ୍ ଓଜନ, ଶୁଦ୍ଧ ସୁନା, ଉଚିତ ମୂଲ୍ୟ ଓ ଗ୍ରାହକଙ୍କ ସହ ସ୍ୱଚ୍ଛ ସମ୍ପର୍କକୁ ଗ୍ରୁପ୍ ଆଜି ମଧ୍ୟ ନିଜର ମୂଳ ମୂଲ୍ୟବୋଧ ଭାବେ ରଖିଛି।
୯୦ ବର୍ଷ ପୂର୍ତ୍ତି ଅବସରରେ ଗ୍ରୁପ୍ ପକ୍ଷରୁ ଏହାର ଐତିହ୍ୟ ଓ ଗ୍ରାହକଙ୍କ ସହ ଦୀର୍ଘସ୍ଥାୟୀ ସମ୍ପର୍କକୁ ନେଇ ବିଭିନ୍ନ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ‘ସ୍ୱଚ୍ଛତାର ୯୦ ବର୍ଷର ଐତିହ୍ୟ’ ଅଭିଯାନରେ ପିଢ଼ି ପରେ ପିଢ଼ି ଗ୍ରୁପ୍ ସହ ଜଡ଼ିତ ଗ୍ରାହକ ଓ ପରିବାରଙ୍କ କାହାଣୀକୁ ସ୍ଥାନ ଦିଆଯାଇଛି। ବାରିପଦା, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକର ଗ୍ରାହକଙ୍କ ଅନୁଭୂତି ମଧ୍ୟ ଏଥିରେ ସାମିଲ ହୋଇଛି।
ଏହା ସହ ‘୨୪ କ୍ୟାରେଟ୍ ସ୍ୱଚ୍ଛ’ କ୍ୟାମ୍ପେନ୍ ମଧ୍ୟ ଉନ୍ମୋଚନ କରାଯାଇଛି। ସୁନାର ଶୁଦ୍ଧତା ସହ ବ୍ୟବସାୟରେ ସ୍ୱଚ୍ଛତାର ଗୁରୁତ୍ୱକୁ ଏହି ଅଭିଯାନ ମାଧ୍ୟମରେ ଉପସ୍ଥାପନ କରାଯାଇଛି।
ଗ୍ରୁପ୍ର ସିଇଓ ନିଶିତ ନନ୍ଦ କହିଛନ୍ତି, ୯୦ ବର୍ଷ କେବଳ ଏକ ମାଇଲଖୁଣ୍ଟ ନୁହେଁ, ଏହା ପିଢ଼ି ପରେ ପିଢ଼ି ଗ୍ରାହକଙ୍କ ବିଶ୍ୱାସର ଉତ୍ସବ। ଆଗାମୀ ଦିନରେ ନୂଆ ପିଢ଼ିର ଗ୍ରାହକଙ୍କ ପାଖରେ ପହଞ୍ଚିବା ସହ ଓଡ଼ିଶା ବାହାରେ ବ୍ୟବସାୟ ବିସ୍ତାର ଉପରେ ଗ୍ରୁପ୍ ଗୁରୁତ୍ୱ ଦେଉଛି। ୨୦୨୮ ସୁଦ୍ଧା ୫୦୦ କୋଟି ଟଙ୍କା ଟର୍ଣ୍ଣଓଭର ହାସଲ କରିବା ଏବଂ ନୂଆ ପ୍ରିମିୟମ୍ ବୁଟିକ୍ ଖୋଲିବା ଗ୍ରୁପ୍ର ଲକ୍ଷ୍ୟ ରହିଛି।
ଦୁଇ ନୂଆ ବ୍ରାଣ୍ଡର ଶୁଭାରମ୍ଭ
ବ୍ୟବସାୟକୁ ନୂଆ ଦିଗ ଦେବା ପାଇଁ ଗ୍ରୁପ୍ ପକ୍ଷରୁ YOULRY.COM ଓ ଅର୍ଣ୍ଣିକା ନାମରେ ଦୁଇଟି ନୂଆ ଜୁଏଲେରୀ ବ୍ରାଣ୍ଡ ଆରମ୍ଭ କରାଯାଇଛି। YOULRY.COM ନୂଆ ପିଢ଼ିର ଗ୍ରାହକଙ୍କ ପାଇଁ ଅନଲାଇନ୍ ଅଳଙ୍କାର କିଣାକିଣିର ସୁବିଧା ଉପରେ ଗୁରୁତ୍ୱ ଦେଉଥିବାବେଳେ, ଅର୍ଣ୍ଣିକା ପାରମ୍ପରିକ କାରିଗରୀ ଓ ଆଧୁନିକ ଡିଜାଇନ୍କୁ ନେଇ ପ୍ରିମିୟମ୍ ଜୁଏଲେରୀ ବ୍ରାଣ୍ଡ ଭାବେ ଆଗକୁ ବଢ଼ିବ।
୯୦ ବର୍ଷର ବିଶ୍ୱାସକୁ ଆଧାର କରି ଶତବର୍ଷ ଦିଗକୁ ଆଗକୁ ବଢୁଥିବା ଖିମଜୀ ଦୟାଭାଇ କୋ. ଗ୍ରୁପ୍ ପରମ୍ପରା ସହ ଆଧୁନିକତାକୁ ଯୋଡ଼ି ନୂଆ ପିଢ଼ିର ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।