Kiara Advani and Sidharth Malhotra Expect Second Child: କିଆରା-ସିଦ୍ଧାର୍ଥଙ୍କ ଘରକୁ ଆସୁଛି ଆଉ ଜଣେ ନୂଆ ଅତିଥି, ଦେଲେ ଖୁସି ଖବର
ବଲିଉଡ୍ର ଲୋକପ୍ରିୟ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାଣୀଙ୍କ ଘରକୁ ଆସିବାକୁ ଯାଉଛି ଆଉ ଜଣେ ନୂଆ ଅତିଥି। ଦ୍ୱିତୀୟ ଥର ପାଇଁ ବାପା-ମାଆ ହେବାକୁ ଯାଉଥିବା ଖୁସି ଖବର ଉଭୟେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏକ ଯୁଗ୍ମ ପୋଷ୍ଟରେ ଛୋଟ ମୋଜା ଧରିଥିବା ହାତର ଫଟୋ ସହ ଏହି ଖୁସି ଖବର ଦେଇଛନ୍ତି କିଆରା ଓ ସିଦ୍ଧାର୍ଥ। ପୋଷ୍ଟରେ ଲେଖିଛନ୍ତି, ‘ପୁଣିଥରେ ଜୀବନର ସବୁଠାରୁ ବଡ଼ ଉପହାର ଆଶୀର୍ବାଦରେ ପାଇଛୁ। ଆମ ହୃଦୟ ପ୍ରେମ ଓ କୃତଜ୍ଞତାରେ ଭାରି ଯାଇଛି।’
ଏହି ଖୁସି ଖବର ପରେ କରଣ ଜୋହର ଓ ଅଥିୟା ସେଟ୍ଟୀଙ୍କ ସମେତ ଅନେକ ସେଲିବ୍ରିଟି କମେଣ୍ଟରେ ଭଲପାଇବା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଥମ ସନ୍ତାନ ଘୋଷଣାଠାରୁ ଝିଅର ନାଁ ଘୋଷଣା ପର୍ଯ୍ୟନ୍ତ ଛୋଟ ମୋଜାର ଫଟୋକୁ ଏହି ଦମ୍ପତି ବିଶେଷ ଭାବେ ବ୍ୟବହାର କରିଆସିଛନ୍ତି।
ସିଦ୍ଧାର୍ଥ ଓ କିଆରା ୨୦୨୩ ଫେବ୍ରୁଆରୀ ୭ରେ ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍ରେ ବିବାହ କରିଥିଲେ। ‘ଶେରଶାହ’ ଫିଲ୍ମର ସୁଟିଂ ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଗତବର୍ଷ ଜୁଲାଇ ୧୫ରେ ସେମାନେ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଏବେ ଦ୍ୱିତୀୟ ସନ୍ତାନ ଆସିବା ଖବରରେ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଖୁସିର ଲହରୀ ଖେଲାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।