Kiara Advani: ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ
"ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ ଦ୍ବିତୀୟ ଥର ମା" ହେବାକୁ ଯାଉଛନ୍ତି।
ଏନେଇ ସେ ନିଜେ ସୂଚନା ଦେଇଛନ୍ତି।
ଖବରକୁ ଏହି ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବୁଧବାର ସକାଳେ ନିଜ ଇନଷ୍ଟାଗ୍ରାମ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।
ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ବଲିଉଡ୍ର ଅନେକ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଜୋରଦାର ଶୁଭେଚ୍ଛା ଜଣାଉଛନ୍ତି।
ବଲିଉଡନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ସିଦ୍ଧାର୍ଥ ଏବଂ କିଆରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଇମୋଜି ଦେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି।Advertisment ଗତ ବର୍ଷ ଜୁଲାଇ ୧୫ ତାରିଖରେ ସନ୍ତାନକୁ ସ୍ୱାଗତ କରିଥିଲେ ସୂଚନାଯୋଗ୍ୟ ଗତବର୍ଷ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ ବର୍ଷ ଜୁଲାଇ ୧୫ ତାରିଖରେ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ।
ଅଭିନେତ୍ରୀଙ୍କ ପ୍ରସବ ଅଗଷ୍ଟ ମାସରେ ହେବାର ଥିଲା, କିନ୍ତୁ ଶିଶୁଟି ନିର୍ଦ୍ଧାରିତ ସମୟର ପୂର୍ବରୁ ଜନ୍ମ ନେଇଥିଲା।
ପ୍ରସବ ପାଇଁ କିଆରାଙ୍କୁ ମୁମ୍ବାଇର ଗିରଗାଓଁ ଅଞ୍ଚଳରେ ଥିବା ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲକୁ ନିଆଯାଇଥିଲା।
ଗତବର୍ଷ ମେଟ୍ ଗାଲାରେ ମଧ୍ୟ କିଆରା ନିଜ ବେବି ବମ୍ପ୍ ଦେଖାଇଥିଲେ।
ଏହି ଅବସରରେ ଅଭିନେତ୍ରୀ ଡିଜାଇନର୍ ଗୌରବ ଗୁପ୍ତାଙ୍କ ଦ୍ବାରା ପ୍ରସ୍ତୁତ ଏକ ସୁନ୍ଦର ପୋଷାକ ପିନ୍ଧିଥିଲେ।
ଉଲ୍ଲେଖଯୋଗ୍ୟ, କିଆରା ଆଡଭାନୀ "ଫଗଲି" ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।
କିନ୍ତୁ ଦର୍ଶକ ତାଙ୍କର ପ୍ରଥମ ଫିଲ୍ମ ଭାବେ M.S.
Dhoni: The Untold Story କିମ୍ବା Kabir Singhକୁ ମନେ କରନ୍ତି, କାରଣ ଏହି ଦୁଇଟି ଫିଲ୍ମ ସୁପର୍ ହିଟ୍ ହୋଇଥିଲା ଏହି ଦୁଇ ସମାଲୋଚକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ।
ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି।
ଗତ ଅଗଷ୍ଟ ମାସରେ ରିଲିଜ୍ ହୋଇଥିବା "ଟକ୍ସିକ"ରେ କିଆରା ନଜର ଆସିଥିଲେ।
ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ସାଉଥ୍ ଷ୍ଟାର୍ ୟଶଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।
CM Mohan Charan Majhi: ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।