Kotia Border Dispute: କୋଟିଆରେ ଆନ୍ଧ୍ର ଭୋଟରଙ୍କ ଭୋଟ୍ଦାନ! ସାରିକା ବୁଥ୍ରେ ଭୋଟ୍ ଦେଇ ଫେରିବା ବେଳେ ଉତ୍ତେଜନା
ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟ୍ ।
କୋଟିଆରେ ଥିବା ଆନ୍ଧ୍ର ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି ।
ସାରିକାରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯାଇ ସେମାନେ ଭୋଟ୍ ଦେଇଥିବା ସୂଚନା ମିଳିଛି।
ଫେରିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହ ଭୋଟରଙ୍କ କଥା କଟାକଟି ହୋଇଛନ୍ତି ।
କେମିତି ଓ କେଉଁ ପରିସ୍ଥିତିରେ ଦେଲେ ଭୋଟେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
Advertisment ଏନେଇ କୋରାପୁଟ ଜିଲ୍ଲା ପ୍ରଶାନସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସେପଟେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୋଲିସ ଚେକ୍ ପୋଷ୍ଟକୁ ଭାଙ୍ଗି କବଜାକୁ ନେଇଥିଲା ଓଡ଼ିଶା।
କୋଟିଆର ସମସ୍ତ ୨୧ ଗ୍ରାମରେ ଲାଗିଛି BNSS-163।
୩ଟି ଚେକ୍ ଗେଟରେ ରଖାଯାଇଛି ୨୪ ଘଣ୍ଟିଆ ନଜର।
ଆନ୍ଧ୍ରର ଜବରଦସ୍ତି ନିର୍ବାଚନକୁ ପ୍ରତିହତ ପାଇଁ ନେରେଡିବାଲସାରେ ୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।