Kotia dispute: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାଜନୀତି ପୁଣି ସରଗରମ

Oct 24, 2026 - 18:12
Kotia dispute: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାଜନୀତି ପୁଣି ସରଗରମ

ପଟ୍ଟାଙ୍ଗି (ପ୍ରଶାନ୍ତ କୁମାର ଦାଶ): କୋଟିଆରେ ହେବ ନିର୍ବାଚନ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏବେ ବିବାଦ ତେଜିଛି।

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ କରିବା ପରେ ଦୀର୍ଘ ଦିନର ସୀମା ବିବାଦ ପୁଣି ଏବେ ଚର୍ଚ୍ଚାକୁ ଆସିଛି।

ସରକାରଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିରୋଧୀ ଦଳ ତଥା ୨୪ ବର୍ଷ ଶାସକ ଦଳର ସରକାର ଓ ବର୍ତ୍ତମାନର ବିଜେପି ତଥା ଟ୍ରିପିଲ ଇଞ୍ଜିନ ସରକାରଙ୍କ ମଧ୍ୟରେ ଚାଲିଛି କଥାକଟାକଟି।

Advertisment ବର୍ତ୍ତମାନ କୋଟିଆ ଗସ୍ତରେ କୋରାପୁଟ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ଗସ୍ତ କରି ଆନ୍ଧ୍ରର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ।

କୋରାପୁଟ ଉପ ଜିଲ୍ଲାପାଳ କୋଟିଆରେ ରାତ୍ରିଯାପନ କରି ପ୍ରତ୍ୟେକ ବିବାଦୀୟ ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ଲୋକଙ୍କୁ ସଚେତନତା କରିଥିବା ବେଳେ ସର୍ବଦଳୀୟ ନେତା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଆରମ୍ଭ କରିଛନ୍ତି।

ବିଜେଡି ଭାଙ୍ଗଲା ଫଳକ, ପୋତିଲା ଆନ୍ଧ୍ର ଅନ୍ୟପଟେ ବିଜେଡିର ଏକ ୧୬ ଜଣିଆ ପ୍ରତିନିଧି ଦଳ ଗତକାଲି କୋଟିଆ ଗସ୍ତ କରି ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିବା ସହିତ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ନାମଫଳକକୁ ଭାଙ୍ଗି ଉପାଡି ଦେଇଥିଲେ କିନ୍ତୁ ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ର ସାଲୁର ତହସିଲଦାର ଓ ମଣ୍ଡଳ ଅଧିକାରୀ ପହଁଚି ଭଙ୍ଗା ଯାଇଥିବା ଫଳକକୁ ପୁଣି ପୋତିଥିବା ଦେଖିବାକୁ ମିଳିଛି।

Kotia: କୋଟିଆ ପ୍ରସଙ୍ଗରେ ରାଜନୀତି ନ କରି ନବୀନ ବାବୁ ୨୪ ବର୍ଷର ହିସାବ ଦିଅନ୍ତୁ: ବିଜେପି କ'ଣ ରହିବ ସ୍ଥିତି?

କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଆନ୍ଧ୍ର ସରକାର ତାକୁ ମାଣିନାହାନ୍ତି।

ତେଣୁ ଆନ୍ଧ୍ର ପ୍ରଶାସନ ବିରୋଧରେ ସୁପ୍ରିମକୋର୍ଟରେ କୋରାପୁଟ ଜିଲ୍ଲାପାଳ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି।

ଆଗାମୀ ଦିନରେ କୋଟିଆ ସ୍ଥିତି କଣ ରହିବ ଏବେ ଦେଖିବାକୁ ବାକି ରହିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।