Kottavalasa-Koraput Doubling Project: କୋଟାଭାଲାସା–କୋରାପୁଟ ଦୋହରୀକରଣ: ସୁଡ଼ଙ୍ଗ ନମ୍ବର ୪୧-୪୧ଏର ଖନନ ଶେଷ

Oct 02, 2026 - 19:12
Kottavalasa-Koraput Doubling Project: କୋଟାଭାଲାସା–କୋରାପୁଟ ଦୋହରୀକରଣ: ସୁଡ଼ଙ୍ଗ ନମ୍ବର ୪୧-୪୧ଏର ଖନନ ଶେଷ

"ଭୁବନେଶ୍ୱର: ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ କୋଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ବୋରା ଗୁହାଲୁ ଓ କରକାଭାଲାସା ଷ୍ଟେସନ ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର ୪୧-୪୧ଏ ର ସଫଳ ବ୍ରେକଥ୍ରୁ (ଖନନ କାର୍ଯ୍ୟ )ସଫଳତାର ସହକାରେ ଶେଷ ହୋଇଛି।

Advertisment Bhubaneswar railway station: ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାମର ସମୀକ୍ଷା: ଡିସେମ୍ବରକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ କଣ୍ଟ ୧ ଅକ୍ଟୋବର ୨୦୨୬ରେ ଏହି ବ୍ରେକଥ୍ରୁ ଶତ ପ୍ରତିଶତ ଆଲାଇନମେଣ୍ଟ ସହ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି।

ମୋଟ ୮୨୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସୁଡ଼ଙ୍ଗକୁ ଅଶ୍ୱଖୁରା (horseshoe) ଆକୃତିରେ ନିର୍ମାଣ କରାଯାଇଛି ଏବଂ ଏହାର ଆଲାଇନମେଣ୍ଟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ବକ୍ରତା ରହିଛି।

ବୋରା ଗୁହାଲୁ–କରକାଭାଲାସା ବ୍ଲକ୍ ସେକ୍ସନରେ ଏହି ସୁଡ଼ଙ୍ଗର ବ୍ରେକଥ୍ରୁ ସଫଳତାର ସହିତ ସମ୍ପନ୍ନ ହୋଇଛି।

East Coast Railway: ପୂର୍ବତଟ ରେଳପଥର ନିଆରା ପ୍ରୟ‌ାସ: ରେଳରେ ଚଳମାନ ସାହିତ୍ୟ ଆସର ସୁଡ଼ଙ୍ଗ ନମ୍ବର ୪୧-୪୧ଏର ସଫଳ ବ୍ରେକଥ୍ରୁ ଦୁର୍ଗମ ଭୂଖଣ୍ଡରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ ସଫଳତା।

ନିର୍ଦ୍ଧାରିତ ଆଲାଇନମେଣ୍ଟରେ ଶତ ପ୍ରତିଶତ ସଠିକତା ସହ ଏହି ବ୍ରେକଥ୍ରୁ ସମ୍ପନ୍ନ ହେବା କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପର ଅଗ୍ରଗତିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

East Coast Railway: ପାନୀୟ ଜଳକୁ ନେଇ ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ୧୭୫ ଷ୍ଟେସନରେ ଜଳର ଗୁଣବତ୍ତା ନିରୀକ୍ଷଣ ଏହି ସୁଡ଼ଙ୍ଗର ବ୍ରେକଥ୍ରୁ (ଖନନ କାର୍ଯ୍ୟ ) ସମ୍ପନ୍ନ ହେବା ଦୋହରୀକରଣ ପ୍ରକଳ୍ପର କ୍ରମାଗତ ବିକାଶରେ ସହାୟକ ହେବା ସହ କୋଟ୍ଟାଭାଲାସା–କୋରାପୁଟ ରେଳ ସେକ୍ସନରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ।

ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହା ରେଳ ଲାଇନର କ୍ଷମତା ବୃଦ୍ଧି, ପରିଚାଳନାଗତ ଦକ୍ଷତାରେ ଉନ୍ନତି ଏବଂ ଏହି ଅଞ୍ଚଳରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନର ସୁଗମ ଚଳାଚଳରେ ସହାୟକ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।