Kuldiha Wildlife Sanctuary Reopens ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା ଅଭୟାରଣ୍ୟ
ନୀଳଗିରି: ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକ ପାଇଁ କୁଲଡିହା ଅଭୟାରଣ୍ୟ ଖୋଲାଯାଇଥାଏ ।
କିନ୍ତୁ ଚଳିତବର୍ଷ ପ୍ରବଳ ବର୍ଷା ଯୋଗୁଁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଏହା ସର୍ବସାଧାରଣଙ୍କ ନିମନ୍ତେ ଖୋଲିବାରେ ବିଳମ୍ବ ହୋଇଥିଲା।
ଏନେଇ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା।
ଶେଷରେ ଆଜି (ବୁଧବାର) ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟର ଫାଟକ ଖୋଲାଯାଇଛି।
Advertisment Demolish: ନୀଳଗିରିରେ ୧୩ ବେଆଇନ ଇଟାଭାଟି ଭାଙ୍ଗିବାକୁ ପ୍ରଶାସନର ପଦକ୍ଷେପ, ବିରୋଧ କରି ଶ୍ରମିକଙ୍କ ରାସ୍ତାରୋକ ଏନେଇ ଆଜି ପୂର୍ବାହ୍ନରେ କୁଲଡିହା ଅଭୟାରଣ୍ୟର ବାଲିଆନାଳ ମୁଖ୍ୟ ଫାଟକ ଠାରେ ଏକ କାର୍ଯ୍ୟକ୍ରମ ହୋଇଥିଲା।
ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଡିଏଫଓ ପ୍ରତୀକ ପ୍ରକାଶ ଇନ୍ଦଲ କର୍, ଏସିଏଫ ମାଣିକେଶ୍ବରୀ ହାଁସଦା, ରେଞ୍ଜର ମନୋରଞ୍ଜନ ନାଏକ, ଟୁରିଷ୍ଟ ଗାଇଡ ମନୋରଞ୍ଜନ ଦାସ, ସ୍ଥାନୀୟ ସରପଞ୍ଚ ବାସନ୍ତୀ ହେମ୍ରରମ, କେସିପୁର ସମିତିସଭ୍ୟା ଶକୁନ୍ତଳା ବିଶ୍ୱାଳ, ପୂର୍ବତନ ସରପଞ୍ଚ ମହେନ୍ଦ୍ର ସିଂ, ଶ୍ରୀନିବାସ ବାଗ, ଅସିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଟୁରିଷ୍ଟଗାଇଡ଼ ମନୋରଞ୍ଜନ ଦାସଙ୍କ ନେତୃତ୍ୱରେ ପ୍ରଥମ ଦିନରେ ପଶ୍ଚିମବଙ୍ଗ ଏନ୍ ଆଇ ଏଫ୍ ଟି ବିଶ୍ୱବିଦ୍ୟାଳୟ ରୁ ଆସିଥିବା ୩୬ଛାତ୍ରଛାତ୍ରୀ, ପ୍ରଫେସର ପ୍ରବେଶ କରି ଥିଲେ।
ଅନ୍ୟ୬ ବାଙ୍ଗୀୟ ପର୍ଯ୍ୟଟକଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା।ଉକ୍ତ ପର୍ଯ୍ୟଟକ ମାନେ ଗତ କାଲି ଠାରୁ ଆସି ପଂଚଲିଶ୍ୱର ସ୍ଥିତ ସାଇ ଇଶ୍ବରୀ ବ୍ଲୁ ହିଲିସ ରିସଟ ଥିଲେ ଓ ଉକ୍ତ ପର୍ଯ୍ୟଟକ ଙ୍କ ଠାରୁ ବନବିଭାଗ ରାଜସ୍ୱ ବାବଦ କୁ୧୭୪୦ ଆୟ କରିଛି।
Puri–Badampahar Express Stoppages ପୁରୀ –ବାଦାମପାହାଡ଼ ଏକ୍ସପ୍ରେସ୍ର କୁଲଡିହା ଓ ବହଳଦା ରୋଡ୍ରେ ରହଣି ଦାବି କାର୍ଯ୍ୟକ୍ରମ ପୂର୍ବତନ ଭାରପ୍ରାପ୍ତ ରେଞ୍ଜର ତଥା ଯୋଡ଼ାଚୁଆ ଫରେଷ୍ଟର ସୌମ୍ୟରଞ୍ଜନ ମାଝୀ,କୁଲଡିହା ଫରେଷ୍ଟର ଦେବରାଜ ରାଉତ,ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଫରେଷ୍ଟର ହୃଷିକେଶ ପ୍ରଧାନ,କୁଲଡିହାସ୍ୱତନ୍ତ୍ର ଫରେଷ୍ଟର ବାଲୁକେଶ୍ୱର ହେମ୍ବ୍ରମ୍,ବାଲିଆନାଳ ବିଟ ଫରେଷ୍ଟ ଗାର୍ଡ ଲିପିକା ପାଣିଗ୍ରାହୀ, ପୁରୁଣାପାଣି ଫରେଷ୍ଟ ଗାର୍ଡ ହିମାଂଶୁ ଶେଖର ପାଢ଼ୀ, କଇମହୁଡ଼ି ଫରେଷ୍ଟ ଗାର୍ଡ ତପନ କୁମାର ଜେନା, ଚେକମରା ଫରେଷ୍ଟ ଗାର୍ଡ ଆରତୀ ପରିଡା ଓ ସମସ୍ତ ବନ କର୍ମଚାରୀ, ବରହମପୁର ପୁଲିସ ଏସାଇ ମନୋରଞ୍ଜନ ପୁହାଣ, ଏଏସାଇ ନନ୍ଦ କିଶୋର ବିଶ୍ୱାଳ, ନୀଳଗିରିର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Wildlife Sanctuary: କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ଚଢ଼ାଉ: ୫ଟି ଦେଶୀ ବନ୍ଧୁକ ସହ ବାରୁଦ, ଲୁହା ବଲ୍ ଓ ଫାଶ ଜବତ; ୬ ଶିକାରୀ ଗିରଫ ସୂଚନାଯୋଗ୍ୟ ୨୭୨.୭୫ ବର୍ଗକିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ହାତୀ ଅଭୟାରଣ୍ୟ ହୋଇଥିଲେ ସୁଦ୍ଧା ଅଭୟାରଣ୍ୟ ରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ସରୀସୃପ ଯଥା, ଗୟଳ, ବାରହା, କଲରାପତରିଆ ବାଘ, ହେଟା ବାଘ, ହରିଣ,କୁଟାରୀ, ବଜ୍ରକାପ୍ତା, ଶାଳିଆପାତିନି, ଭେଲରା ମୂଷା, ମୟୁର, ଟିଆ, ଶୁଆ, ଶାରୀ, ହଳଦୀ ବସନ୍ତ, କୋଇଲୋ, କଜଳପାତି, ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ, ଅଜଗର, ଅହିରାଜ, ଚନ୍ଦ୍ରବୋଡା ବିଭିନ୍ନ ପ୍ରଜାତିର ବିଷଧର ସରୀସୃପ ଦେଖିବାକୁ ମିଳିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।