Labour Code Row: ଶ୍ରମ କୋଡ୍ ବାତିଲ ସହ ମହିଳାଙ୍କ ନାଇଟ୍ ଡ୍ୟୁଟି ବନ୍ଦ ଦାବି, ସମର୍ଥକଙ୍କ ସହ ବିଧାୟକଙ୍କ ବ୍ଲକ ଘେରାଉ
କୋଇଡାରେ ୨୨ ଦଫା ଦାବି ନେଇ ବିଶାଳ ବିକ୍ଷୋଭ। କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ, ସ୍ୱାଧୀନ କର୍ମଚାରୀ ଫେଡରେସନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ହଜାର ହଜାର କର୍ମୀ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ କୋଇଡା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ୪ଟି ଶ୍ରମ କୋଡ୍ ବାତିଲ, ମହିଳାଙ୍କ ରାତ୍ରିକାଳୀନ ଡ୍ୟୁଟି ବନ୍ଦ, ଚାଷୀଙ୍କ ଫସଲର ସର୍ବନିମ୍ନ ମୂଲ୍ୟ ପ୍ରଦାନ, ବିଦ୍ୟୁତ ଘରୋଇକରଣ ଓ ସ୍ମାର୍ଟ ମିଟର ବନ୍ଦ ସହ ୨୨ ଦଫା ଦାବି ନେଇ ଏହି ବିକ୍ଷୋଭ ହୋଇଛି।
ଏଥିସହ ଭିବି- ଜିରାମଜୀ ଆଇନ ଉଚ୍ଛେଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, କୃଷି ଋଣ ଛାଡ଼ ଓ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ଭଳି ଦାବି ମଧ୍ୟ ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛି। ....
୨୨ ଦଫା ଦାବିରେ କୋଇଡା ବ୍ଲକ୍ ଘେରାଉ
କୋଇଡାରେ ହଜାର ହଜାର ଶ୍ରମିକ-କୃଷକଙ୍କ ବିକ୍ଷୋଭ
ଶ୍ରମ କୋଡ୍ ବାତିଲ ସହ ମହିଳାଙ୍କ ନାଇଟ୍ ଡ୍ୟୁଟି ବନ୍ଦ ଦାବି
କୃଷି ଋଣ ଛାଡ଼ ସହ ୨୨ ଦଫା ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।