Ladakh: ‘ଲଦାଖ’ କେନ୍ଦ୍ର ଶାସିତ ଅଞ୍ଚଳ ଭାରତର ଏକ ଅଭିନ୍ନ, ଅବିଭକ୍ତ ଅଂଶ’

Oct 13, 2026 - 18:44
Ladakh: ‘ଲଦାଖ’ କେନ୍ଦ୍ର ଶାସିତ ଅଞ୍ଚଳ ଭାରତର ଏକ ଅଭିନ୍ନ, ଅବିଭକ୍ତ ଅଂଶ’

"ନୂଆଦିଲ୍ଲୀ: ଲଦାଖକୁ ନେଇ ଚୀନ ପକ୍ଷରୁ ଦିଆଯାଇଥିବା ବୟାନ ପରେ ଭାରତ ଏହାର କଡ଼ା ଜବାବ ଦେଇଛି।

ବିଦେଶ ମନ୍ତ୍ରଣାଳୟ ପୁଣି ଥରେ କହିଛି ଯେ, ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାରତର ଏକ ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶବିଶେଷ।

କାହାରି କହିବାରେ ସତ ବଦଳିଯିବ ନାହିଁ।

ବ‌ିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଲଦାଖରେ ଥିବା ୨୮ଟି ସ୍ଥାନର ପରିଚୟ "ସର୍ଭେ ଅଫ୍‌ ଇଣ୍ଡିଆ"ର ସରକାରୀ ମାନଚିତ୍ରରେ ମାନକ ନାମ ସହିତ କରାଯାଇଛି ଏବଂ ଏହି କାମ ଲଦାଖ କେନ୍ଦ୍ର ଶାସିତ ରାଜ୍ୟ ଏବଂ ସ୍ଥାନୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ପରେ କରାଯାଇଛି।

Advertisment ଭାରତର ଲଦାଖସ୍ଥିତ ଅନେକ କ୍ଷେତ୍ରର ଷ୍ଟାଣ୍ଡାର୍ଡ ନାମ ଘୋଷିତ କରିବା ପରେ ମଙ୍ଗଳବାର ଚୀନ ଅଭିଯୋଗ ଆଣିଛି।

ଚୀନର ଅଭିଯୋଗ ପରେ ଭାରତ ପ୍ରତିକ୍ରିୟା ଦେଇଛି।

ବିଦେଶ ମନ୍ତ୍ରଣାଳୟ କହିଛି ଯେ, ସର୍ଭେ ଅଫ୍‌ ଇଣ୍ଡିଆର ଲଦାଖ କେନ୍ଦ୍ର ଶାସିତ ରାଜ୍ୟର ମାନଚିତ୍ରରେ ଏହି ସ୍ଥାନଗୁଡ଼ିକୁ ଔପଚାରିକ ଭବେ ଚିହ୍ନିତ କରିବାର ଉଦେଶ୍ୟ ଏହାର ସଠିକ ପରିଚୟକୁ ସୁଗମ କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।

ଲଦାଖର ୨୮ ସ୍ଥାନ ପାଇଁ ଭାରତର ମାନକ ନାମ ଜାରିକୁ ବିରୋଧ: ନାଲି ଆଖି ଦେଖାଇ ଚୀନ୍ କହିଲା ଏହା ସମ୍ପୂର୍ଣ୍ଣ ବେଆଇନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।