Lakshmivarah College SIne die ଲକ୍ଷ୍ମୀବରାହ କଲେଜ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ, ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ

Oct 12, 2026 - 21:51
Lakshmivarah College SIne die ଲକ୍ଷ୍ମୀବରାହ କଲେଜ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ, ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ

"ଆଳି: ଛାତ୍ରସଂସଦ ନିର୍ବାଚନକୁ ନେଇ ଆଳି ବ୍ଲକ୍‌ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ମହାବିଦ୍ୟାଳୟ‌କୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ବନ୍ଦ (ସାଏନ୍‌ ଡାଏ) ଘୋଷଣା କରାଯାଇଛି।

ଏହାସହ ମହାବିଦ୍ୟାଳୟରେ ହେବାକୁ ଥିବା ଛାତ୍ରସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି।

Advertisment Student Union Election: ଛାତ୍ର ସଂସଦ ନିର୍ବାଚନ: କମ୍ପିଲା କ୍ୟାମ୍ପସ୍‌ କଲେଜ୍ ଅଧ୍ୟକ୍ଷ ଅସିତ୍ ରାଉତରାୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ପାଇଁ ଗତ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନଠାରୁ କଲେଜରେ ଅଳ୍ପବହୁତ ଉତ୍ତେଜନା ଲାଗିରହିଛି।

ଆଜି ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟକୁ ସାଏନ୍‌ ଡାଏ ଘୋଷଣା କରିଛନ୍ତି।

BJD Demands ରାନ୍ଦିଆରୁ ବନ୍ଦାଳ–ମଢିଆଳି ରାସ୍ତା ମରାମତି ଦାବିରେ ଦାବିପତ୍ର ଅପରପକ୍ଷରେ, ମହାବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, କେତେକ ଦୁର୍ବୃତ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ନିର୍ବାଚନ ଫାଇଲ୍ ଓ ସିସିଟିଭିର ହାର୍ଡଡିସ୍ ନେଇଯାଇଛନ୍ତି।

ଏହି ପ୍ରସଙ୍ଗରେ ସେମାନେ ଆଜି କଲେଜ ଫାଟକ ସମ୍ମୁଖ ରାସ୍ତାରେ ଧାରଣା ବସିଥିଲେ।

ଆଳି ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଏକ ଦାବିପତ୍ର ଗ୍ରହଣକରିଥିଲେ।

Permanent river embankment: ଆଳି ଧୋୟାଞ୍ଚଳର ଦୁଃଖ କାଣୀ, ଖରସ୍ରୋତା: ନିର୍ମାଣ ହେଉନି ସ୍ଥାୟୀ ନଦୀବନ୍ଧଏଠାରେ ପ୍ରକାଶ ଯୋଗ୍ୟ ଯେ,ଲକ୍ଷ୍ମୀବରାହ କଲେଜ ଛାତ୍ର ସଂସଦର ମୋଟ୍ ୭ ଟି ପଦବୀ ପାଇଁ ୯ ଜଣ ପ୍ରାର୍ଥୀ ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

କେବଳ ମାତ୍ର ସଭାପତି ଓ ସମ୍ପାଦକ ପଦବୀ ନିମନ୍ତେ ଦୁଇଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଅନ୍ୟ ୫ ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିଲେ।ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ସଭାପତି ଓ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିବା ଦୁଇଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଥିଲେ।ଫଳରେ ଗୋଟିଏ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଦାବି କରି ଶୋଭାଯାତ୍ରାରେ ବିଜୟ ଉତ୍ସବ ମନାଇଥିଲେ।

ଅନ୍ୟପକ୍ଷରେ ବିପକ୍ଷ ଛାତ୍ର ସଂଗଠନର ଶତାଧିକ ଉତ୍ତେଜିତ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରି ହୋହଲ୍ଲା କରିବା ସହିତ ନିର୍ବାଚନ ପ୍ରକ୍ରିୟାରେ କଲେଜ ଅଧ୍ୟକ୍ଷ ପକ୍ଷପାତି କରିଥିବା ଅଭିଯୋଗ ଆରୋପ କରି ନିର୍ବାଚନ ବାତିଲ୍ ପାଇଁ ଦାବି କରିଥିଲେ।

ଏହି ଘଟଣାକୁ ନେଇ ଶୁକ୍ରବାର ଠାରୁ କଲେଜ୍ ପରିସରରେ ବିବାଦ ଓ ଉତ୍ତେଜନା ଲାଗି ରହିଥିଲା।

କଲେଜ ଅଧ୍ୟକ୍ଷ ଶ୍ରୀ ରାଉତରାୟ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ କଲେଜର ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଜଣାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।