Land Dispute: ଜମିବାଡ଼ିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ, ମାରଣାସ୍ତ୍ର ଆକ୍ରମଣରେ ଜଣେ ଗୁରୁତର
"ବାଲିପାଟଣା: ବାଲିପାଟଣା ଥାନା ବସନ୍ତମାଳ ଓରିସ ଗ୍ରାମରେ ଜମିବାଡ଼ି ବିବାଦ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି | ଦୀର୍ଘ ଦିନରୁ ଲାଗି ରହିଥିବା କଳହ ଉଗ୍ର ରୂପ ଧାରଣ କରିବା ସହ ରକ୍ତାକ୍ତ ସଂଘର୍ଷ ରେ ପରିଣତ ହୋଇଛି | ଆଜି ସକାଳୁ ରାମଚନ୍ଦ୍ର ବେହେରା ଏବଂ କାଳୁ ବେହେରାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଶତ୍ରୁତା ଲାଗି ରହିଥିଲା | ଆଜି କୌଣସି କଥାରୁ ସକାଳୁ ଉଭୟଙ୍କ ମଧ୍ୟରେ କଳି ଝଗଡା ଆରମ୍ଭ ହୋଇ ଯାଇଥିଲା |Advertisment ମାରଣାସ୍ତ୍ର ଆକ୍ରମଣରେ ରାମ ଲହୁଲୁହାଣ କାଳୁ ଉତକ୍ଷିପ୍ତ ହୋଇ ରାମଙ୍କ ମୁଣ୍ଡକୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଛି | ରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ତାଙ୍କୁ ଉଦ୍ଧାର କରିବାକୁ ଯାଇ ପତ୍ନୀ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି | ରାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆ ଯାଇଥିବା ଜଣା ପଡିଛି | ଅନ୍ୟପକ୍ଷରେ ରାମଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି| ପୁଲିସ କାଳୁକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି | ମୃତ୍ୟୁର ପ୍ରକୃତ କାରଣ ଉପରେ ସମସ୍ତଙ୍କ ନଜର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।