Land Fraud Case: କୋମନା ଜମି ଜାଲିଆତି ମାମଲା: ୩ ଜମି ଦଲାଲ ଗିରଫ, କୋର୍ଟ ଚାଲାଣ କଲା ପୁଲିସ

Sep 14, 2026 - 11:19
Land Fraud Case: କୋମନା ଜମି ଜାଲିଆତି ମାମଲା: ୩ ଜମି ଦଲାଲ ଗିରଫ, କୋର୍ଟ ଚାଲାଣ କଲା ପୁଲିସ

"କୋମନା: କୋମନା ତହସିଲରେ ହୋଇଥିବା ବହୁଚର୍ଚ୍ଚିତ ଜମି ଜାଲିଆତି ମାମଲାରେ କୋମନା ପୁଲିସ ଜମି ଦଲାଲକୁ ଗିରଫ କରିଛି l କୋମନା ତହସିଲ ଅଧୀନରେ ଥିବା ଜମି ମାଲିକ ସତ୍ୟନାରାୟଣ ପ୍ରଧାନୀ ଓ ଭଉଣୀ କୁମଦିନ ପ୍ରଧାନୀଙ୍କ ନାମରେ ଥିବା ୪ ଏକର ୪୦ ଡିସମିଲ୍ ଜମିକୁ କୋମନା ନକଲି ଜମି ମାଲିକ ସାଜି ସବ ରେଜିଷ୍ଟ୍ରର ଅଫିସରେ ଜାଲିଆତି କରି ବିକ୍ରି କରିଥିଲେ lAdvertisment ଧାନ ବିକିବା ପାଇଁ ରେଜିଷ୍ଟେ୍ରସନ କରିବା ସମୟରେ ଅସଲି ଜମି ମାଲିକ ତାଙ୍କ ନାମରେ କୋଣସି ଜମି ନଥିବା ଜାଣି କୋମନା ତହସିଲ ଅଫିସ ସବ ରେଜିଷ୍ଟ୍ରର ଅଫିସରେ ଜଣାଇବା ପରେ ଏହି ଘଟଣାକୁ ନେଇ ରାଜ୍ୟରେ ଚହଳ ପଡିଥିଲା।

ଫଳରେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ କରିଥିଲା ଓ ଏଥିରେ ସମ୍ପୃକ୍ତ ଥିବା ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରି ଅନ୍ୟ ଜଣକୁ ଅନ୍ୟତ୍ର ବଦଳି କରିଥିଲେ l ଓ ରାଜ୍ୟ ସରକାରଙ୍କ ତରଫରୁ ତହସିଲଦାରଙ୍କୁ ନିଲମ୍ବିତ କରିଥିଲେ।

ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଥମେ ନକଲି ସତ୍ୟ ନାରାୟଣ ପ୍ରଧାନୀ ( ଡ଼ୁମାଲ ରଣା ) ଙ୍କୁ ପୀଡ଼ିତ ପରିବାର ତରଫରୁ ଛତିଶଗଡ ଅଂଚଳରୁ  ଠାବ କରି ପୁଲିସକୁ ସୁଚନା ଦେଇଥିଲେ।

ଏହାପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରି କିଛିଦିବ ପରେ ନକଲି କୁମଦିନ ପ୍ରଧାନୀ ( ଦେଓମତି ମାଝୀ ) ଅନ୍ୟ ଦୁଇ ଅଭିଯୁକ୍ତ ୨ ଦୁର୍ଲ୍ଲଭ ନିଆଲ, ଓ ତୁଳସୀ ରଣାକୁ ଗୁରଫ କରିଥିବା ବେଳେ ରବିବାର  ବିଳମ୍ବିତ ରାତିରେ ଅସଲି ଜମି ଦଲାଲ କୋମନା ଥାନା ପେଣ୍ଡରାବନ୍ଦ ସନ୍ତୋଷ ଦୁରିଆ, ବୋଡେ଼ନ ଥାନା କରଙ୍ଗାମାଳର ରାମ ଲାଲ ପଣ୍ଡା ଓ ଠୋଙ୍ଗ ଗାଁର ଯାକ୍ସନ ବାଗକୁ ଗିରଫ କରି କୋର୍ଟ ଚାଲାଣ  କରିଥିବା କୋମନା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ ସୁଚନା ଦେଇଛନ୍ତି l Dead: ସୋର ରେଳ ଷ୍ଟେସନ ନିକଟରୁ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଟ୍ରେନ୍ ଧକ୍କା ସନ୍ଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।