Landfall: ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ଶେଷ: ୧୫୦ କିମି ବେଗରେ ପବନ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା

Oct 28, 2026 - 11:35
Landfall: ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ଶେଷ: ୧୫୦ କିମି ବେଗରେ ପବନ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା

ଭୁବନେଶ୍ବର: ଦୀର୍ଘ ସାଢ଼େ ୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କରିଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ।

ୟନମ ଉପକୂଳ ନିକଟରେ ଲ୍ୟାଣ୍ଡଫଲ୍‌ କରିବା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ।

ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ସର୍ବାଧିକ ୧୫୦ କିଲୋମିଟର ବେଗରେ ଝଟ୍‌କା ପବନ ବହିଥିବା ସୂଚନା ମିଳିଛି ।

ତେବେ ବାତ୍ୟା ର ପ୍ରଭାବ ଏବେ ମଧ୍ୟ ଜାରି ରହିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି ।

Advertisment ଗଭୀର ଅବପାତର ରୂପ ନେବାର ଆକଳନ ସ୍ଥଳଭାଗ ଅତିକ୍ରମ କରିବା ପରେ ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଛି ।

ଆଗକୁ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବାର ଆକଳନ କରାଯାଇଛି ।

ଏହା ସହିତ ପବନର ବେଗ ମଧ୍ୟ କମିବାରେ ଲାଗିଛି।

ପୂର୍ବରୁ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏବେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟରକୁ ହ୍ରାସ ପାଇଥିବା କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ପ୍ରତି ବାତ୍ୟାର ପ୍ରଭାବକୁ ନେଇ ନଜର ରଖାଯାଇଛି ।

ଦିଆଯାଇଥିବା ତଥ୍ୟ ଅନୁସାରେ, ବାତ୍ୟାଟି କୋରାପୁଟଠାରୁ ୧୮୮ କିଲୋମିଟର, ଗଞ୍ଜାମଠାରୁ ୧୬୧ କିଲୋମିଟର ଏବଂ ଗଜପତିଠାରୁ ୧୩୫ କିଲୋମିଟର ଦୂରରେ ରହିଛି ।

Gas Tank Explosion: ନୀଳଗିରି ପେଟ୍ରୋଲ ପମ୍ପରେ ଅଘଟଣ: ପୁରୁଣା ତେଲ ଟାଙ୍କି କାଟିବା ବେଳେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।