Landslide Wipes Out Gidipabali: ସାମନାକୁ ଆସିଛି ପ୍ରଳୟ ପରର ଦୃଶ୍ୟ; ପାହାଡ଼ରୁ ଧସିଛି ମାଟି ଅତଡା, ଧୋଇନେଲା ଗାଁ… ୧୨ ଜଣ ନିଖୋଜ
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷା ଦକ୍ଷିଣ ଓଡ଼ିଶାରେ କେଉଁଠି ଉଜାଡିଛି ତ ଆଉ କେଉଁଠି ବୁଡ଼ାଇଛି।
ଭସାଇ ନେଇଛି ଘରଦ୍ବାର, ରାସ୍ତାଘାଟ।
ଧନଜୀବନକୁ ଛାରଖାର କରିଛି।
ଭୟଙ୍କର ଭୂସ୍ଖଳନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଗିଡ଼ିପାବାଲି ଗାଁ ଧ୍ବଂସସ୍ତୁପ ପାଲଟିଛି।
ଏବେ ସାମନାକୁ ଆସିଛି ପ୍ରଳୟ ପରର ଦୃଶ୍ୟ।
ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ଦୁଇଟି ଚିତ୍ର।
Advertisment ଗୋଟିଏ ଭୂସ୍ଖଳନ ପୂର୍ବରୁ ଗାଁର ଦୃଶ୍ୟ, ଆଉ ଗୋଟିଏ ଭୂସ୍ଖଳନ ପରର ବିଭୀଷିକା।
ଭୂସ୍ଖଳନ ପରେ ପାହାଡ଼ରୁ ଧସିଛି ମାଡ଼ି ଅତଡା।
ଗିଡ଼ିପାବାଲି ଗାଁକୁ ପୋତି ଦେଇଛି ମାଟି, ପଥର।
ଗାଁର ଚିହ୍ନବର୍ଣ୍ଣ ଆଉ ନାହିଁ।
କେଉଁଠି ଘର ଥିଲା, କେଉଁଠି ରାସ୍ତା ଥିଲା କିଛି ଜଣା ପଡୁନି।
ଖାଲି ଦିଶୁଛି ଧ୍ବଂସଲୀଳାର କରୁଣ ଚିତ୍ର।
ପାହାଡ଼ ପାଦ ଦେଶରେ ଗୋଟିଏ ଦୁଇଟି ଘର ଦେଖିବାକୁ ମିଳୁଛି।
ଗଞ୍ଜାମ-କନ୍ଧମାଳ ସୀମାରେ ଥିବା କିଲାପାଙ୍ଗା ପାହାଡ଼ ତଳେ ରହିଥିଲା ଗିଡ଼ିପାବାଲି ଗାଁ।
ଭୂସ୍ଖଳନ ପରେ ଗାଁର ୧୨ ଜଣ ନିଖୋଜ ଅଛନ୍ତି।
୧୩ ଜଣ ପାହଡ଼ ପର୍ବତ ଡେଇଁ ଜିଲ୍ଲା ସୀମା ଡେଇଁ କନ୍ଧମାଳ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି।
ଏବେ ଗାଁରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ରେସକ୍ୟୁ ଅପରେସନରେ ଲାଗିଛନ୍ତି।
Advertisment ସାମନାକୁ ଆସିଛି ପ୍ରଳୟ ପରର ଦୃଶ୍ୟ ପାହାଡ଼ରୁ ଧସିଛି ମାଟି ଅତଡା, ଧୋଇନେଲା ଗାଁ ଗିଡ଼ିପାବାଲି ଗାଁକୁ ପୋତି ଦେଇଛି ମାଟି, ପଥର କିଲାପାଙ୍ଗା ପାହାଡ଼ ତଳେ ଥିଲା ଗିଡ଼ିପାବାଲି ଗାଁ ଭୂସ୍ଖଳନ ପରେ ୧୨ ଜଣ ନିଖୋଜ, ୧୩ ସୁରକ୍ଷିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।