Langar Aid: ମାଗଣା ଖାଦ୍ୟ ବଣ୍ଟନ ପାଇଁ ବ୍ରିଟେନ୍‌ରେ ଶିଖ୍‌ ବାପ-ଝିଅ ସମ୍ମାନିତ

Nov 04, 2026 - 22:30
Langar Aid: ମାଗଣା ଖାଦ୍ୟ ବଣ୍ଟନ ପାଇଁ ବ୍ରିଟେନ୍‌ରେ ଶିଖ୍‌ ବାପ-ଝିଅ ସମ୍ମାନିତ

ଲଣ୍ଡନ: ଭୋକିଲା ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ବ୍ରିଟେନ୍‌ରେ ସମ୍ମାନିତ ହୋଇଛନ୍ତି ଜଣେ ଶିଖ୍‌ ବାପା ଓ ତାଙ୍କ ଝିଅ।

ସେମାନଙ୍କ ଦ୍ବାରା ପ୍ରତିଷ୍ଠିତ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତ ୨୦୨୫ ବର୍ଷରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିଛି।

ଏହି ମାନବସେବା ପାଇଁ ଇନ୍ଦରଜିତ ଜୁଗଡି ଓ ତାଙ୍କ ଝିଅ ଅବତାର କୌରଙ୍କୁ କୋଭେଣ୍ଟ୍ରି ସିଟି କାଉନ୍‌ସିଲ ପକ୍ଷରୁ 'ଗୁଡ୍ ସିଟିଜେନ୍ ଆୱାର୍ଡ' ପ୍ରଦାନ କରାଯାଇଛି।

Advertisment ବ୍ରିଟେନ୍‌ର କୋଭେଣ୍ଟ୍ରି ସହରରେ ଏହି ବାପ-ଝିଅ 'ଲଙ୍ଗର ଏଡ୍‌' ନାମରେ ଏକ ସଂସ୍ଥା ଆରମ୍ଭ କରିଥିଲେ।

୨୦୧୬ରେ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହଯୋଗରେ ଘରେ ଖାଦ୍ୟ ପ୍ରସ୍ତୁତ କରି ସହରର ଏକ ନିଯୁକ୍ତି କେନ୍ଦ୍ର ବାହାରେ ସପ୍ତାହକୁ ମାତ୍ର ୩୦ ଜଣଙ୍କୁ ଖାଦ୍ୟ ଦେବାରୁ ଏହି ଉଦ୍ୟମ ଆରମ୍ଭ ହୋଇଥିଲା।

ଏବେ ଏହାର ପରିସର ବେଶ୍‌ ବ୍ୟାପକ ହୋଇଛି।

ସଂସ୍ଥା ପ୍ରତି ସପ୍ତାହରେ ୨୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଉଛି।

ଶିଖ୍‌ ଧର୍ମରେ ପ୍ରଚଳିତ 'ଲଙ୍ଗର' ପରମ୍ପରାରୁ ଏହି ଉଦ୍ୟମ ପ୍ରେରଣା ପାଇଛି।

ଏହି ପରମ୍ପରାରେ ଧର୍ମ, ବୟସ ଓ ସାମାଜିକ ପରିଚୟ ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ଖାଦ୍ୟ ଦିଆଯାଏ।

ଇନ୍ଦରଜିତ କହିଛନ୍ତି ଯେ ଏହି ଛୋଟ ଉଦ୍ୟମ ଏତେ ବଡ଼ ରୂପ ନେବ ବୋଲି ସେମାନେ କେବେ ଭାବି ନଥିଲେ।

ଏହି ସଂସ୍ଥା ଖାଲସା ଏଡ୍‌ ଇଣ୍ଟରନ୍ୟାସନାଲର ଅଂଶ ଭାବେ କାର୍ଯ୍ୟ କରୁଛି।

Gurdwara: ଲଣ୍ଡନର ପ୍ରସିଦ୍ଧ ଗୁରୁଦ୍ବାରରେ ପ୍ରାର୍ଥନା କଲେ ମୋହନ ଭାଗବତ, ଏନ୍‌ଆରଆଇ ଶିଖ୍‌ମାନଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରୟାସ ସପ୍ତାହରେ ପାଞ୍ଚ ସନ୍ଧ୍ୟା ଏହି ସଂସ୍ଥା ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି।

ଏଥିସହ ସ୍କୁଲଗୁଡ଼ିକୁ ଖାଦ୍ୟ ଯୋଗାଇବା ସହ ଶରଣାର୍ଥୀ ପରିବାରଙ୍କୁ ନୂଆ ସମାଜରେ ଖାପ ଖୁଆଇବାରେ ସହାୟତା କରାଯାଉଛି।

କୋଭେଣ୍ଟ୍ରି କ୍ୟାଥେଡ୍ରାଲ ସହ ମିଶି ନୂଆବର୍ଷ ଦିନ ସାମୂହିକ ଭୋଜନର ମଧ୍ୟ ଆୟୋଜନ କରାଯାଇଛି।

ଇନ୍ଦରଜିତ ନାଇଜେରିଆ, ମାଲାୱି, ଭାରତ ଓ ମରକ୍କୋରେ ମାନବୀୟ ସହାୟତା କାର୍ଯ୍ୟରେ ଭାଗ ନେଇଥିବା ବେଳେ ଅବତାର ତୁର୍କୀ ଓ ଗାଜାରେ ରିଲିଫ୍‌ କାର୍ଯ୍ୟକୁ ସହଯୋଗ କରିଛନ୍ତି।

କୋଭେଣ୍ଟ୍ରିର ଲର୍ଡ ମେୟର ରୋଜର ବେଲି ଏହି ବାପ-ଝିଅଙ୍କ ସେବାକୁ ପ୍ରଶଂସା କରିଛନ୍ତି।

ଏହା ପୂର୍ବରୁ ସେମାନେ କୁଇନ୍‌ସ ଆୱାର୍ଡ ଫର୍‌ ଭଲ୍ୟୁଣ୍ଟାରି ସର୍ଭିସ୍‌, ହାଇ ଶେରିଫ୍‌ ଆୱାର୍ଡ ଅଫ୍‌ ମେରିଟ୍‌ ଓ ୱେଷ୍ଟ୍‌ ମିଡ୍‌ଲାଣ୍ଡ୍‌ସ ପୁଲିସ୍‌ ଆୱାର୍ଡ ଫର୍‌ କମ୍ୟୁନିଟି ୱାର୍କ ଭଳି ସମ୍ମାନ ମଧ୍ୟ ପାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।