Legendary Odia Singer Pranab Pattnaik Breathes His Last: ପରଲୋକରେ ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା
ଓଡ଼ିଆ ସଙ୍ଗୀତ ଜଗତର ବର୍ଷିୟାନ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଲୁଇସରୋଡସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ପ୍ରଣବ ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ପରିଚିତ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ। ଦୀର୍ଘ ବର୍ଷର ସଙ୍ଗୀତ ଯାତ୍ରାରେ ସେ ଅନେକ ଲୋକପ୍ରିୟ ଓ ହିଟ୍ ଓଡ଼ିଆ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।
ତାଙ୍କ ସୁମଧୁର କଣ୍ଠ ଓ ସଙ୍ଗୀତ ପ୍ରତିଭା ଓଡ଼ିଆ ସଙ୍ଗୀତକୁ ଏକ ଭିନ୍ନ ପରିଚୟ ଦେଇଥିଲା। ତାଙ୍କ ଗୀତ ଆଜି ବି ଅନେକ ସଙ୍ଗୀତପ୍ରେମୀଙ୍କ ମନରେ ଅମର ହୋଇ ରହିଛି।
ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ତାଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ସଙ୍ଗୀତପ୍ରେମୀ, କଳାକାର ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ପ୍ରଣବ ପଟ୍ଟନାୟକଙ୍କ ଅବଦାନ ଓଡ଼ିଆ ସଙ୍ଗୀତ ଜଗତରେ ସବୁବେଳେ ସ୍ମରଣୀୟ ହୋଇ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।