Lift Offer Turns Into Alleged Assault: ଲିଫ୍ଟ ଦେବା ବାହାନାରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୪ ଗିରଫ
ଲିଫ୍ଟ ଦେବା ବାହାନାରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ୪ ଜଣ ନାବାଳିକା ଏକ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଯୁବକ ସେମାନଙ୍କୁ ଲିଫ୍ଟ ଦେବା ପାଇଁ କହିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଲିଫ୍ଟ ଦେବା ବାହାନାରେ ସେମାନଙ୍କ ମଧ୍ୟରୁ ଦୁଇ ନାବାଳିକାଙ୍କୁ ଡାକି ନେଇ ଦୁଷ୍କର୍ମ କରାଯାଇଥିଲା। ଘଟଣା ସମ୍ପର୍କରେ ଅଭିଯୋଗ ପରେ ବୀରମିତ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଆଧାରରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ଓ ପ୍ରକୃତ ଘଟଣାକ୍ରମ ନେଇ ତଦନ୍ତ ଜାରି ରହିଛି। ନାବାଳିକାମାନଙ୍କ ସୁରକ୍ଷା ଓ ଘଟଣାର ସମସ୍ତ ପ୍ରମାଣ ସଂଗ୍ରହ ଦିଗରେ ମଧ୍ୟ ପୋଲିସ ପଦକ୍ଷେପ ନେଉଛି।
ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ
ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ
ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଅଭିଯୋଗ
୨ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
୪ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।