Lightning: ତାମିଲନାଡ଼ୁରେ ପ୍ରବଳ ବର୍ଷା, ବଜ୍ରାଘାତରେ ୧୪ ମୃତ

Oct 26, 2026 - 20:59
Lightning: ତାମିଲନାଡ଼ୁରେ ପ୍ରବଳ ବର୍ଷା, ବଜ୍ରାଘାତରେ ୧୪ ମୃତ

ଚେନ୍ନାଇ: ତାମିଲନାଡ଼ୁରେ ପ୍ରବଳ ବର୍ଷା ଯୋଗୁ ବଜ୍ରାଘାତ ରେ ୧୪ ଜଣଙ୍କ ମୃତ୍ୟୁ ସହ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି।

ବର୍ଷା ଓ ଭୂସ୍ଖଳନ ଯୋଗୁ ରାଜ୍ୟର କେତେକ ଲୋକପ୍ରିୟ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ରେଡ୍‌ ଆଲର୍ଟ ଜାରି ହୋଇଛି।

Advertisment ଚଳିତ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାଠାରୁ ଏଯାବତ୍‌ ରାଜ୍ୟରେ ବଜ୍ରାଘାତ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ହେଲାଣି।

ରାଜସ୍ୱ ମନ୍ତ୍ରୀ କେଏ ସେଙ୍ଗୋତେୟାନ କହିଛନ୍ତି ଯେ ବଜ୍ରାଘାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି।

ତେବେ ବର୍ଷା ଯୋଗୁ ଗୋଟିଏ ଦିନରେ ରାଜ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି।

Death: ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ: ଆମ୍ବ ଗଛ ମୂଳେ ନେଉଥିଲେ ଆଶ୍ରୟ ପ୍ରବଳ ବର୍ଷା ଯୋଗୁ ନୀଳଗିରି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି।

ଜିଲ୍ଲାରେ ୬୨ ଥର ଭୂସ୍ଖଳନ ହୋଇଛି।

ସେହିପରି କୋଏମ୍ବାଟୁର ଓ ତିରୁପ୍ପୁରରେ ଜଳବନ୍ଦୀ ସମସ୍ୟା ଉପୁଜିଛି।

ନାଗପଟ୍ଟିନମରେ ୩୫୦୦ ଏକର ଚାଷଜମି ବର୍ଷାପାଣିରେ ବୁଡ଼ିଯାଇଛି।

ନୀଳଗିରି ଓ କୋଡ଼ାଇକନାଲକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି।

ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାମେଶ୍ୱରମ୍, ପମ୍ବନ, ଥଙ୍ଗାଚିମଦମ୍ ଓ ଆର୍‌ଏସ୍‌ ମଙ୍ଗଳମ୍‌ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।