Literature: କବିତା ଯେବେ ଡାକେ: କବି ଅମରେନ୍ଦ୍ର ମାଧବ ଦାଶଙ୍କ କଲମରୁ ନିଃସୃତ...
କବିତା ଯେବେ ଡାକେ ଅମରେନ୍ଦ୍ର ମାଧବ ଦାଶ ମୁଁ କବିତା ପଢ଼େନି କବିତାର ଡାକ ଶୁଣେ।
କେବେକେବେ ଶୁଭେ ଦଳେ କିଚିରିମିଚିରି ଘରଚଟିଆ ର ସ୍ୱର ଭଳି କେବେ କୋଇଲିର ମତୁଆଲା କୁହୁକୁହୁ ତାନ ଭଳି ଆଉ କେବେ ଶୁଭିଯାଏ ଜଙ୍ଗଲୀ ରକ୍ତମୁଖା ବାଘର ହେଣ୍ଟାଳ ଭଳି।
Advertisment ଆହୁରି ପଢ଼ନ୍ତୁ- Ranbir Kapoor: ରାମାୟଣ' ଫିଲ୍ମକୁ ନେଇ ଟ୍ରୋଲିଂ ମଧ୍ୟରେ ମୁହଁ ଖୋଲିଲେ ରଣବୀର କପୁର କବିତା ଡାକଦେଲେ ମୁଁ ମଗ୍ନହୁଏ ମୋ ଭିତରେ କବିତା ଛୁଇଁଗଲେ ତଲ୍ଲୀନ ହୁଏ ଭିନ୍ନ ଏକ ଦୁନିଆ ରେ କବିତା ମନ୍ତ୍ରହେଲେ ସମ୍ମୋହିତ ହୁଏ ମୁହୂର୍ତ୍ତକରେ।
ସେ କ'ଣ କୁହେ, ମୁଁ ବୁଝିବାକୁ ଚାହେ ସେ କ'ଣ ଜଣାଏ, ମୁଁ ଜାଣିବାକୁ ଚାହେ ସେ କ'ଣ ଉଚ୍ଚାରେ, ମୁଁ ଉପଲବ୍ଧି କରିବାକୁ ଚାହେ।
ଅନେକ ଯତ୍ନ ପରେ ବି ମୁଁ ବେଳେବେଳେ ବିଫଳ ହୁଏ କିଛି ଶବ୍ଦ ରହିଯାଏ ଊହ୍ୟ କିଛି ଧାଡ଼ି ରହିଯାଏ ଅଭେଦ୍ୟ କିଛି ପଂକ୍ତି ରହିଯାଏ ଦୁର୍ବୋଧ୍ୟ।
ଆହୁରି ପଢ଼ନ୍ତୁ- Cyclone Arnab Recovery: ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ ଧ୍ୟାନସ୍ଥ ମୁନିପରି ମଗ୍ନରହେ ମୁଁ ତାକୁ ନିରନ୍ତର ଖୋଜେ ଲାଗେ, କବିତା ଗୋଟେ ମାୟାବିନୀ ର ଡାକ ପୂଜକର ସିଦ୍ଧିକରା ମନ୍ତ୍ର ଯଜ୍ଞର ଅସମାପ୍ତ ସ୍ତୋତ୍ର କାପାଳିକର ମନ୍ତୁରା ତନ୍ତ୍ର।
ହଁ, ମୁଁ କବିତା ପଢ଼େନି କବିତାର ଡାକ ଶୁଣେ ଯେ, ଆଜିକାଲି ଆଉ କଉ ଶୁଭୁଛି କବିତାରେ ନିର୍ଲିପ୍ତ ଡାକ?
ମୋ: ୯୪୩୭୩୫୯୯୪୫ ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।