Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
ଅମୃତାୟନ Amrutayana Photograph: (sambad) ସମ୍ପାଦିକା: ସୌମ୍ୟା ରଥ ଯୋଗାଯୋଗ: ୯, ଷ୍ଟେସନ୍ ସ୍କୋୟାର୍, ଭୁବନେଶ୍ବର ମୂଲ୍ୟ: ୧୮୦ ଟଙ୍କା, ପୃଷ୍ଠା: ୨୦୦ Advertisment 'ଅମୃତାୟନ'ର ଏହି ପୂଜା ବିଶେଷାଙ୍କ ରେ ସ୍ଥାନ ପାଇଛି ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, ତରୁଣକାନ୍ତି ମିଶ୍ର ପ୍ରମୁଖଙ୍କ ଗଳ୍ପ; ଅନ୍ତର୍ଯ୍ୟାମୀ ମିଶ୍ର, ଗୌରହରି ଦାସ ପ୍ରମୁଖଙ୍କ ପ୍ରବନ୍ଧ; ସୁଭାଷ ରସ୍ତୋଗୀ ଓ ଆଶାପୂର୍ଣ୍ଣା ଦେବୀଙ୍କ ଦୁଇଟି ଅନୂଦିତ ଧାରାବାହିକ ଉପନ୍ୟାସ।
ଏହାବାଦ୍ ଏଥିରେ ଷାଠିଏରୁ ଊର୍ଦ୍ଧ୍ବ କବିତା, ଅନୁବାଦ ଗଳ୍ପ, ରମ୍ୟରଚନା, ଭ୍ରମଣ କାହାଣୀ ଆଦି ସ୍ଥାନ ପାଇଛି।
କବିତାର 'ନବପର୍ବ'ରେ ସ୍ଥାନ ପାଇଛନ୍ତି ଆଶିଷ କୁମାର ଗଡ଼ନାୟକ, ମୁକୁଲ ମିଶ୍ର, ଅନ୍ନପୂର୍ଣ୍ଣା ପୃଷ୍ଟି, ଅଙ୍ଗୁରବାଳା ପରିଡ଼ା, ଦୀପା ମିଶ୍ର, ଦୀପାଳି ଦାସ, ମମତା ସାହୁ ଓ ଯାଦବେନ୍ଦ୍ର ସାହା।
ଏହି ସଂଖ୍ୟାରୁ ପାଠକେ ପାଇବେ ଜୀବନ କୃଷ୍ଣ ପାତ୍ର, ତ୍ରିନାଥ ପଟ୍ଟନାୟକ, ଭୀମ ପୃଷ୍ଟି, ଅଜୟ ସ୍ବାଇଁ ଏବଂ ଆଦିତେଶ୍ବର ମିଶ୍ର ପ୍ରମୁଖଙ୍କ ଗଳ୍ପ; ସଦାଶିବ ଦାଶ, ନୀଳାଦ୍ରି ଭୂଷଣ ହରିଚନ୍ଦନ, ହୃଷୀକେଶ ମଲ୍ଲିକ, କୃଷ୍ଣ ମିଶ୍ର, ଅମରେନ୍ଦ୍ର ଖଟୁଆ ଏବଂ ଶ୍ରୀହରି ଧଳ ପ୍ରମୁଖଙ୍କ କବିତା।
ଏହାବାଦ୍ ପ୍ରବନ୍ଧ, ଅନୁବାଦ, ପୁସ୍ତକ ସମୀକ୍ଷା ଆଦି ଏଥିରେ ସ୍ଥାନ ପାଇଛି।
ଜନସୁଧା Janasudha Photograph: (sambad) ସମ୍ପାଦକ: ଦିଲୀପ କୁମାର ବେଉରା ଯୋଗାଯୋଗ: ଶଙ୍କରପୁର, ଅରୁଣୋଦୟ ମାର୍କେଟ୍, କଟକ ମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୨୨୨ 'ଜନସୁଧା'ର ଶାରଦୀୟ ସଂଖ୍ୟାରେ ସ୍ଥାନ ପାଇଛି ଏକୋଇଶଟି ଗଳ୍ପ ଓ ଅନୁବାଦ ଗଳ୍ପ; ପଚାଶ ସରିକି କବିତା ଓ ଗୀତିକବିତା; ଷୋଳଟି ପ୍ରବନ୍ଧ; ଆତ୍ମଚରିତ ଏବଂ ସୃଜନ ଆଳାପ।
ବୈଷ୍ଣବ ଚରଣ ସାମଲ, ନଟବର ଶତପଥୀ, କୈଳାସ ଚନ୍ଦ୍ର ଦାଶ, ବାବାଜୀ ଚରଣ ପଟ୍ଟନାୟକ ପ୍ରମୁଖଙ୍କ ପ୍ରବନ୍ଧ ଏଥିରେ ସ୍ଥାନ ପାଇଥିବା ବେଳେ ବିଶିଷ୍ଟ ସାରସ୍ବତ ସାଧକ ମହେଶ୍ବର ମହାନ୍ତିଙ୍କ ସହ ଏକ ସାକ୍ଷାତ୍କାର ପ୍ରସ୍ତୁତ କରିଛନ୍ତି ପ୍ରକାଶ କୁମାର ପରିଡ଼ା ଓ ଦିଲୀପ କୁମାର ବେଉରା।
ଆତ୍ମଚରିତ ଲେଖିଛନ୍ତି ଡ.
ସୁଲୋଚନା ଦାସ।
ସିନ୍ଧୁଜା Sindhuja Photograph: (sambad) ସମ୍ପାଦିକା: ଶର୍ମିଳା ସାହୁ ଯୋଗାଯୋଗ: ବିଜେବି ନଗର, ଭୁବନେଶ୍ବର ମୂଲ୍ୟ: ୫୦ ଟଙ୍କା, ପୃଷ୍ଠା: ୮୬ 'ସିନ୍ଧୁଜା'ର ଶାରଦୀୟ ସଂଖ୍ୟାରେ ପ୍ରତିଭା ରାୟ, ଅର୍ଚ୍ଚନା ନାୟକ ପ୍ରମୁଖଙ୍କ ଗଳ୍ପ ; ଅଖିଳ କୁମାର ମିଶ୍ର, ଅକ୍ଷୟ ବେହେରା, ରଜନୀ ରଞ୍ଜନ, ମାତୃପ୍ରସାଦ ଶତ୍ରୁଜିତ୍, ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖଙ୍କ କବିତା ଏବଂ ନଟବର ଶତପଥୀ, ମାଧବ ବେହୁରା, ଦିଲ୍ଲୀପ ହାଲି, ଦ୍ବିତି ଚନ୍ଦ୍ର ସାହୁ, ହରିହର ପଣ୍ଡା ପ୍ରମୁଖଙ୍କ ପ୍ରବନ୍ଧ ଓ ଫିଚର୍ ସ୍ଥାନ ପାଇଛି।
ମହାଶ୍ବେତା ରାୟଙ୍କ ଅଭିନୟ ଜୀବନର ପଚାଶ ବର୍ଷ ପୂର୍ତ୍ତି ଅବସରରେ 'ସିନ୍ଧୁଜା' ଏଥର ପ୍ରସ୍ତୁତ କରିଛି ପ୍ରଚ୍ଛଦ ପ୍ରସଙ୍ଗ 'ମହାନାୟିକା ମହାଶ୍ବେତା'।
ଆହୁରି ପଢ଼ନ୍ତୁ- Ramayana: ବକ୍ସ ଅଫିସ୍ରେ ରଣବୀର କପୁରଙ୍କ 'ରାମାୟଣ'ର ଧମାକା ସୃଜନ ସ୍ବପ୍ନ Srujana Swapna Photograph: (sambad) ସମ୍ପାଦିକା: ଦେବଶ୍ରୀ ଧଳ ଯୋଗାଯୋଗ: ବରଗଡ଼ ବ୍ରିଟ୍ କଲୋନି, ଭୁବନେଶ୍ବର ମୂଲ୍ୟ: ୧୭୦ ଟଙ୍କା, ପୃଷ୍ଠା: ୨୦୦ ଶାରଦୀୟ 'ସୃଜନ ସ୍ବପ୍ନ'ରେ ରହିଛି କୋଡ଼ିଏରୁ ଊର୍ଦ୍ଧ୍ବ ଗଳ୍ପ ଏବଂ ଅଶୀ ସରିକି କବିତା ଓ ଗୀତି କବିତା ।
କବିତା ଓ ଗଳ୍ପରେ ଉଭୟ ନବୀନ ଓ ପ୍ରବୀଣ ଲେଖକ ସ୍ଥାନ ପାଇଛନ୍ତି।
ଏ ସଂଖ୍ୟାରେ ପ୍ରବନ୍ଧରେ ଅଛନ୍ତି ସୁଚିସ୍ମିତା ରାଉତରାୟ, ଶର୍ମିଷ୍ଠା ମହାପାତ୍ର, ସୁଶାନ୍ତ କୁମାର ସ୍ବାଇଁ ଓ ସୁବାସ ଚନ୍ଦ୍ର ପରିଡ଼ା।
ଏହାବାଦ୍ ଏଥିରେ ସ୍ଥାନ ପାଇଛି ସୃଜନ ଆଳାପ ଓ ଅନୁସୃଜନ ।
ବରେଣ୍ୟ ବାଣୀ Barenya Bani Photograph: (sambad) ସମ୍ପାଦକ: ସଦାନନ୍ଦ ରାଉତ ଯୋଗାଯୋଗ: ଗଣ୍ଡରପୁର ନିୟୁ କଲୋନି, କଟକ ମୂଲ୍ୟ: ୫୦ ଟଙ୍କା, ପୃଷ୍ଠା: ୯୬ 'ବରେଣ୍ୟ ବାଣୀ' ଏକ ଆଧ୍ୟାତ୍ମିକ ପତ୍ରିକା ହେଲେ ହେଁ ଏହାର ଶାରଦୀୟ ସଂଖ୍ୟା ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବନ୍ଧ ଓ ଆଲୋଚନାମାନ ସ୍ଥାନିତ କରିଛି।
ଏଥିରେ ପୁରାଣ ଠାରୁ ଆରମ୍ଭ କରି ଜୀବନ-ଦର୍ଶନ, ସଂସ୍କୃତି, ସ୍ମୃତି- ଅନୁଭୂତି, ରାଜନୀତି ଆଦି ବିବିଧ ପ୍ରସଙ୍ଗ ସ୍ଥାନ ପାଇଛି।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।