Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
"ମଧ୍ୟଯୁଗୀୟ କାବ୍ୟଶିଳ୍ପ ଓ ବିଦଗ୍ଧ ଚିନ୍ତାମଣି bidagdha chintamani Photograph: (sambad) ଲେଖିକା: ଲିପିକା ନାୟକପ୍ରକାଶକ: ପକ୍ଷୀଘର ପ୍ରକାଶନ ମଧୁସୂଦନ ନଗର, ଭୁବନେଶ୍ବର ମୂଲ୍ୟ: ୮୬୫ ଟଙ୍କା, ପୃଷ୍ଠା: ୫୯୪Advertisment ରୀତିଯୁଗୀୟ କାବ୍ୟ ପରମ୍ପରାର ଅନ୍ୟତମ ବିଶିଷ୍ଟ ବିନ୍ଧାଣି ଅଭିମନ୍ୟୁ ସାମନ୍ତସିଂହାର।
ତାଙ୍କ ରଚିତ "ବିଦଗ୍ଧ ଚିନ୍ତାମଣି" ଓଡ଼ିଆ ଭାଷା ସାହିତ୍ୟର ଶ୍ରେଷ୍ଠ ବିଭବ ଭାବେ ବିବେଚନା କରାଯାଇଥାଏ।
ଏହି ଗ୍ରନ୍ଥ ବିଭୁତତ୍ତ୍ବ ବର୍ଣ୍ଣନାରେ ମହିମାମୟ ହେବା ସହ ରୀତିଯୁଗର ସାମଗ୍ରିକ କାବ୍ୟରଚନା କୌଶଳର ଯଥାଯଥ ପ୍ରୟୋଗ ହେତୁ ଏକ ସର୍ବାଙ୍ଗ ସୁନ୍ଦର କାବ୍ୟର ଗୌରବ ବହନ କରିଆସିଛି।
ପାଣ୍ଡିତ୍ୟ ଓ କବିତ୍ବର ମଧୁର ସମନ୍ବୟ ଏହି କାବ୍ୟରେ ଦେଖିବାକୁ ମିଳେ।
ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ଜଗତର ଏହି ମନୋଜ୍ଞ ସର୍ଜନାକୁ ନେଇ ଲେଖିକା ଲିପିକା ନାୟକଙ୍କର ଏହା ଏକ ଗବେଷଣାତ୍ମକ ଗ୍ରନ୍ଥ।
ବିଦଗ୍ଧ ଚିନ୍ତାମଣି କାବ୍ୟରେ ମଧ୍ୟଯୁଗୀୟ କାବ୍ୟ କୌଶଳକୁ ଚିହ୍ନାଇବାେର ପ୍ରଯତ୍ନ କରିଛନ୍ତି ଲେଖିକା।
ଏହି ଗ୍ରନ୍ଥରେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ପୃଷ୍ଠଭୂମି, କବିଙ୍କ ଜୀବନୀ ଓ କୃତିଠାରୁ ଆରମ୍ଭ କରି ବିଦଗ୍ଧ ଚିନ୍ତାମଣି କାବ୍ୟର ଆତ୍ମିକ ଓ ଆଙ୍ଗିକ ବୈଶିଷ୍ଟ୍ୟ ଉପରେ ସୁନ୍ଦର ଭାବରେ ଆଲୋକପାତ କରାଯାଇଛି।
ଆହୁରି ପଢ଼ନ୍ତୁ- Onion prices: ଆରମ୍ଭ ହେଲାଣି ପାର୍ବଣ ଋତୁ: ପନିପରିବା ଓ ଫଳ ଦର ଆକାଶ ଛୁଆଁ ବଉଳ baula Photograph: (sambad) ଔପନ୍ୟାସିକ: ନିରଞ୍ଜନ ସାମଲପ୍ରକାଶିକା: ଚିନ୍ମୟୀ ପ୍ରିୟଦର୍ଶିନୀ ଖୁଣ୍ଟିଆଚନ୍ଦ୍ରଶେଖରପୁର, ଭୁବନେଶ୍ବରମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା:୧୫୯ ସମ୍ପର୍କଟିଏ ଗଢ଼ିବା ସହଜ, ହେଲେ ତାକୁ ବଞ୍ଚାଇ ରଖିବା କଷ୍ଟ।
ତେବେ ସରଳ ମଣିଷମାନେ ସଂପର୍କକୁ ନେଇ ଏତେ ଜଟିଳ କଥା ବୁଝନ୍ତିନି।
ସହଜପଣ ଓ ଭଲପାଇବା ହିଁ ସେମାନଙ୍କ ସମ୍ପର୍କକୁ ମଜଭୁତ କରିଥାଏ।
ଏ ଉପନ୍ୟାସଟିରେ ସମ୍ପର୍କକୁ ନେଇ ଏମିତି ଏକ ସୁନ୍ଦର କାହାଣୀ ରହିଛି।
ରଶ୍ମିତା ଓ ସୁପ୍ରଭା ଗୋଟିଏ ଗାଁର।
ପିଲାଦିନେ ଦୁହେଁ ସାଙ୍ଗ ଥିଲେ।
ବଉଳ ବସିଥିଲେ।
ସୁପ୍ରଭା ଯେମିତି ବଉଳ ରଶ୍ମିତାକୁ ନିଜ ଜୀବନକୁ ବିପନ୍ନ କରି ପାଣିରୁ ଉଦ୍ଧାର କରିଥିଲା ରଶ୍ମିତା ମଧ୍ୟ ସେହିପରି ନିଜ ଜୀବନର ସୁଖଶାନ୍ତି ବଦଳରେ ସୁପ୍ରଭା ମୁହଁରେ ହସ ଫୁଟାଇପାରିଛି।
ରଶ୍ମିତା ବଉଳକୁ କହିଛି, ""ତୁ ଯେତେବେଳେ ମୋତେ ମରଣ ମୁହଁରୁ ବଞ୍ଚାଇ ପୁନର୍ଜନ୍ମ ଦେଇଛୁ ଏ ଘର ଓ ଘରେ ଥିବା ସବୁ ଜିନିଷପତ୍ର ତୋର।
ମୋ ଜୀବନଟା ପରା ତୋର।"" ଏହି ଉପନ୍ୟାସର କାହାଣୀରେ ରହିଛି ନାଟକୀୟ ମୋଡ଼।
ତେବେ ସାବଲୀଳ ଉପସ୍ଥାପନା ପାଠକଙ୍କୁ ବାନ୍ଧିରଖିବ ବୋଲି ଆଶା କରାଯାଏ।
ଆହୁରି ପଢ଼ନ୍ତୁ- Rajyarani Express Train Accident: ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର ଅଜୟ ଅନ୍ବେଷା ajaya anwesa Photograph: (sambad) ଲେଖକ: ବେଣୁଧର ପାଢ଼ୀପ୍ରକାଶକ: ଜଗନ୍ନାଥ ରଥବିନୋଦବିହାରୀ, କଟକମୂଲ୍ୟ: ୩୦୦ ଟଙ୍କାପୃଷ୍ଠା: ୨୫୨ କବି ଅଜୟ ପ୍ରଧାନଙ୍କ ଅଧିକାଂଶ କବିତାରେ ଚମକପ୍ରଦ ଭାଷା ବିନ୍ୟାସ ଓ ଗଭୀର ଜୀବନଦୃଷ୍ଟିକୁ ଭେଟିଛନ୍ତି ଆଲୋଚକ।
ଏହି ସଂକଳନଟିରେ ତାଙ୍କ ସୃଷ୍ଟିର ଅନେକ ଦିଗକୁ ଆଲୋଚନା କରିଛନ୍ତି।
ଅଜୟଙ୍କ କବିପଣ ଓ କବିତାର ଭିନ୍ନ କିସମ କଥା ଆଲୋଚନା କରିବାକୁ ଯାଇ ଲେଖକ କହନ୍ତି, ""ସହରୀ ମଣିଷ ଆଉ ବସ୍ତୁବାଦୀ ଜୀବନର ମିଛ ଯନ୍ତ୍ରଣା ଓ ବ୍ୟର୍ଥତାର କାଳ୍ପନିକ ବଳୟକୁ ଅତିକ୍ରମ କରି ସତସତିକା ଜୀବନ ବଞ୍ଚୁଥିବା ଛଳନାହୀନ ମଳିମୁଣ୍ଡିଆ ମଣିଷର ଗହଣକୁ ସେ ପାଛୋଟି ନେଇ ଆସିଛନ୍ତି ଭଗୀରଥ ପରି କବିତାର ଜାହ୍ନବୀକୁ।"" ଅଜୟଙ୍କ କବିତାର ଆଲୋଚନା କାଳରେ ତାଙ୍କ ସୃଷ୍ଟିର ଉଦ୍ଧୃତଯୋଗ୍ୟ ଧାଡ଼ିମାନଙ୍କୁ ଉଦାହରଣ ଭାବେ ଉପସ୍ଥାପିତ କରିଛନ୍ତି।
ଅଜୟଙ୍କ କବିତାରେ ଦୁସ୍ଥ ସମୟ କିପରି ଚିତ୍ରିତ ହୋଇଛି ତା"ର ଏକ ଉଦାହରଣ ତାଙ୍କ କବିତାରୁ ଉଦ୍ଧୃତ କରିଛନ୍ତି, ""ଶାସନର ନାଁ ସିନା ଗଣତନ୍ତ୍ର/ ଗଣକୁ ହାଣିଲା ତନ୍ତ୍ର/ ଠିକଣା ଖୋଜୁଚି ବାସିନ୍ଦା ଏଠାର/ ଭୁଲି ସେ ଜୀବନତନ୍ତ୍ର।"" ଏହି ଆଲୋଚନା ପୁସ୍ତକଟିରେ ଅଜୟଙ୍କ କବିତାର ସ୍ବର, ସ୍ବରୂପ ଓ ସ୍ବାତନ୍ତ୍ରୢକୁ ପାଠକେ ଭେଟିପାରିବେ ଏବଂ ତାଙ୍କ କବିତାର ଉଦ୍ଧୃତିମାନଙ୍କୁ ଉପଭୋଗ କରିପାରିବେ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।