Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
"ଫିଟିବ ପହଡ଼ Phitiba Pahada Photograph: (sambad) କବି: ଅମରେଶ ପଟ୍ଟନାୟକପ୍ରକାଶକ: ଏଥେନା ବୁକ୍ସଭୁବନେଶ୍ବରମୂଲ୍ୟ: ୨୪୦ ଟଙ୍କା, ପୃଷ୍ଠା: ୧୪୮Advertisment ଅମରେଶଙ୍କ କବିତା କେବେ ପାପୁଲି ଫାଙ୍କରେ ଝରି ସମୁଦ୍ର ପାଲଟିଯାଏ ତ କେବେ ରୁଦ୍ଧ ଚଉହଦି ଡେଇଁ ଆକାଶକୁ ଛୁଇଁଯାଏ।
ତା"ର ବ୍ୟାପ୍ତିକୁ ଖୋଜନ୍ତୁ କବିତା "ବିଲଗ୍ନ...
ବିମଗ୍ନ"ରେ। ""ଅନାଦି, ଅନନ୍ତ/ ବହିବାର ବହି ଚାଲେ ଚାଲିଥାଏ/ ଭାସୁଥାଏ, ବୁଡୁଥାଏ, ଉଡୁଥାଏ/ ଶୂନ୍ୟ, ମହାଶୂନ୍ୟ ଚନ୍ଦ୍ରଯାନ...
ଚନ୍ଦ୍ରାୟନ/ ଚନ୍ଦ୍ରମଣ୍ଡଳ ବାସସ୍ଥାନ ପର୍ଯ୍ୟନ୍ତ/ ଆପାତତଃ!"" ସଂଘର୍ଷ ଭିତରେ ସ୍ବପ୍ନର ବୀଜ।
ସବୁ ସରିଯିବା ସରିଯିବା ଭିତରେ ଆରମ୍ଭର ପର୍ବ। "ଅନ୍ତର୍ବେଶ" କବିତାରେ କବି କହନ୍ତି, ""ଅବ୍ୟକ୍ତ ବ୍ୟଥାରେ ବିଦୀର୍ଣ୍ଣ ବୟସ।/ ଅମ୍ଳାନ ସଂଘର୍ଷ।/ ସୁନୀଳ ଆକାଶ।/ ଆଃ../ ଅକ୍ଷୁଣ୍ଣ ଢଳଢଳ ଅନାବିଳ ହସ।"" ଏତେସବୁ ଭିତରେ ବି ଗୋଟେ ଲୋଡ଼ିବାପଣ ଖୋଜୁଥାଏ ଭିତର।
ଖୋଜୁଥାଏ କେହିଜଣେ ଅନ୍ତରଙ୍ଗ, କେହିଜଣେ ଆପଣାର। ""କେହି ଜଣେ କେଉଁଠି ତ ଥାଏ/ ଥାଏ ବୋଲି ତ ଏଡ଼େ ଘନଘଟାର/ ଫାଙ୍କରେ ଲାଗେ ମଳୟ ମଳୟ/ ମୟୂରର ତାଳେ ତାଳେ/ କଦମ୍ବ ମାଳତୀ ଜୁଇ/ ଜାହ୍ନବୀ ଗଙ୍ଗୋତ୍ରୀରୁ ହୁଗୁଳି ହେବାକୁ/ କଳଙ୍କ ବୋହି ଚାଲିଥାଏ"" (କେହି ଜଣେ କେଉଁଠି ତ ଥାଏ)।
ସଂକଳନର ପ୍ରତିଟି କବିତାରେ ସୁଅ।
ଭସେଇନେବାର ଇଙ୍ଗିତ କବି ପ୍ରଥମରୁ ବି ଦେଇଛନ୍ତି, ""କବିତା...
ଏ ସୃଷ୍ଟିର ଆଦି...
ଅନ୍ତ...
ଅନ୍ତହୀନ ଅନନ୍ତ ପ୍ରବାହିତ ସ୍ରୋତ...
ମହାସ୍ରୋତ।"" ସଂକଳନଟିରେ ରହିଛି ସତୁରି ସରିକି କବିତା।
ଆହୁରି ପଢ଼ନ୍ତୁ- Captain Smit Machchhar : ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ପାଇଲଟଙ୍କୁ ମିଳୁଛି କୋଟିକୋଟି ଟଙ୍କାର ପୁରସ୍କାର ଭିଡ଼ ଭିତରେ ହଜିଯାଇଥିବା ସୂର୍ଯ୍ୟୋଦୟ Bhida bhitare Book Photograph: (sambad) କବି: ସୌଭାଗ୍ୟବନ୍ତ ମହାରଣାପ୍ରକାଶକ: କାବ୍ୟଲୋକଗ୍ୟାରେଜ ଛକ, ଭୁବନେଶ୍ବରମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୧୬୦ କବିଟିଏ କେେତବେଳେ ନିଜକୁ ପ୍ରେମିକ ଭାବେ ତ କେତେବେଳେ ଦାର୍ଶନିକ, କେତେବେଳେ ପୁଣି ବିଦ୍ରୋହୀ।
କବି କହନ୍ତି, ""ପ୍ରେମ ଗୋଟେ ନିଆରା ପରିଭାଷା ମୋ ପାଇଁ କବିତାର କୋମଳ ଛାତି ଭିତରେ।
ଦୁଃଖ ଗୋଟେ ସୃଜନୀ ସମ୍ବେଦନା ମୋ ପାଇଁ ଜୀବନକୁ ପାଖରୁ ନିରୀକ୍ଷଣ କରିବାରେ।"" ନିଜକୁ ନିରୀକ୍ଷଣ କରିବା ଭିତରେ ବିଶ୍ବର ଚିତ୍ର ହିଁ ଦୃଶ୍ୟମାନ ହୁଏ।
ଦୃଶ୍ୟମାନ ହୁଏ ଉଲଂଗ ଅସ୍ତିତ୍ବ। "କଙ୍କାଳର କୋହ" କବିତାରେ କବି କହନ୍ତି, ""ଏବେ ତ ଦର୍ପଣରେ ନିଜ ମୁହଁର ଚିତ୍ରରେ/ କଙ୍କାଳରୂପୀ ମଣିଷର ପ୍ରତିବିମ୍ବ/ ଦୁଇଶହ ଛଅଖଣ୍ଡ ହାଡ଼ର ମାୟାରେ/ ସତେ ଯେମିତି ମୋହଗ୍ରସ୍ତ/ ମୋ ଚାରିପାଖର ରୂପ, ବିମ୍ବ/ ମୁହୂର୍ତ୍ତଙ୍କ ବିଶ୍ବସ୍ତ ଅବୟବ।"" ସଂପ୍ରତି ବିଶ୍ବ ଯୁଦ୍ଧରେ ସଂତ୍ରସ୍ତ।
ପୁଣି ଯୁଦ୍ଧ ଭିତରେ ରହିଛି ଦେଶପ୍ରେମର ଗାଥା। "ନିଃଶ୍ବାସର ଗଳିକନ୍ଦିରେ/ ଦେଶପ୍ରେମର ମହକ ବୁଣିବାକୁ/ ଯୁଦ୍ଧ ପାଲଟିଯାଏ ରକ୍ତର ସ୍ଥାପତ୍ୟ।"" ଏହି ସଂକଳନରେ ଯୁଦ୍ଧକୁ ନେଇ ରହିଛି କିଛି କବିତା।
ସଂକଳନଟିରେ "ଭାବରେ ଭାବରେ" ଶୀର୍ଷକରେ ଦଶଟି କବିତା ରହିଛି।
ଏହି କବିତାଗୁଡ଼ିକରେ ଶବ୍ଦ, ଭାବ ଓ ଚିତ୍ରକଳ୍ପର ଚମତ୍କାର ଚିତ୍ରାୟନ କରିଛନ୍ତି କବି।
ସଂକଳନଟିରେ ରହିଛି ବାସ୍ତରିଟି ମନୋଜ୍ଞ କବିତା।
ସ୍କାଇଲାବ୍ ଓ ଭରତିଆ ପକ୍ଷୀ Skylab book Photograph: (sambad) ଗାଳ୍ପିକ: ମଣୀନ୍ଦ୍ର କୁମାର ମେହେରପ୍ରକାଶକ: ସ୍ବୟଂସିଦ୍ଧା ଫାଉଣ୍ଡେସନ୍ନୀଳାଦ୍ରି ବିହାର, ଭୁବନେଶ୍ବରମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୮୪ ଆହୁରି ପଢ଼ନ୍ତୁ- Ladli Behna Yojana: ପର୍ବପର୍ବାଣୀ ସମୟରେ ଆଗୁଆ ଆସିବ କି କିସ୍ତି!
ଗପ ଭିତରେ କାହାଣୀଟିଏ ଯେତିକି ପାଠକଙ୍କୁ ବାନ୍ଧିରଖେ, ଅନୁଭୂତି ତା"ଠାରୁ ଅଧିକ ବାନ୍ଧିରଖେ ଯଦି ତାହା କାହାଣୀ ଛଳରେ ପାଠକଙ୍କ ସାମ୍ନାକୁ ଚାଲିଅାସେ।
ସଂକଳନର ପ୍ରାୟ ଗଳ୍ପରେ ଏଭଳି ମନୋଜ୍ଞ ଅନୁଭୂତିକୁ ଭେଟିହୁଏ!
ହେଇପାରେ ଏହା ପ୍ରତ୍ୟକ୍ଷ ବା ପରୋକ୍ଷ।
ସଂକଳନର ପ୍ରଥମ ତଥା ଶୀର୍ଷକ ଗଳ୍ପ "ସ୍କାଇଲାବ ଓ ଭରତିଆ ପକ୍ଷୀ"ରେ ୧୯୭୯ ମସିହାରେ ସ୍କାଇଲାବ ଖସିବା ଘଟଣାକୁ କେନ୍ଦ୍ର କରି ଗଢ଼ିଉଠିଛି।
ସ୍କାଇଲାବ୍ ଘର ଉପରେ ଖସିପଡ଼ିବା ଡରରେ ସାନପିଉସୀ କିପରି ନିଜର ପିଲାମାନଙ୍କୁ ଧରି ବାପଘରକୁ ଚାଲି ଆସିଛନ୍ତି ଏବଂ ତାହା ସାଗର ବକ୍ଷରେ ଖସିବା ପରେ ସେ ପୁଣି ଶାଶୂଘରକୁ ଫେରିଛନ୍ତି, ଏହା ଗଳ୍ପର କାହାଣୀ ହେଲେ ମଧ୍ୟ ପିଉସୀଙ୍କ ପ୍ରତି ଭଲପାଇବା ଏବଂ ସେ ଫେରିଯିବା ପରେ ତାଙ୍କୁ ନେଇ ମନ ଭିତରେ ଉଠିଥିବା ଏକ ଦିବ୍ୟଭାବନାକୁ ଚମତ୍କାର ଭାବେ ବାଢ଼ି ଦେଇଛନ୍ତି ଲେଖକ।
ସଂକଳନର ଦ୍ବିତୀୟ ଗଳ୍ପରେ ଭରିରହିଛି ଉତ୍କଣ୍ଠା।
ଗଳ୍ପର କେଇଧାଡ଼ି, ""ଯେଉଁ ଦୀପ୍ତିରଞ୍ଜନ ପୁଅ ବେଶରେ ବ୍ୟାସବିହାରରେ ଦର୍ଶନ ଦେଇଥିଲା ମୁଁ ତାହାର ପରିବର୍ତ୍ତିତ ଝିଅ ବେଶ ଦେଖି ହୋଇଗଲି ସ୍ତବ୍ଧ।"" ସଂକଳନର ତୃତୀୟ ଗଳ୍ପ "ଶେଷ ଇଚ୍ଛା"ରେ ରହିଛି ଜଣେ ଲେଖକ କିପରି ନିଜ ପ୍ରିୟ ମଣିଷଠାରୁ ବହି ପାଇଁ ଅଭିମତଟିଏ ଲୋଡ଼ିଛନ୍ତି ଏବଂ ସେତିକି ପାଇବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି।
ପ୍ରତିଟି ଗଳ୍ପ ପାଠକଙ୍କୁ ଆବେଗଆପ୍ଳୁତ କରିବ ନିଶ୍ଚୟ।
ଅଚିନ୍ତ୍ୟ ଶ୍ରୀଜଗନ୍ନାଥ Achintya Shri Jagannath Photograph: (Sambad) ସମ୍ପାଦନା: ପୀତବାସ ରାଉତରାୟପ୍ରକାଶକ: ମହାବୀର ପ୍ରକାଶନପୁରୁଣା ବସ୍ଷ୍ଟାଣ୍ଡ, ଭୁବନେଶ୍ବରମୂଲ୍ୟ: ୪୦୦ ଟଙ୍କା, ପୃଷ୍ଠା: ୬୪୦ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ଅନନ୍ୟ ଅନୁଭୂତି, ପୁଣି ଜଗନ୍ନାଥଙ୍କୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଗଳ୍ପ, କବିତା ଆଦିକୁ ନେଇ ପ୍ରକାଶ ପାଇଛି ଏହି ରୌପ୍ୟ ବିଶେଷାଙ୍କ "ଅଚିନ୍ତ୍ୟ ଶ୍ରୀଜଗନ୍ନାଥ"।
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ "ଏମିତି ଏ ବଡ଼ଦାଣ୍ଡେ" ଲେଖାଟି ଏହାର ପ୍ରଥମ ଆଲେଖ୍ୟ ଭାବେ ସ୍ଥାନ ପାଇଛି।
ଏହାର ପ୍ରଚ୍ଛଦ ପ୍ରସଙ୍ଗରେ ସ୍ଥାନ ପାଇଛି ବଳଦେବ ମହାରଥା, କୃଷ୍ଣକେଶବ ଷଡ଼ଙ୍ଗୀ ଓ ଚନ୍ଦ୍ରଭାନୁ ଶତପଥୀଙ୍କ ଅନୁଭୂତି, ସ୍ତବ ଓ କବିତା।
ଏଥିରେ ରହିଛି ପଦ୍ମଶ୍ରୀ ପୁରସ୍କାର ପ୍ରତିଭାଙ୍କ ବୟାନ, ଶ୍ରୀମନ୍ଦିର ପ୍ରଶାସକ ଓ କଣ୍ଠଶିଳ୍ପୀଙ୍କ ସ୍ମୃତିଚାରଣ, ଚିଠିପତ୍ର ଦ୍ବାରା ନିବେଦନ, ସମ୍ପାଦକଙ୍କ କଥନ ପରି ଆହୁରି ଅନେକ ବ୍ୟକ୍ତିତ୍ବଙ୍କ ଜଗନ୍ନାଥକୈନ୍ଦ୍ରିକ ଆଲେଖ୍ୟ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।