Literature: ନିଜ କବିତାରେ କବି ସବୁବେଳେ ଉଲଗ୍ନ: ବିଶିଷ୍ଟ କବି ଆଶୁତୋଷ ପରିଡ଼ାଙ୍କ ସହ ଏକ ସାକ୍ଷାତ୍‌କାର...

Sep 14, 2026 - 18:47
Literature: ନିଜ କବିତାରେ କବି ସବୁବେଳେ ଉଲଗ୍ନ: ବିଶିଷ୍ଟ କବି ଆଶୁତୋଷ ପରିଡ଼ାଙ୍କ ସହ ଏକ ସାକ୍ଷାତ୍‌କାର...

"ନିଜ କବିତାରେ କବି ସବୁବେଳେ ଉଲଗ୍ନ "ଇପ୍‌ସିତ କ୍ରୋଧ", "ଅପ୍ରସ୍ତୁତ ମୃତ୍ୟୁ, "ଅଙ୍ଗାର ଗାର", "ଆକ୍ରାନ୍ତ ଅକ୍ଷର" ଓ "ଚଣ୍ଡାଳ" ପରି ଅନେକ ପୁସ୍ତକର ସ୍ର‌ଷ୍ଟା ବିଶିଷ୍ଟ କବି ଆଶୁତୋଷ ପରିଡ଼ା ତାଙ୍କ କବିତା ସଂକଳନ "ବିଶ୍ବାସ ଦେ" ପୃଥ୍ବୀ" ପାଇଁ ଚଳିତବର୍ଷ ଶାରଳା ପୁରସ୍କାର ଲାଭ କରିବାକୁ ମନୋନୀତ ହୋଇଛନ୍ତି।

ଏହି ଅବସରରେ ତାଙ୍କ ସହ ଏକ ସାକ୍ଷାତ୍‌କାର।Advertisment "ବିଶ୍ବାସ ଦେ" ପୃଥ୍ବୀ" ପାଇଁ ଆପଣ "ଶାରଳା ପୁରସ୍କାର" ପାଉଛନ୍ତି।

ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ।

ପ୍ରାୟ ଦୁଇବର୍ଷ ତଳେ ଆପଣ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

ଏ ଦୁଇ ପୁରସ୍କାରକୁ ନେଇ ଆପଣଙ୍କର ଅନୁଭବ କ"ଣ?

୨୦୨୩ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମୁଁ ଜାତୀୟସ୍ତରରେ ଅନ୍ୟାନ୍ୟ ଭାଷାର ଆଉ ୨୩ ଜଣ ସ୍ରଷ୍ଟାଙ୍କ ସହିତ ଗ୍ରହଣ କରିଥିଲି।

ଏକ ଭବ୍ୟ ସମାରୋହରେ ଏକାଡେମୀର ସଭାପତି ଏହି ପୁରସ୍କାର ପ୍ରଦାନ କରିଥିଲେ।

ଏହା ଏକ ଅବିସ୍ମରଣୀୟ ଅନୁଭବ।

ସେହିପରି ଶାରଳା ପୁରସ୍କାର ଗ୍ରହଣ କରିବା ମୋ ପାଇଁ ଏକ ବିରଳ ଅନୁଭବ ଆଣିବ ବୋଲି ଆଶା କରିବି।

ଜାତୀୟସ୍ତରର ଜଣେ ଖ୍ୟାତନାମା ଲେଖକ ଏହି ପୁରସ୍କାର ପ୍ରଦାନ କରିଥାନ୍ତି।

ତା"ଛଡ଼ା ପୁରସ୍କାର ଉତ୍ସବରେ ଯେଉଁ ଲେଖକମାନେ ଉପସ୍ଥିତ ରହିବେ ସେମାନେ ସମସ୍ତେ ମୋର ଅତି ପରିଚିତ ଓ ଅନ୍ତରଙ୍ଗ।

ତେଣୁ ଏ ଅନୁଭବ ନିଆରା ହେବ ନିଶ୍ଚୟ।

ଆହୁରି ପଢ଼ନ୍ତୁ-Amit Shah: ରାଜଭାଷା ସମ୍ମିଳନୀ: ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଅମିତ ଶାହଙ୍କ ଗୁରୁତ୍ବ ଆପଣଙ୍କର ପ୍ରଥମ କବିତା ପୁସ୍ତକ "ଈପ୍‌ସିତ କ୍ରୋଧ"।

କ୍ରୋଧ ବି ଈପ୍‌ସିତ ହୋଇପାରେ!

ଅନେକ ସମୟରେ କ୍ରୋଧକୁ ଏକ ନକାରାତ୍ମକ ଦୃଷ୍ଟିରେ ଦେଖାଯାଏ।

କିନ୍ତୁ କ୍ରୋଧର ସକାରାତ୍ମକ ଦିଗ ମଧ୍ୟ ଅଛି।

ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ କବିତାରେ "କ୍ରୋଧ ପାପର ପ୍ରତିଶୋଧ ନେଉ" ବୋଲି କହିଛନ୍ତି।

ସାମୂହିକ ଭାବେ ମଣିଷମାନେ ଯଦି ସବୁ ଅନ୍ୟାୟ, ଅତ୍ୟାଚାରକୁ ସହିଯାନ୍ତି ତେବେ ମନେକରାଯିବ ଯେ ସେମାନଙ୍କ ଭିତରେ କ୍ରୋଧ ଜାଗ୍ରତ ହୋଇନାହିଁ।

କ୍ରୋଧ ଆସିଲେ ହିଁ ସେମାନେ ପ୍ରତିବାଦ କରିବେ ଓ ମୁକ୍ତିର ମାର୍ଗ ଖୋଜିବେ।

ଏହି ପରିପ୍ରେକ୍ଷୀରେ କ୍ରୋଧ ହୋଇଯିବ ଈପ୍‌ସିତ। "ଚଣ୍ଡାଳ" କବିତା ପୁସ୍ତକ ପାଇଁ ଆପଣ ଗୋଟିଏ ସମୟରେ ଅଧିକ ଚର୍ଚ୍ଚିତ ହୋଇଥିଲେ।

ଆପଣ ସେଦିନ କହିଥିଲେ- ଏଇ "ଚଣ୍ଡାଳ ଚେତନା" ଆପଣଙ୍କର ଅତି ପ୍ରିୟ।

ଏକଦା ନିଜର କାବ୍ୟଜିଜ୍ଞାସା ନେଇ ମଣିଷ ଓ ତା"ର ପୃଥିବୀକୁ ଖୋଜିବାବେଳେ ଆପଣ ଏଇ ଚଣ୍ଡାଳ ଚେତନାକୁ ଆବିଷ୍କାର କରିଥିଲେ।

ଏ ସଂପର୍କରେ ଟିକିଏ ବୁଝାଇ କହିବେ?

ମୋର କବିତା ପାଇଁ ମୁଁ ଏପରି ଏକ ଚରିତ୍ର ଖୋଜୁଥିଲି ଯିଏ ପରମ୍ପରାବିରୋଧୀ, ଯିଏ ଭାଗ୍ୟକୁ ଅସ୍ବୀକାର କରେ।

ଭାରତୀୟ ଜନମାନସରେ ଚଣ୍ଡାଳକୁ ନେଇ ଏପରି ଏକ ଧାରଣା ରହିଛି, ଯାହା ତା"ର ଅମାନିଆପଣକୁ ପ୍ରମାଣିତ କରେ।

ତେଣୁ ଚଣ୍ଡାଳ ଭିତରେ ମୁଁ ଗୋଟିଏ ନନ୍‌-କନ୍‌ଫର୍ମିଷ୍ଟ, ବିଦ୍ରୋହୀ ସତ୍ତାକୁ ଅାବିଷ୍କାର କରିଥିଲି।

ମୋ ପାଇଁ ଚଣ୍ଡାଳ ଥିଲା ସବୁପ୍ରକାର ଆଧିପତ୍ୟ ବିରୁଦ୍ଧରେ ଏକ ପ୍ରତିସ୍ପର୍ଦ୍ଧା।

ତେଣୁ ସକାରାତ୍ମକ ଭାବେ ମୁଁ ତାକୁ କବିତାରେ ରୂପ ଦେବାକୁ ଚେଷ୍ଟା କରିଥିଲି। "ଶବ୍ଦଭେଦୀ"ରେ ଆପଣ ମା"କୁ ଶବ୍ଦ ମାଗିଛନ୍ତି।

ପୁଣି ମାଗିଛନ୍ତି ଅନ୍ଧାର, ଭାତ, ନିଭୃତ କ୍ରନ୍ଦନ ଓ ଲୁହଭିଜା ମୁଠାଏ ବିସ୍ମୃତି।

ଯାହା ସେଦିନ ମାଗିଥିଲେ, ପାଇଲେ? "ଶବ୍ଦଭେଦୀ"ରେ ମା"ଠାରୁ ଶବ୍ଦ ମାଗିଥିଲି।

ପାଇଛି (ନ ହେଲେ କବିତା ଲେଖିପାରିଛି କେମିତି?)।

ଅନ୍ଧାର ମାଗିଥିଲି।

ପାଇଛି।

ଏବେ ଚାରିପାଖରେ ଏତେ ଅନ୍ଧାର ଯେ ବାଟ ଦିଶୁନି।

ଭାତ ମାଗିଥିଲି।

ହୁଏତ ପାଇଛି ଆଂଶିକ, ପାଞ୍ଚକିଲୋ ଚାଉଳ ଭିତରେ।

ମା" ନିଭୃତ କ୍ରନ୍ଦନ ଦେଇନାହିଁ।

ଲୁହଭିଜା ବିସ୍ମୃତି ଦେଇନାହିଁ।

ଯାହା ଘଟିଛି ଘଟଣା ବା ଦୁର୍ଘଟଣା, ସବୁ ସ୍ମୃତିପଟରେ ଜଳଜଳ ହୋଇ ଦିଶୁଛି।

ଆହୁରି ପଢ଼ନ୍ତୁ- Birmingham Test: ବର୍ମିଂହାମ୍‌ ଟେଷ୍ଟ: ପାକିସ୍ତାନକୁ ବଡ଼ ଜରିମାନା ମଣିଷ ଆପଣଙ୍କ କବିତାର କେନ୍ଦ୍ର।

ଆପଣଙ୍କ କବିତା ପୁସ୍ତକ "ଅଙ୍ଗାର ଗାର" ଓ "ରକ୍ତବର୍ଣ୍ଣ ବାଲି"ରେ ଅଛି ଯୁଗପତ୍‌ ବିଷାଦ ଓ ବିଦ୍ରୋହ।

ଏ ବିଷାଦ ଓ ବିଦ୍ରୋହର ବାହ୍ୟ ପରିପ୍ରକାଶ କେବେ କେବେ ଘଟିଛି ନା ତାହା କେବଳ କବିତାରେ ଓ ଅନ୍ତର୍ଗତ ଭାବନା ଭିତରେ ରହିଯାଇଛି?

ମୋର ଧାରଣା, ନିଜ କବିତାରେ କବି ସବୁବେଳେ ଉଲଗ୍ନ।

ସେ କିଛି ଲୁଚାଇ ପାରିବନି।

ଲୁଚାଇବାକୁ ଚେଷ୍ଟା କଲେ ଧରାପଡ଼ିଯିବ।

ମୋ କବିତାରେ ଯେଉଁସବୁ ଭାବନା ବ୍ୟକ୍ତ ହୋଇଛି, ମୁଁ ସେଇ ଅନୁସାରେ ଜୀବନ ଜିଇବାକୁ ଚେଷ୍ଟା କରିଛି।

ମୋ ଜୀବନର ଗୋଟିଏ ଆକ୍ଟିଭିଷ୍ଟ ଦିଗ ବି ଅଛି।

ଜଣେ ବିଜ୍ଞାନ କର୍ମୀ ଭାବେ ହେଉ ବା ଜଣେ ବୁଦ୍ଧିଜୀବୀ ଭାବରେ ହେଉ ଆନ୍ଦୋଳନ ସହିତ ମୋର ନିଜସ୍ବ ସଂପୃକ୍ତି ରହିଛି।

ଏହା ମଧ୍ୟ ମୋ କବିତାକୁ ପ୍ରଭାବିତ କରିଛି।

ଆପଣଙ୍କର ଓ ଆପଣଙ୍କ କବିତାର ଏ ଭାବନା କେବଳ ଓଡ଼ିଶାର ମଣିଷଙ୍କ ଭିତରେ ସୀମିତ ନୁହେଁ। "ଲହୁ ଲୁହାଣ"ରେ ତାହାର ଜାତୀୟ ଓ ଅନ୍ତର୍ଜାତୀୟ ପରିପ୍ରକାଶ ଘଟିଛି।

ଆଜି ବି ବିଶ୍ବର ସ୍ଥିତି ବଦଳିନି।

ଆଜି ଯେତେବେଳେ ବିଶ୍ବ ଯୁଦ୍ଧଗ୍ରସ୍ତ, ସେଦିନର ସେଇ କବିତାଗୁଡ଼ିକ ଆଜି କେତେ ପ୍ରାସଙ୍ଗିକ?

ଉପସାଗରୀୟ ଯୁଦ୍ଧ, ଇରାନ ଯୁଦ୍ଧ, ଆଫଗାନିସ୍ତାନ ଉପରେ ବୋମା ବର୍ଷଣ ଆଦି ବିଷୟକୁ ନେଇ ସେ ସମୟରେ ମୁଁ ଅନେକଗୁଡ଼ିଏ କବିତା ଲେଖିଥିଲି।

ସେସବୁ ଯୁଦ୍ଧବିରୋଧୀ କବିତା।

ସେତେବେଳେ ରଚିତ ମୋର "ଶାଗୁଣା", "ସାମ୍ରାଜ୍ୟବାଦୀ ସ୍ବୀକାରୋକ୍ତି", "ବାଗଦାଦ୍‌ର ରାତି", "ହାତ", ଆବୁଘ୍ରାଇବ", "ଆଫଗାନିସ୍ତାନ" ଆଦି କବିତା ପଢ଼ିଲେ ମନେହେବ ସାଂପ୍ରତିକ ସମୟରେ ଏହାର ପ୍ରାସଙ୍ଗିକତା ରହିଛି।

ଇରାନ ସହିତ ଇସ୍ରାଏଲ ଓ ଯୁକ୍ତରାଷ୍ଟ୍ର ଆମେରିକାର ଯେଉଁ ଯୁଦ୍ଧ ହେଲା, ତାହାର ଛାପ ଏହିସବୁ କବିତାରେ ମିଳିବ।

କାରଣ ଏକ ଯୁଦ୍ଧରେ ଯେଉଁ କ୍ଷମତା ଦ୍ବନ୍ଦ୍ବ ରହିଥାଏ, ତାହା ଆଗରୁ ଥିଲା ଓ ଏବେ ବି ବଳବତ୍ତର ଅଛି।

ଏବେ ପୃଥିବୀଠାରୁ ଯେଉଁ ବିଶ୍ବାସ ଆପଣ ପାଇବାର ଆଶା କରୁଛନ୍ତି, ସେ ବିଶ୍ବାସ କ"ଣ ସତରେ ମିଳିବ?

ମିଳିବ ବୋଲି ତ କବି "ବିଶ୍ବାସ ଦେ" ପୃଥ୍ବୀ" ଉଚ୍ଚାରଣ କରି ନିଜର ଦାବି ଉପସ୍ଥାପନ କରୁଛି।

ପୃଥିବୀ ମରିଯାଇ ନାହିଁ।

ଗୋଟିଏ ସୁସ୍ଥ ସମାଜ, ସୁନ୍ଦର ଭବିଷ୍ୟତର ଆଶା ନେଇ ମଣି‌ଷ ଅଗ୍ରସର ହେଉଛି।

ଏ ଆଶା ଯଦି ମରିଯିବ, ଜୀବନ ସ୍ଥାଣୁ ହୋଇଯିବ।

ସାକ୍ଷାତ: ସୁନନ୍ଦା ପ୍ରଧାନ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।