Lizard in Hostel Meal Sparks Tension: କେତେବେଳେ ପୋକ ତ କେତେବେଳେ ଝିଟିପିଟି, ହଷ୍ଟେଲ ଖାଦ୍ୟକୁ ନେଇ ତାତିଲେ ଛାତ୍ରଛାତ୍ରୀ
ହଷ୍ଟେଲ ଖାଇବାରୁ ମଲା ଝିଟିପିଟି ବାହାରିବା ପରେ ଉତ୍ତେଜନା। ଗତକାଲି ଜଟଣୀର ଏକ ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ ପିଲାଙ୍କ ଖାଦ୍ୟରୁ ମଲା ଝିଟିପିଟି ବାହାରିଥିଲା। ଯାହାକୁ ନେଇ ଆଜି କଲେଜ ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ବାରମ୍ବାର ଖାଦ୍ୟରେ ଏପରି ଅବ୍ୟବସ୍ଥା ଦେଖାଦେବା ସହ ବିଭିନ୍ନ ସମୟରେ ପୋକ କେତେବେଳେ ଝିଟିପିଟି ବାହାରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚାଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ...
ହଷ୍ଟେଲ ଖାଇବାରୁ ଝିଟିପିଟି ବାହାରିବା ପରେ ଉତ୍ତେଜନା
ଜଟଣୀର ଏକ ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଉତ୍ତେଜନା
ଖାଦ୍ୟରେ ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅସନ୍ତୋଷ
ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ
ଖାଦ୍ୟରେ ଝିଟିପିଟି କଲେଜରେ ଉତ୍ତେଜନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।