Locals Protest Against Encroachment Clearance Drive: ଜବରଦଖଲ ଉଚ୍ଛେଦ ଅଭିଯାନ, ଉଚ୍ଛେଦକୁ ସ୍ଥାନୀୟ ଲୋକଙ୍କ ବିରୋଧ
ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ। ମୁଦିପଡ଼ା ଅଞ୍ଚଳରେ ଚାଲିଛି ଜବରଦଖଲ ଉଚ୍ଛେଦ ଅଭିଯାନ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ରାସ୍ତା ଓ ଡ୍ରେନକୁ ଅବରୋଧ କରି ନିର୍ମାଣ ହୋଇଥିବା ଜବରଦଖଲକୁ ଭଙ୍ଗାଯାଉଛି। ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ତେବେ ଉଚ୍ଛେଦ ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
ବର୍ଷ ବର୍ଷ ଧରି ରାଜରାସ୍ତା ଓ ଡ୍ରେନ୍ ଅବରୋଧ ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଉଛି । ଏଥିସହ ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତା ଓ ଡ୍ରେନକୁ ଜବରଦଖଲମୁକ୍ତ କରିବାକୁ ମହାନଗର ନିଗମ ପକ୍ଷରୁ ଏହି ଉଚ୍ଛେଦ ଅଭିଯାନ ଜାରି ରହିଛି ।
ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ
ମୁଦିପଡ଼ା ଅଞ୍ଚଳରେ ଜବରଦଖଲ ଉଚ୍ଛେଦ
ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଚାଲିଛି ଅଭିଯାନ
ରାସ୍ତା ଓ ଡ୍ରେନ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ
ଉଚ୍ଛେଦକୁ ସ୍ଥାନୀୟ ଲୋକଙ୍କ ବିରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।