Long live life: ଜୀବନ ଜିନ୍ଦାବାଦ୍‌: ଯନ୍ତ୍ରଣାରୁ ଜୀବନ

Aug 09, 2026 - 07:43
Long live life: ଜୀବନ ଜିନ୍ଦାବାଦ୍‌: ଯନ୍ତ୍ରଣାରୁ ଜୀବନ

"୨୦୧୦ ମାର୍ଚ୍ଚ ୨୫ ତାରିଖ।

କେରଳର ତିରୁଅନନ୍ତପୁରମ୍‌ସ୍ଥିତ ଏକ ଡାକ୍ତରଖାନାରେ ଶୀଜା ଜନ୍ମଦେଲେ କନ୍ୟା ସୈଣ୍ଡ୍ରାକୁ।

କିଛି ସମୟ ପରେ ଡାକ୍ତରମାନେ କହିଲେ ସୈଣ୍ଡ୍ରା ମାଇକ୍ରୋସେଫଲିରେ ପୀଡ଼ିତ।

ଏହି ବିରଳ ବ୍ୟାଧି ଯୋଗୁଁ ମସ୍ତିଷ୍କ ଯଥେଷ୍ଟ ବିକଶିତ ହୋଇପାରେ ନାହିଁ।

ଏ ବ୍ୟାଧିରେ ପୀଡ଼ିତ ପିଲା ସାଧାରଣତଃ ବଞ୍ଚନ୍ତି ନାହିଁ।

କିନ୍ତୁ, ଆଶ୍ଚର୍ଯ୍ୟର କଥା- ସୈଣ୍ଡ୍ରା ବଞ୍ଚିଲା।

ଝିଅକୁ ବଞ୍ଚାଇ ରଖିବା ଲାଗି ଆରମ୍ଭ ହେଲା ଶୀଜାଙ୍କ ସଂଗ୍ରାମ।

ତାଙ୍କର ଦିନ ସବୁ କଟୁଥିଲା ହସ୍‌ପିଟାଲ୍‌ କରିଡର୍‌ ଓ ଆଇସିୟୁରେ।

ସୈଣ୍ଡ୍ରାକୁ ଥରକୁ ଥର ବାତ ମାରୁଥିଲା।

ଦିନେ ଦିନେ ତାକୁ ପ୍ରାୟ ୨୦ ଥର ବି ବାତ ମାରେ।

ଏ ମାସେ କି, ବର୍ଷକର କଥା ନୁହେଁ।

୧୬ ବର୍ଷ ପର୍ଯ୍ୟନ୍ତ ଏମିତି ଚାଲିଲା।

ତା"ର ଚିକିତ୍ସା ପାଇଁ ଔଷଧପତ୍ର ଥିଲା ବିକଳ୍ପହୀନ ଓ ବ୍ୟୟବହୁଳ।

ଠିକ୍‌ ସେମିତି ପ୍ରତି ମୁହୂର୍ତ୍ତରେ ସୈଣ୍ଡ୍ରା ଲୋଡୁଥିଲା ତତ୍ତ୍ବାବଧାନ।

ଏଥିଯୋଗୁଁ ଘରେ ଅଶାନ୍ତି ଲାଗିଲା।

ମେଡିକାଲ୍‌ ବିଲ୍‌ ବଢ଼ି ଚାଲିବା ସହ ସୈଣ୍ଡ୍ରା ପ୍ରତି ଯତ୍ନଶୀଳ ହେବା ପୂର୍ଣ୍ଣକାଳୀନ ଦାୟିତ୍ବ ପାଲଟିଗଲା।

ଫଳରେ ଶୀଜାଙ୍କର ବିବାହ ବିଚ୍ଛେଦ ଘଟିଲା।

କିନ୍ତୁ, ସୈଣ୍ଡ୍ରା ରହିଲା ତାଙ୍କ ପାଖରେ, ଜାରି ରହିଲା ତା" ପ୍ରତି ଚାଲିଥିବା ସେବାଯତ୍ନ।Advertisment Education: ନଗଡ଼ାର ଶିକ୍ଷାଦୂତ ସବିତା-ଅନାମ ଜୁଆଙ୍ଗ ଦମ୍ପତି ତିରୁଅନନ୍ତପୁରମ୍‌ର ଏକ ସାଧାରଣ ପରିବାରର ଝିଅ ଶୀଜା ପାଠ୍ୟପୁସ୍ତକ ଅପେକ୍ଷା ଅଧିକ ଆକୃଷ୍ଟ ହୋଇପଡ଼ିଥିଲେ କ୍ରୀଡ଼ା ଓ ସାମାଜିକ କାର୍ଯ୍ୟ ପ୍ରତି।

ସ୍ନାତକ ପଢ଼ିବା ବେଳେ ବୁଝାମଣା କରି ବିବାହ କରିଥିଲେ ଯେ ପାଠପଢ଼ା ଚାଲୁରଖିବେ।

କିନ୍ତୁ, ସୈଣ୍ଡ୍ରା ଭୂମିଷ୍ଠ ହେବା ପରେ ସବୁକିଛି ଓଲଟପାଲଟ ହୋଇଗଲା।

ଡାକ୍ତରଖାନା ହୋଇଗଲା ଶୀଜାଙ୍କ ଦ୍ବିତୀୟ ଗୃହ।

ଏ ସବୁ ଜଞ୍ଜାଳ ସମ୍ଭାଳି ଶୀଜା ସ୍ନାତକ ଓ ଶିକ୍ଷକତା ତାଲିମ ଶେଷ କରିଥିଲେ।

କିନ୍ତୁ, ସହଜରେ ଚାକିରି ଖଣ୍ଡେ ପାଇ ପାରି ନ ଥିଲେ।

ପିତାମାତାଙ୍କ ସହାୟତାରେ ସେ ଦରଜୀ କାମ କଲେ।

ଘରେ ରହି ଅନ୍ୟାନ୍ୟ କାମ କରି ଦି"ପଇସା ବି ଉପାର୍ଜନ କଲେ।

Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ ଡାକ୍ତରଖାନାରେ ରହିବା ଅନୁଭୂତି ସଂକ୍ରାନ୍ତରେ ଶୀଜା କହନ୍ତି, ""ହସ୍‌ପିଟାଲ୍‌ରେ ମୁଁ ଯାହା ଦେଖିଲି, ତାହା ମତେ ଖୁବ୍‌ ବ୍ୟଥିତ କଲା।

ଶାରୀରିକ ଅକ୍ଷମତା ଥିବା ପିଲାଙ୍କ ପାଖରେ ମାଆମାନେ ଏକାକିନୀ ବସୁଛନ୍ତି।

ଛୁଆର ରୋଗ ନିରୂପଣ ହେବା ପରେ ସ୍ବାମୀମାନେ ଆଉ ଆସୁ ନାହାନ୍ତି।

କେତେକଙ୍କୁ ସ୍ବାମୀ ଛାଡ଼ି ଚାଲିଯାଇଛନ୍ତି।"" ଏଭଳି ମହିଳାଙ୍କ ସହାୟତା ପାଇଁ ସେହି ଡାକ୍ତରଖାନାରେ ହିଁ ଶୀଜାଙ୍କ ମନକୁ ଆସିଲା "ସ୍ନେହାସାଣ୍ଡ୍ରମ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌" ପରିକଳ୍ପନା।

ପରିଶେଷରେ ୨୦୨୧ ଅଗଷ୍ଟରେ ସେ ଏହାକୁ ପଞ୍ଜିକୃତ କରାଇଲେ।

କେବଳ ଭିନ୍ନକ୍ଷମ ଶିଶୁଙ୍କ ଜନ୍ମଦାତ୍ରୀଙ୍କ ନିମନ୍ତେ ଏହାର ସଦସ୍ୟତା ଉନ୍ମୁକ୍ତ କଲେ।

ସ୍ବାବଲମ୍ବୀ ହେବା ନିମନ୍ତେ ଭିନ୍ନକ୍ଷମ ସନ୍ତାନସନ୍ତତିଙ୍କ ମାଆମାନଙ୍କୁ ଟ୍ରଷ୍ଟ୍‌ ସିଲେଇ ମେସିନ୍ ଯୋଗାଇଲା, ଟେଲରିଙ୍ଗ୍‌ ତାଲିମ୍‌ ଦେଲା।

ତା"ଛଡ଼ା ଛେଳି ଓ କୁକୁଡ଼ା ପାଳନ ଭଳି କାର୍ଯ୍ୟ ମଧ୍ୟ ଯୋଗାଇ ଦିଆଗଲା।

ଉଦ୍ଦେଶ୍ୟ ଥିଲା, ପର ଉପରେ ନିର୍ଭରଶୀଳ ନ ହୋଇ ନିଜ ଗୋଡ଼ରେ ଛିଡ଼ା ହେବେ।

ଧୀରେ ଧୀରେ ଏ ଉଦ୍ଦେଶ୍ୟ ସଫଳ ହେଲା।

ଟ୍ରଷ୍ଟ୍‌ ଯୋଗୁଁ ଅନେକଙ୍କ ଜୀବନ ବଦଳିଗଲା।

ମାଆ ଉପାର୍ଜନ ଦ୍ବାରା ଚିକିତ୍ସା ପାଇଲେ ଭିନ୍ନକ୍ଷମ ଶିଶୁ।

ଏବେ ଟ୍ରଷ୍ଟ୍‌ର ସଦସ୍ୟା ସଂଖ୍ୟା ଦୁଇଶହରୁ ଅଧିକ।

ପପାନମକୋଡ୍‌ଠାରେ ଏହି ଟ୍ରଷ୍ଟ୍‌ର ଗୋଟିଏ ଛୋଟ ଅଫିସ୍‌ ଅଛି।

କିନ୍ତୁ, "ସ୍ନେହାସାଣ୍ଡ୍ରମ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌"ର ଅଧିକାଂଶ କାର୍ଯ୍ୟ ସାଧିତ ହୁଏ ଘରେ, ଡାକ୍ତରଖାନାରେ ଓ ଇନ୍‌ଫର୍ମାଲ୍‌ ସପୋର୍ଟ ନେଟ୍‌ୱର୍କ ମାଧ୍ୟମରେ।

ଶୀଜା କହନ୍ତି- ""ଆମେ ହେଉଛୁ ଜୀବନ ପରୀକ୍ଷାରେ ବିଫଳ ହୋଇଥିବା ଜଣେ ଜଣେ ମାଆ।

କିନ୍ତୁ, ଆମେ ହାରିଯାଇନୁ, କୌଣସି ମତେ ଜଣେ ଅନ୍ୟଜଣକୁ ସାହାଯ୍ୟ କରି ଆଗେଇ ଚାଲିଛୁ।

ନଗଣ୍ୟ ହେଲେ ବି ଏ ସଫଳତା ଆମର କ୍ଷୁଦ୍ର ବିଜୟ।"" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।