Long Posting Row In Cuttack: ବର୍ଷ ବର୍ଷ ଧରି ଗାଦି ଛାଡୁନାହାନ୍ତି ସରକାରୀ ବାବୁ; ଡିଇଓଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ
ଗାଦି ଛାଡୁନାହାନ୍ତି ସରକାରୀ ବାବୁ। କଟକ ଡିଇଓଙ୍କ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ କର୍ମଚାରୀ ରହିଥିବା ଅଭିଯୋଗ। କିଏ ୫ ବର୍ଷ ତ ଆଉ କିଏ ୮ରୁ ୧୦ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ଗୋଟିଏ ସ୍ଥାନରେ ୩ ବର୍ଷ ଓ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ରହିବା ନେଇ ନିୟମ ଥିବାବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନ।
ଅଭିଯୋଗ ପରେ ଡିଇଓ ଓ ସିଡିଏମଓ କାର୍ଯ୍ୟାଳୟରେ କେଉଁ କର୍ମଚାରୀ କେତେ ବର୍ଷ ଧରି ରହିଛନ୍ତି, ସେନେଇ ତଥ୍ୟ ମଗାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ। ତଥ୍ୟ ମିଳିବା ପରେ ନିୟମ ଅନୁସାରେ ବଦଳି କରାଯିବ ବୋଲି ସେ କହିଛନ୍ତି।
- ବର୍ଷ ବର୍ଷ ଧରି ଗାଦି ଛାଡୁନାହାନ୍ତି ସରକାରୀ ବାବୁ
- କଟକ ଡିଇଓଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ
- କେଉଁ କର୍ମଚାରୀ କେତେ ବର୍ଷ ରହିଛନ୍ତି, ତଥ୍ୟ ମଗାଯାଇଛି; ଜିଲ୍ଲାପାଳ
- 'ତଥ୍ୟ ମିଳିବା ପରେ ନିୟମ ଅନୁସାରେ ବଦଳି କରାଯିବ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।