Loot of Mineral Funds-14: ଖଣିଜ ପାଣ୍ଠି ଲୁଟ୍-୧୪: ~୨୩ କୋଟି ମଜୁରି ନେଇଛନ୍ତି ଶ୍ରମିକ, ଆପତ୍ତି ଉଠାଇଛନ୍ତି ସିଏଜି
"ଯାଜପୁର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନ (ଡିଏମ୍ଏଫ୍) ପାଣ୍ଠି ବିନିଯୋଗକୁ ନେଇ ଯାଜପୁର ଜିଲ୍ଲାରେ ଏକ ବଡ଼ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିଛି।
ସରକାରୀ ନିୟମ ଅନୁସାରେ ଖଣିଜ ପାଣ୍ଠି ବିନିଯୋଗ ହେଉଥିବା ଦର୍ଶାଯାଉଥିବାବେଳେ ବାସ୍ତବରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।
ଖଣି ପ୍ରଭାବିତ ଅଞ୍ଚଳ ଓ ସେଠାକାର ଅଧିବାସୀଙ୍କ ସାମାଜିକ-ଆର୍ଥିକ ବିକାଶ ପାଇଁ ନିର୍ଦ୍ଧାରିତ ପାଣ୍ଠିକୁ ଠିକଣା ବାଟରେ ବିନିଯୋଗ କରାଯାଇନଥିବା ଅଭିଯୋଗ ହୋଇଛି।
କେନ୍ଦ୍ରୀୟ ଯୋଜନା "ମନରେଗା" (ଏବେ "ବିଭିଜି-ରାମଜି")ରେ ଅତିରିକ୍ତ ମଜୁରି ପରିଶୋଧ ବାବଦରେ ଖଣିଜ ପାଣ୍ଠିରୁ ୨୩ କୋଟି ଟଙ୍କା ବ୍ୟୟ କରାଯାଇଛି।
ଏହାକୁ ନେଇ ସିଏଜି ଗୁରୁତର ଆପତ୍ତି ଉଠାଇଛନ୍ତି।
ଖଣିଜ ପାଣ୍ଠିର ଠିକ୍ ବିନିଯୋଗ ହୋଇନଥିବା ଓ ବିନିଯୋଗ ହୋଇଥିବା ପ୍ରକଳ୍ପଗୁଡ଼ିକ କାମରେ ଲାଗୁନଥିବାରୁ ଏଥିରେ ହୋଇଥିବା ଲୁଟ୍ର ତଦନ୍ତ କରିବାକୁ ଦାବି ହୋଇଛି।Advertisment Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର ଜିଲ୍ଲା ଖଣିଜ ପାଣ୍ଠି ନିୟମାବଳୀ ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାର୍ଗଦର୍ଶିକା ମୁତାବକ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସାଧାରଣ ବଜେଟ କାର୍ଯ୍ୟକ୍ରମ କିମ୍ବା ସ୍ୱତନ୍ତ୍ର ସରକାରୀ ଯୋଜନାଗୁଡ଼ିକର ମୂଳ ଦାୟିତ୍ୱ ଓ ମଜୁରି ଭରଣା ପାଇଁ ଖଣିଜ ପାଣ୍ଠି ବ୍ୟବହାର କରିବା ଉପରେ କଠୋର କଟକଣା ରହିଛି।
ମାତ୍ର ଯାଜପୁର ଜିଲ୍ଲା ପ୍ରଶାସନ ଏହି ନିୟମକୁ ଜାଣିଶୁଣି ଜଳାଞ୍ଜଳି ଦେଇଥିବା ସିଏଜିଙ୍କ ଅଡିଟ୍ ସମୟରେ ଧରାପଡ଼ିଛି।
ତଥ୍ୟ ମୁତାବକ, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ୍ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ (ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ)ଙ୍କ ମାଧ୍ୟମରେ ଜୀବନ-ଜୀବିକା ବିକାଶ ନାମରେ ମନରେଗା ଶ୍ରମିକମାନଙ୍କୁ ଅତିରିକ୍ତ ମଜୁରି ପ୍ରଦାନ ପାଇଁ ୨୩ କୋଟି ଟଙ୍କା ବ୍ୟୟ କରାଯାଇଥିଲା।
ନିୟମାବଳୀରେ ଏପରି ବ୍ୟୟକୁ ସ୍ପଷ୍ଟ ଭାବେ ବାରଣ କରାଯାଇଥିଲେ ହେଁ ଅନ୍ୟ ଏକ କେନ୍ଦ୍ରୀୟ ଯୋଜନାରେ ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବା ଏକ ଗୁରୁତର ଆର୍ଥିକ ଅନିୟମିତତା ବୋଲି ସିଏଜି ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି।
Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ଖଣି ଖନନ ଯୋଗୁଁ ନିରନ୍ତର ପ୍ରଦୂଷଣ, ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବେଶ ସୁରକ୍ଷା ଓ ମହିଳା-ଶିଶୁ କଲ୍ୟାଣ ଭଳି ଅଗ୍ରାଧିକାର କ୍ଷେତ୍ରରେ ସେବା ଯୋଗାଇବା ଏହି ପାଣ୍ଠିର ମୂଳ ଉଦ୍ଦେଶ୍ୟ ଥିବାବେଳେ ପ୍ରଶାସକମାନେ ଏହି ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇଛନ୍ତି।
ସାଧାରଣ ସରକାରୀ ଯୋଜନାରେ ଏହି ଅନୁଦାନକୁ ଖର୍ଚ୍ଚ କରିବା ଦ୍ୱାରା ପ୍ରକୃତ ଖଣି ପ୍ରଭାବିତ ଜନସାଧାରଣ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି।
ଜିଲ୍ଲା ପ୍ରଶାସନର ଏହି ଅନୁଚିତ କାର୍ଯ୍ୟ ଯୋଗୁଁ ଜିଲ୍ଲା ଖଣିଜ ପାଣ୍ଠିର ସ୍ୱଚ୍ଛତା ଓ ଠିକ୍ ଆବଣ୍ଟନ ପ୍ରକ୍ରିୟା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।