Lord Jagannath: ତିନି ଦିଅଁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ
"ବାରିପଦା (ବଟକୃଷ୍ଣ ବିହାରୀ): ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।
ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକାନ୍ତି ସକାଳ ୫ଟା ୩୦ରୁ ସ୍ନାନ ମଣ୍ଡପକୁ ପହଣ୍ଡିରେ ତିନିଦିଅଁଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା।
Advertisment ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ପଇଡ ଜଳ ସ୍ନାନ ଓ ପରେ ମନ୍ଦିର ପରିସରର ସ୍ବତନ୍ତ୍ର କୂଅରୁ ୧୦୮ କୁମ୍ଭ ଜଳ ଅଣାଯାଇ ଶ୍ରୀଜୀଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ଏହାପରେ ତିନି ଠାକୁରଙ୍କ ଚନ୍ଦନ ଓ ଫୁଲ ବେଶ ହୋଇ ସାହାଣମେଲା ହୋଇ ଥିଲା| ସେପଟେ ସ୍ଥାନୀୟ ସାନଜଗନ୍ନାଥ (ବାଣ୍ଠିଆ ଜଗନ୍ନାଥ) ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତିରେ ସମ୍ପନ୍ନ ହୋଇଛି।
ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମା ମଧ୍ଯରାତ୍ରରେ ତିନି ଠାକୁର ଗୋଟି ପହଣ୍ଡିରେ ୧୫ ଦିନ ପାଇଁ ଅଣସର ପିଣ୍ଡିକୁ ବିଜେ କରିବେ।
ଏହି ସମୟରେ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବେ।
ସ୍ନାନ ମଣ୍ଡପରେ ତିନି ଦିଅଁଙ୍କ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗିଥିଲା।
Lord Jagannath: ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ଭିଡ଼କୁ ଦୃଷ୍ଟିରେ ରଖ୍ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖ୍ ଭୋର ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳର ରୁଟ ପରିବର୍ତ୍ତନ କରାଯାଇଥିଲ।
ଶାନ୍ତିଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ ଏସପିଙ୍କ ସହିତ ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩୭ ଜଣ ସବଇନ୍ସପେକ୍ଟର/ସହକାରୀ ସବଇନ୍ସପେକ୍ଟର, ୬ ପ୍ଲାଟୁନ ଫୋର୍ସ, ୧୨ ଜଣ ଟ୍ରାଫିକ ପୁଲିସ୍, ୭୬ ଜଣ ହୋମଗାର୍ଡ ମୁତୟନ ବ୍ୟବସ୍ଥା କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।