Loud Firecrackers and Garland Bombs Banned: ରାତି ୯ଟା ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିଲା ନୂଆ ଗାଇଡ୍‌ଲାଇନ୍

Oct 31, 2026 - 18:34
Loud Firecrackers and Garland Bombs Banned: ରାତି ୯ଟା ପରେ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିଲା ନୂଆ ଗାଇଡ୍‌ଲାଇନ୍

ଆଲୋକର ପର୍ବ ଦୀପାବଳିକୁ ପରିବେଶ ଅନୁକୂଳ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗଦର୍ଶିକା।

ବାଣ ଫୁଟାଇବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ଦୁଇ ଘଣ୍ଟା ପାଇଁ ଅନୁମତି ରହିଛି।

ଏହି ସମୟରେ ମଧ୍ୟ କେବଳ ପରିବେଶ ଅନୁକୂଳ ଗ୍ରୀନ୍ କ୍ରାକର୍ସ ଫୁଟାଇପାରିବେ।

ମାଳ ବାଣ ଏବଂ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ବାଣ ଉପରେ ରହିଛି କଟକଣା।

ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ ସମେତ ନିରବ ଅଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।

Advertisment ଏଥିସହ ବାଣ ଫୁଟାଇବା ସମୟରେ ସୁରକ୍ଷା ନିୟମ ମାନିବା, ଶିଶୁ ଓ ବୟସ୍କଙ୍କ ସୁରକ୍ଷା ସହ ଗୃହପାଳିତ ପଶୁପକ୍ଷୀଙ୍କ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।

ଗ୍ରୀନ୍ କ୍ରାକର୍ସ କିଣିବା ବେଳେ ପ୍ୟାକେଟ୍ ରେ CSIR-NEERIର ଲୋଗୋ ଓ QR କୋଡ୍ ଯାଞ୍ଚ କରିବାକୁ କୁହାଯାଇଛି।

ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ।

ତେଣୁ ବାଣ ଓ ଶବ୍ଦ ପ୍ରଦୂଷଣକୁ ଏଡ଼ାଇ ଦୀପ, ଆଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୁରକ୍ଷିତ ଓ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ଆହ୍ୱାନ ଦେଇଛି ବୋର୍ଡ।

'ରାତି ୯ଟା ଯାଏଁ ବାଣ ଫୁଟାନ୍ତୁ' ଦୀପାବଳିରେ ବାଣ ଫୁଟାଇବା ନେଇ ମାର୍ଗଦର୍ଶିକା ଜାରି ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ ବାଣ ଫୁଟାଇବାକୁ ପରାମର୍ଶ ସାଇଲେନ୍ସ ଜୋନ୍ ରେ ବାଣ ଫୁଟାଇବା ଉପରେ କଟକଣା ଉଦ୍ୟାନ, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥଳରେ ମନା ଖୋଲା ସ୍ଥାନରେ କେବଳ ଗ୍ରୀନ୍ କ୍ରାକର୍ସ ଫୁଟାଇବାକୁ ଅନୁମତି ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡବିଧାନ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।