Love Dispute Turns Fatal: ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗକୁ ହତ୍ୟା ଅଭିଯୋଗ, ପାଣି ଟାଙ୍କି ଉପରୁ ଠେଲିଦେଲା ସାଙ୍ଗ
ତ୍ରିକୋଣୀୟ ପ୍ରେମକୁ ନେଇ ସାଙ୍ଗକୁ ହତ୍ୟା ଅଭିଯୋଗ। ପାଣି ଟାଙ୍କି ଉପରୁ ଜଣେ ସାଙ୍ଗକୁ ଅନ୍ୟ ସାଙ୍ଗ ଠେଲି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ରାଉରକେଲା ସହରର ଲାଠିକଟା ଥାନା ଅଞ୍ଚଳରେ ଘଟିଛି।
ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ବିବାଦ ହୋଇଥିବା କୁହାଯାଉଛି। ଏହାପରେ ଜଣେ ସାଙ୍ଗକୁ ପାଣି ଟାଙ୍କି ଉପରୁ ଅନ୍ୟ ସାଙ୍ଗ ଠେଲି ଦେଇଥିବା ଅଭିଯୋଗ ହୋଇଛି।
ଟାଙ୍କି ଉପରୁ ତଳକୁ ପଡ଼ିବା ପରେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତ୍ରିକୋଣୀୟ ପ୍ରେମ ହିଁ ହତ୍ୟାର କାରଣ କି ନାହିଁ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।