Love for Odisha Brings Foreign Woman Back for Son’s First Birthday: ଓଡ଼ିଶା ପ୍ରେମରେ ବିଦେଶିନୀ, ପୁଅର ପ୍ରଥମ ଜନ୍ମଦିନ ପାଇଁ ଆସିଲେ ଓଡ଼ିଶା
ଓଡ଼ିଶା ପ୍ରେମରେ ବିଦେଶିନୀ… ଓଡ଼ିଆ ସଂସ୍କୃତିରେ ଆକର୍ଷିତ… ହିନ୍ଦୁ ରୀତିନୀତିରେ ମୋହିତ… ସେଥିପାଇଁ ତ ପୁଅର ପ୍ରଥମ ଜନ୍ମଦିନ ପାଳନ ପାଇଁ ଓଡ଼ିଶା ଆସିଛନ୍ତି ଜଣେ ଆମେରିକୀୟ ବୋହୂ। ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ସିରେଇ ଗାଁ। ଏହି ଗାଁର ନ୍ୟାୟବ୍ରତ ମଲ୍ଲିକ ଆମେରିକାରେ ଚାକିରି କରୁଥିବାବେଳେ ଅନଲାଇନ୍ ଚାଟିଂରୁ ପେନସିଲଭେନିଆର ଆନଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ୨୦୨୩ରେ ଚର୍ଚ୍ଚରେ ବିବାହ ହୋଇଥିଲା। ୨୦୨୫ରେ ଜନ୍ମ ହୋଇଥିଲେ ପୁଅ ଓଁକାର। ତେବେ ପୁଅ ଜନ୍ମର ମାତ୍ର ଚାରି ମାସ ପରେ ନ୍ୟାୟବ୍ରତଙ୍କୁ ଓଡ଼ିଶା ଆସିବାକୁ ପଡ଼ିଥିଲା।
ଏପଟେ କୌଣସି କାରଣରୁ ଦୀର୍ଘ ଆଠ ମାସ ଧରି ସେ ଆମେରିକା ଫେରିପାରିନଥିଲେ। କିନ୍ତୁ ସ୍ୱାମୀଙ୍କୁ ଦେଖିବାର ବ୍ୟାକୁଳତା ଏବଂ ପୁଅର ପ୍ରଥମ ଜନ୍ମଦିନ ଶାଶୂଘର ଲୋକଙ୍କ ଗହଣରେ ପାଳନ କରିବାର ଇଚ୍ଛା… ଆନଙ୍କୁ ଟାଣି ଆଣିଲା ଓଡ଼ିଶା ମାଟିକୁ। କୁନି ପୁଅ ଓଁକାରକୁ ଧରି ପେନସିଲଭେନିଆରୁ ଟ୍ରେନ୍ ଯୋଗେ ନ୍ୟୁଜର୍ସି, ତା’ପରେ ବିମାନରେ ମୁମ୍ବାଇ, ମୁମ୍ବାଇରୁ ଭୁବନେଶ୍ୱର। ଏମିତି ଦୀର୍ଘ ୭୨ ଘଣ୍ଟାରୁ ଅଧିକ ସମୟର ଯାତ୍ରା ପରେ ଶାଶୂଘର ଲୋକଙ୍କ ପାଖରେ ପହଞ୍ଚିଲେ ଆନ୍ ।
ଗାଁରେ ପହଞ୍ଚିବାର ଦୁଇ ମାସ ବିତିଗଲାଣି। ଏହା ମଧ୍ୟରେ ଆନଙ୍କୁ ମିଳିଛି ଓଡ଼ିଆ ପରମ୍ପରାର ଆପଣାପଣ। ରଜ ପର୍ବ ପାଳନ କରିବା ସହ ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଉ ଏବେ ଶାଶୂଘର ଲୋକଙ୍କ ଗହଣରେ ହିନ୍ଦୁ ରୀତିନୀତିରେ ପୁଅର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି। ସତ୍ୟନାରାୟଣ ପୂଜା… କେକ୍ କଟା… ଭୋଜିଭାତ… ଆଉ ପରିବାର ସହ ଖୁସିର ମୁହୂର୍ତ୍ତ ବିତାଇଛନ୍ତି। ବିଦେଶ ମାଟିରେ ବଢ଼ିଥିବା ଆନ୍, ଓଡ଼ିଶା ମାଟିର ଏହି ପରମ୍ପରାକୁ ଯେମିତି ନିଜର କରିନେଇଛନ୍ତି।....
ବିଦେଶିନୀରୁ ଓଡ଼ିଆ ବୋହୂ
ହିନ୍ଦୁ ରୀତିନୀତିରେ ପୁଅର ଜନ୍ମଦିନ ପାଳନ
୭୨ ଘଣ୍ଟାରୁ ଅଧିକ ଯାତ୍ରାକରି ଓଡି଼ଶା ଆସିଲେ ବିଦେଶିନୀ
ଆମେରିକାରୁ ଓଡି଼ଶା ଟାଣିଆଣିଲା ଓଡି଼ଆ ପରମ୍ପରା
ରଜରୁ ରଥଯାତ୍ରା ସବୁ ପରମ୍ପରା ପାଳିଲେ ଆନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।