Love trap: ପ୍ରେମ ଜାଲରେ ଫସାଇ ୫ଜଣଙ୍କୁ ବିବାହ: ବନ୍ଧା ହେଲା

Oct 28, 2026 - 04:35
Love trap: ପ୍ରେମ ଜାଲରେ ଫସାଇ ୫ଜଣଙ୍କୁ ବିବାହ: ବନ୍ଧା ହେଲା

ଭୁବନେଶ୍ବର: ଗୋଟିଏ କି ଦୁଇଟି ନୁହେଁ, ୫ଟି ବିବାହ କରିଥିବା ଧୂର୍ତ୍ତ ରସିକିଆକୁ ମହିଳା ଥାନା ପୁଲିସ ବାନ୍ଧିଛି।

ଚତୁର୍ଥ ପତ୍ନୀଙ୍କୁ ଦୁଷ୍କର୍ମ କରିବା, ନିର୍ଯାତନା ଦେବା ଏବଂ ଠକେଇ କରିବା ଭଳି ୯ଟି ସଙ୍ଗିନ ଦଫାରେ ନୟାଗଡ଼ ଓଡ଼ଗାଁର କୈଳାସ ଚନ୍ଦ୍ର ବେହେରା(୫୫)କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନାନୁସାରେ, ଓଡ଼ଗାଁ ଥାନା କୋଠସାହିର କୈଳାସ ରାଜଧାନୀର ରାସ୍ତାକଡ଼ରେ ଟୁଥ୍ ପେଷ୍ଟ୍ ପାଉଡର ବିକ୍ରି କରେ।

ପ୍ରାୟ ୩୨ ବର୍ଷ ତଳେ ସେ ପ୍ରଥମ ଥର ବିବାହ କରିଥିଲା।

କିଛିଦିନ ପରେ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇ ଅନ୍ୟତ୍ର ବିବାହ କରିଥିଲା।

ସେତିକିରେ କୈଳାସର ରସିକିଆପଣ ଅଟକିନଥିଲା।

Advertisment Rubbish novel!

ବକୱାସ ନୋବେଲ!

ପିଲାଛୁଆ ହେବାପରେ ଦ୍ୱିତୀୟ ପତ୍ନୀଙ୍କଠାରୁ ମଧ୍ୟ ଦୂରେଇ ଯାଇଥିଲା।

ଆଉ ଏହାର କିଛିିଦିନ ପରେ ଭଦ୍ରକରେ ପୁଣି ତୃତୀୟ ଥର ପାଇଁ ବିବାହ କରିଥିଲା।

ତୃତୀୟ ପତ୍ନୀଙ୍କ ସହ ବେଶ୍ କିଛି ବର୍ଷ କାଟିବା ପରେ ତାଙ୍କୁ ମଧ୍ୟ ଛାଡ଼ିଦେଇଥିଲା।

ଏହା ପରେ ରାଜଧାନୀରେ ବ୍ୟୁଟି ପାର୍ଲର୍ କରିଥିବା ନୟାଗଡ଼ର ଜଣେ ଯୁବତୀଙ୍କ ସହ ପ୍ରାୟ ୧୦ ବର୍ଷ ପୂର୍ବେ କୈଳାସର ପରିଚୟ ହୋଇଥିଲା।

କିଛିଦିନ କଥାବାର୍ତ୍ତା ପରେ ତାଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇଥିଲା।

ନୂଆକରି ରାଜଧାନୀ ଆସିଥିବା ଯୁବତୀ ଜଣକ ମଧ୍ୟ କୈଳାସର ମନ୍ଦ ଉଦ୍ଦେଶ୍ୟ ବୁଝିପାରି ନଥିଲେ।

କିଛିଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିଥିଲେ।

ପ୍ରାୟ ୪ବର୍ଷ ଏକାଠି ରହିବା ପରେ ଚତୁର୍ଥ ପତ୍ନୀ ଗର୍ଭବତୀ ଥିବା କୈଳାସ ଜାଣିଥିଲା।

ତେଣୁ ତାଙ୍କୁ ଛାଡ଼ି କୈଳାସ ପଞ୍ଚମ ବିବାହ ପାଇଁ କରିବାକୁ ନୂଆ ଶିକାର ଖୋଜିଥିଲା।

ଆଉ ସେଥିରେ ସଫଳ ମଧ୍ୟ ହୋଇଥିଲା।

ଏହିକ୍ରମରେ ଭଦ୍ରକର ଜଣେ ଯୁବତୀଙ୍କୁ ଆଣି ପାଖରେ ରଖିଥିଲା।

ତାଙ୍କୁ ନିଜର ସେବିକା ବୋଲି ପରିଚୟ ଦେଇ ପାଖରେ ରଖିଥିଲା।

ମାତ୍ର ଚତୁର୍ଥ ପତ୍ନୀ କୈଳାସର କଳା କାରନାମା ଜାଣିବା ପରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି ତେବେ କୈଳାସ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ଚତୁର୍ଥ ପତ୍ନୀଙ୍କ ଝିଅର ଜନ୍ମଦିନ ଥିବାରୁ କେକ୍ ନେଇ ଘରକୁ ଯାଇଥିଲା।

ମାତ୍ର ଚତୁର୍ଥ ପତ୍ନୀ ଏହାକୁ ବିରୋଧ କରିବାରୁ କୈଳାସ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା।

ଏହି ସମୟରେ ତାଙ୍କର ନାବାଳିକା ଝିଅ ପ୍ରତିବାଦ କରିବାରୁ କୈଳାସ ନିଜ ଝିଅକୁ ମଧ୍ୟ ମାଡ଼ ମାରି ଏକ ରୁମ୍ ଭିତରେ ବନ୍ଦ କରିଦେଇଥିଲେ।

ପରେ ଚତୁର୍ଥ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲା।

ଘଟଣା ସଂପର୍କ ରେ କାହାରିକୁ ଜଣାଇଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା।

ଏନେଇ ଚତୁର୍ଥ ପତ୍ନୀ ମହିଳା ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରିଥିଲା।

ମଙ୍ଗଳବାର କୈଳାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।