low-pressure: ଭିଜିପାରେ ଦଶହରା: ୧୩ରେ ଆଉ ଏକ ଲଘୁଚାପ

Oct 10, 2026 - 03:36
low-pressure: ଭିଜିପାରେ ଦଶହରା: ୧୩ରେ ଆଉ ଏକ ଲଘୁଚାପ

"ଭୁବନେଶ୍ବର: ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ତେବେ ଏହାର ତୀବ୍ରତା, ଗତିପଥ ଏବଂ ପରବର୍ତ୍ତୀ ସ୍ଥିତି କ"ଣ ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ।

କେବଳ ସେତିକି ନୁହେଁ, ଏହା ବାତ୍ୟାର ରୂପ ନେବ କି ନାହିଁ; ତାହା ମଧ୍ୟ ଅସ୍ପଷ୍ଟ ରହିଛି।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ପରିସ୍ଥିତି ବିଶେଷ ଅନୁକୂଳ ନାହିଁ।

ଲଘୁଚାପର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଇଛି।

ଉତ୍ପନ୍ନ ହେବାକୁ ସ୍ଥିତି ଆଗକୁ ଲଘୁଚାପରେ ସୀମିତ ରହିବ ନା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ, ତାହା ଆଗାମୀ ଦିନର ପାଣିପାଗ ସ୍ଥିତି ଉପରେ ନିର୍ଭର କରିବ।

ଅନ୍ୟପକ୍ଷରେ, ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି।

ଗୋଟିଏ ଧାଡ଼ିରେ କହିଲେ, ଆଜିଠୁ ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ବାତ୍ୟା ନେଇ ପୂର୍ବାନୁମାନ କରୁଛନ୍ତି ବିଦେଶୀ ପାଣିପାଗ ସଂସ୍ଥା ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗାମୀ ୩-୪ ଦିନ ମଧ୍ୟରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ ବିଦାୟ ପାଇଁ ପାଗ ଅନୁକୂଳ ରହିଛି।

ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ଲଘୁଚାପ  ସୃଷ୍ଟି ହୋଇଥାଏ।

ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁଙ୍କ ମତରେ, ଏବେଠାରୁ ବାତ୍ୟା ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ।

ଆଗାମୀ କିଛି ଦିନର ପାଣିପାଗ ପରିବର୍ତ୍ତନ ହିଁ ସମ୍ଭାବ୍ୟ ଲଘୁଚାପର ତୀବ୍ରତା ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ଦେବ।

ତେଣୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଉପରେ ଏବେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି।

ଦେଶର ଅଧିକାଂଶ ସ୍ଥାନରୁ ମୌସୁମୀ ଅପସାରଣ ହୋଇସାରିଛି l ଆଇଏମ୍‌ଡିର ମାନକ ଦୃଷ୍ଟିରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ରାଜ୍ୟରୁ ଫେରିନଥିଲେ ହେଁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବା, ତଥା ଆକାଶ ମେଘ ଶୂନ୍ୟ ରହିବା, ବାୟୁଚଳା ଚଳରେ ନିଷ୍କ୍ରିୟତା ବୃଦ୍ଧି ତଥା ସର୍ବୋପରି ସକାଳୁ ମାଟି ଉପରେ ଶିଶିରର ବୁନ୍ଦାବୁନ୍ଦା ଆସ୍ତରଣ ମୌସୁମୀ ଫେରିଯାଇଥିବା ସୂଚନାକୁ ବଳବତ୍ତର କରୁଛି।

କେବଳ ମୁଖ୍ୟ ଭୂଖଣ୍ଡ ନୁହେଁ ଉତ୍ତର ବଙ୍ଗୋପସାଗର ଅର୍ଥାତ ଉଭୟ ଆରବ ସାଗର ଏବଂ ବଙ୍ଗୋପସାଗରରେ ଆକାଶ ମଧ୍ୟ ମେଘ ଶୂନ୍ୟ ରହୁଛି; ଯାହାକି ମୌସୁମୀ ଫେରିଯାଇଥିବାର ଲକ୍ଷଣକୁ ପରିପ୍ରକାଶ କରୁଛି।

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କେବଳ ସେତିକି ନୁହେଁ, ଏହି ମେଘ ଶୂନ୍ୟ ଆକାଶ ହେତୁ ସୂର୍ଯ୍ୟକିରଣ ସିଧାସଳଖ ସମୁଦ୍ର ପୃଷ୍ଠରେ ପହଁଚୁଛି, ଯାହା ଫଳରେ ସମୁଦ୍ର ପୃଷ୍ଠ ତାପମାତ୍ରା ବୃଦ୍ଧି ହେଉଛି।

ଏହି ସମୟରେ ଆମେରିକୀୟ ମଡେଲ ଅର୍ଥାତ୍ ଉଭୟ ଜିଏଫ୍‌ଏସ୍‌ ଓ ୟୁରୋପୀୟ ମଡେଲ ଇସିଏମ୍‌ଡବ୍ଲୁଏଫ୍‌ ବଙ୍ଗୋପସାଗରରେ ଅକ୍ଟୋବର ଆରମ୍ଭରୁ ବାତ୍ୟା ଆକଳନ କରିବା ଆରମ୍ଭ କରିଦେଇଛନ୍ତି l ଉଭୟ ମଡେଲ ଦଶହରା ସମୟରେ ବଙ୍ଗୋପସାଗରରେ ବାତ୍ୟା ଓଡିଶା ମୁହାଁ ହେବା ମଧ୍ୟ ସୂଚାଇଲେଣି।

ମୌସୁମୀ ଅପସାରଣ, ବାୟୁ ଚଳାଚଳରେ ନିଷ୍କ୍ରିୟତା ବୃଦ୍ଧି, ଉଚ୍ଚ ସମୁଦ୍ର ପୃଷ୍ଠ ତାପମାତ୍ରା, ସର୍ବୋପରି ଏପରି ପରିସ୍ଥିତିରେ ଆଣ୍ଡାମାନ ସାଗରକୁ ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ କିମ୍ୱା ଲଘୁଚାପ ଆକାରରେ ପ୍ରବେଶ କରିବା, ବର୍ତ୍ତମାନ ସମୟର ପାଣିପାଗ ପରିସ୍ଥିତି ଏହାକୁ ଶକ୍ତିଶାଳୀ କ୍ଷେତ୍ରରେ ପରିଣତ କରିବା ସହ ତାକୁ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମୁହାଁ କରାଇବାରେ ଯଥେଷ୍ଟ ସମ୍ଭାବନା ରହିଛି l ପୂର୍ବରୁ ୨୦୧୪ ଅକ୍ଟୋବର ୧୨ରେ ହୁଡୁହୁଡ, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ, ୨୦୧୮  ଅକ୍ଟୋବର ୧୦ରେ ତିତିଲି, ଆଉ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଓଡ଼ିଶାରେ ଅନେକ କ୍ଷୟ କ୍ଷତି କରିଥିବା ବେଳେ ବର୍ତ୍ତମାନର ଅକ୍ଟୋବର ମାସରେ ପାଣିପାଗ ବିଭାଗର ପୂର୍ବାନୁମାନ ଓଡିଶା ବାସୀଙ୍କ ପାଇଁ ଆଉ ଏକ ନୂଆ ଡର ସୃଷ୍ଟି କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।