Lucknow Triple Murder: ପାର୍କିଂକୁ ନେଇ ରକ୍ତର ହୋଲି ! ଗୋଟିଏ ପରିବାରର ୩ ଜଣଙ୍କୁ ଗୁଳି କରି ହତ୍ୟା, ଭାଇରାଲ୍ ହେଲା ଭିଡିଓ
ବାପ-ପୁଅଙ୍କୁ ଫାୟାରିଂ।
ସମସ୍ତଙ୍କ ଆଖି ସାମ୍ନାରେ ଟ୍ରିପଲ୍ ମର୍ଡର।
ବାପା ବାପା ବୋଲି ଚିତ୍କାର, ଆଉ ତା' ପରେ ଆଖିବୁଜା ଗୁଳିମାଡ଼ ।
କ୍ୟାମେରାରେ କଏଦ ହେଲା ମୃତ୍ୟୁର ଖେଳ ।
କେହି କିଛି ବୁଝିବା ଆଗରୁ ମାତ୍ର ୨୨ ସେକେଣ୍ଡ ଭିତରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା ।
ବାପା-ପୁଅ ଓ ଭାଇକୁ ଗୁଳି କରି ମାରିଦେଲେ ।
ଉତ୍ତରପ୍ରଦେଶ ଲକ୍ଷ୍ନୌର ସାଆଦତଗଞ୍ଜ ଅଞ୍ଚଳରେ ଘଟିଛି ଏହି ଜଘନ୍ୟ କାଣ୍ଡ ।
Advertisment ଅକ୍ଟୋବର ୨୬ ତାରିଖ ସକାଳ ସାଢେ ୧୦ଟା ।
ସାଆଦତଗଞ୍ଜ ଅଞ୍ଚଳରେ ଏକ ଖାଲି ପ୍ଲଟ୍ରେ ଗାଡ଼ି ପାର୍କିଂକୁ ନେଇ ତିୱାରୀ ପରିବାର ଓ ତାଙ୍କ ପଡୋଶୀ ଋଷଭ ଶୁକ୍ଲା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଏହାପରେ ଋଷଭ ପିସ୍ତଲ ବାହାର କରି ଶିବାଜୀ ତିୱାରୀ, ତାଙ୍କ ଭାଇ ଶିବେନ୍ଦ୍ର ତିୱାରୀ ଓ ପୁଅ ସୁୟଶ ତିୱାରୀଙ୍କୁ ଗୁଳିମାଡ କରିଥିଲା ।
ଏଥିରେ ୩ ଜଣଯାକଙ୍କ ମୃତ୍ୟୁ ହୋଇଥିଲା ।
ଭିଡିଓରେ ଦେଖାଯାଇଛି, ଗୁଳି ଚଳାଇବା ପରେ ଅଭିଯୁକ୍ତ ଚିତ୍କାର କରି କହୁଛି- 'ସେମାନେ ମତେ ଇଟାରେ ପିଟିଲେ, ଆତ୍ମରକ୍ଷା ପାଇଁ ମୁଁ ଗୁଳି ଫୁଟାଇଦେଲି' ।
ପୋଲିସ ଅଭିଯୁକ୍ତ ଋଷଭ ଶୁକ୍ଲାକୁ ଘଟଣାସ୍ଥଳରୁ ଅଟକ ରଖି ପରେ ଗିରଫ କରିଥିଲା ।
ତା'ଠାରୁ ଗୁଳିମାଡ଼ରେ ବ୍ୟବହୃତ ପିସ୍ତଲ ଓ ଚାରିଟି ଖାଲି କାର୍ଟ୍ରିଜ୍ ଜବତ ହୋଇଥିବା ପୋଲିସ କହିଛି ।
ଋଷଭ ପୂର୍ବରୁ ମର୍ଚାଣ୍ଟ ନେଭିରେ ନାଭିଗେସନ୍ ଅଫିସର ଭାବେ କାମ କରୁଥିବା ଜଣାପଡିଛି ।
ଏହି ଟ୍ରିପଲ ମର୍ଡରର ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲିଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।