Luxury House: ଦୁବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ସୂର୍ଯ୍ୟକୁମାର ଯାଦବ
"ଦୁବାଇ: ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ପତ୍ନୀ ଦେବୀଶା ସେଟ୍ଟୀଙ୍କ ସହ ଏକ ଭିଡିଓ ପୋଷ୍ଟ କରି ସୂର୍ଯ୍ୟ ଏହି ଖୁସି ଖବର ପ୍ରଶଂସକମାନଙ୍କୁ ଦେଇଛନ୍ତି।
ଏହି ଭିଡିଓରେ ସେ କହିଛନ୍ତି, "୨୦୧୪ରେ ଆଇପିଏଲ୍ ଖେଳିବା ଲାଗି ପ୍ରଥମ ଥର ଦୁବାଇ ଆସିଥିଲି।
ତା"ପରେ ଆମେ ୨୦୨୦ରେ ଆସିଲୁ।
ସାରା ଭାରତ ଏବେ ଦୁବାଇ ଆସୁଛନ୍ତି।
ଏଠାକାର ବିଳାସପୂର୍ଣ୍ଣ ଚଳଣି ଓ ଜୀବନଧାରାର ମାନ ଉତ୍ତମ।
ଭାରତ ଭଳି ଏଠାରେ ମଧ୍ୟ ସୁରକ୍ଷା ମଧ୍ୟ ଭଲ।
ମୁଁ ମୁମ୍ବାଇରେ ରୁହେ, କିନ୍ତୁ ଦୁବାଇ ମଧ୍ୟ ସୁରକ୍ଷିତ।
ଏଠାରେ ବହୁତ ଆରାମ ଓ ଖୁସି ଲାଗୁଛି।
ତେଣୁଠାରେ ଘର କିଣିବାକୁ ମନସ୍ଥ କଲି।Advertisment ଦୁବାଇର ଶାହରୁଖଜ ରେସିଡେନସେସ୍ରେ ସୂର୍ଯ୍ୟ ଏହି ଘର କିଣିଛନ୍ତି।
ଶାହରୁଖ ଖାନ୍ଙ୍କ ନାଁରେ ଏହି ପକଳ୍ପର ନାମ ଥିବାରୁ ସେ ଏଠାରେ ଘର କିଣିବା ଲାଗି ଆଉ ଚିନ୍ତା କରି ନଥିଲେ।
ଘରର ଇଣ୍ଟରିଅର୍ ବହୁତ ସୁନ୍ଦର ରହିଥିବା ସେ କହିଛନ୍ତି।
ଏଥିସହ ପକଳ୍ପରେ ହାଇପରବାରିକ୍ ଟ୍ରିଟ୍ମେଣ୍ଟ, ରେଡ୍ ଲାଇଟ୍ ଥେରାପି ଓ କ୍ରାୟୋଥେରାପି ଭଳି ସୁବିଧା ରହିଛି।
ଚଳିତ ବର୍ଷ ସୂର୍ଯ୍ୟଙ୍କ ପତ୍ନୀ ଦେବୀଶା ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ୭.୧୮ କୋଟି ଟଙ୍କାରେ ୧୫୧୬.୨୦ ବର୍ଗଫୁଟ୍ର ଏକ ଆପାର୍ଟମେଣ୍ଟ କିଣିଥିଲେ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ସୂର୍ଯ୍ୟଙ୍କ ସ୍ଥାନରେ ଭାରତୀୟ ଦଳର ନେତୃତ୍ବ ଭାର ଶ୍ରେୟସ ଆୟର ନେଇଥିଲେ।
Suryakumar: ମିଳିଛି ସଙ୍କେତ ସୂର୍ଯ୍ୟକୁମାର ଯାଦବଙ୍କ ଯୁଗ ହେବ ଶେଷ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।