Maa Samaleswari to Receive Nabanna Offering: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିବ ନବାନ୍ନ, ଜାଣନ୍ତୁ କେତେବେଳେ ?

Sep 14, 2026 - 13:12
Maa Samaleswari to Receive Nabanna Offering: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିବ ନବାନ୍ନ, ଜାଣନ୍ତୁ କେତେବେଳେ ?

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ  ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ନବାନ୍ନ ଲାଗି କରାଯିବ। ଏହାପରେ ଘରେ ଘରେ ନୂଆ ଖାଇବେ ଲୋକେ। ନୂଆ ଧାନରେ ପ୍ରସ୍ତୁତ ଖାଦ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ସହ ନୂଆଖାଇବାର ପରମ୍ପରା ରହିଛି।

ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ମନ୍ଦିରର ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିମୂର୍ତ୍ତିରେ ସିନ୍ଦୂର ପ୍ରଲେପ କରାଯାଇଛି। ଏଥି ସହିତ ମା’ ସମଲେଶ୍ୱରୀଙ୍କ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସଫା କରାଯାଇଛି।... 

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଦିନକ ପୂର୍ବରୁ ରହିଛି ଏକ ନିଆରା ପରମ୍ପରା, ପାହୁର ଯାତ୍ରା। ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବଦେବୀଙ୍କ ମନ୍ଦିରକୁ ନୂଆଁଖାଇ ପାଇଁ ଆବଶ୍ୟକ ଜିନିଷପତ୍ର ନେଇ ଯିବାର ପରମ୍ପରାକୁ କୁହାଯାଏ ପାହୁର। ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହ ପାହୁର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି।

ଆସନ୍ତାକାଲି ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡ଼ିଶା
ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିବ ନବାନ୍ନ
ନବାନ୍ନ ଲାଗି ପରେ ଘରେ ଘରେ ନୂଆଁଖାଇ
ନୂଆଁଖାଇ ପାଇଁ ସଜେଇ ହେଉଛି ମା’ ସମଲେଶ୍ୱରୀଙ୍କ ମନ୍ଦିର
ନୂଆ ଧାନ, ନୂଆ ଖାଇବା, ଜୋରସୋରରେ ଚାଲିଛି ପ୍ରସ୍ତୁତି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।